ଓଡିଶା

odisha

ETV Bharat / bharat

ଯୁବକଙ୍କ ଉନ୍ମତ୍ତ କାଣ୍ଡ; ପ୍ରେମିକା ସମେତ ପରିବାରର 5 ଜଣଙ୍କୁ ହତ୍ୟା, ମାଆ ଗୁରୁତର - KERALA MURDER

କେରଳ ଥିରୁଅନନ୍ତମପୁରମରେ ନିର୍ମମ ହତ୍ୟାକାଣ୍ଡ । ପ୍ରେମିକା ସମେତ ପରିବାରର 5 ଜଣଙ୍କୁ ହତ୍ୟା ପରେ ଯୁବକଙ୍କ ଜୀବନ ହାରିବାକୁ ଉଦ୍ୟମ ।

ପ୍ରତିକାତ୍ମକ ଚିତ୍ର
ପ୍ରତିକାତ୍ମକ ଚିତ୍ର (file photo)

By ETV Bharat Odisha Team

Published : Feb 25, 2025, 1:19 PM IST

Updated : Feb 25, 2025, 4:17 PM IST

ଥିରୁ୍ଅନନ୍ତପୁରମ:କେରଳ ଥିରୁଅନନ୍ତମପୁରମରେ23 ବର୍ଷୀୟ ଯୁବକଙ୍କ ଜଘନ୍ୟ କାଣ୍ଡ । ପ୍ରେମିକା ସମେତ ପରିବାରର 5 ଜଣଙ୍କୁ ନିର୍ମମ ଭାବେ ହତ୍ୟା । ଯୁବକ ନିଜ ମାଆଙ୍କୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପଟେ ପୋଲିସ ନିକଟରେ ନିଜେ ଅଭିଯୁକ୍ତ ଅତ୍ମସମର୍ପଣ କରିଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି ।

5 ଜଣଙ୍କୁ ହତ୍ୟା ପରେ ଯୁବକଙ୍କ ଆତ୍ମସମର୍ପଣ:

ପୋଲିସ ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ସମୟରେ ଜଣେ 23 ବର୍ଷୀୟ ଯୁବକ ଥିରୁଅନନ୍ତମପୁରମ ଜିଲ୍ଲାର ବେଞ୍ଜାରାମୁଡୁ ପୋଲିସ ଷ୍ଟେସନରେ ପହଞ୍ଚି 6 ଜଣଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା । ହେଲେ ପରେ ତଦନ୍ତ ବେଳେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଥିଲା ।

ପୋଲିସର କହିବାନୁଯାୟୀ, ଅଭିଯୁକ୍ତ ଯୁବକର ନାଁ ଅଫାନ । ଅଫାନକୁ ବି ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଅଫାନ 5 ଜଣଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲା । ଯେଉଁଥି ପାଇଁ ପୋଲିସ ସୁରକ୍ଷା ମଧ୍ୟରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ହତ୍ୟାର କାରଣ:

ତିରୁଅନନ୍ତମପୁରମର ଗ୍ରାମୀଣ ଏସପି ଏସ ସୁଦର୍ଶନ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ କହିଛନ୍ତି," ମୃତ 5 ଜଣଙ୍କ ପରିଚୟ ମିଳିସାରିଛି । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ମାମଲାରେ ପୋଲିସ ଷ୍ଟେସନରେ 3ଟି ମାମଲା ରୁଜ୍ଜୁ ହୋଇଛି । ଯଦିଓ ବର୍ତ୍ତମାନ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ କିନ୍ତୁ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପରେ ହତ୍ୟା ପଛର କାରଣ ଜଣାପଡିବ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରୁ ଏକ ମାରଣାସ୍ତ୍ର ଜବତ ହୋଇଛି । ଏହି ହତ୍ୟାକାଣ୍ଡ ସକାଳ 10ରୁ ସନ୍ଧ୍ୟା 6ଟା ମଧ୍ୟରେ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ପୋଲିସ ଆଉମଧ୍ୟ କହିଛି ଯେ, ଅଫାନ ପ୍ରଥମେ ପୈଗୋଡେ ନିବାସୀ ନିଜ ଜେଜେମା ସଲମା ବିବିଙ୍କୁ ହତ୍ୟା କରିଥିଲା । ଏହାପରେ ଆଉ ଏକ ଗାଁରେ ରହୁଥିବା ନିଜ ଦାଦା ଲତିଫ ଓ ଖୁଡି ଶାହିଦାଙ୍କୁ ହତ୍ୟା କରିଥିଲା । ଏହାପରେ ନିଜର 13 ବର୍ଷୀୟ ଛୋଟ ଭାଇ ଅଫସାନ ଓ ଜଣେ ଯୁବତୀ ଫରସାନାଙ୍କୁ ହତ୍ୟା କରିଥିଲା । ଫରସାନା ତାଙ୍କ ବାନ୍ଧବୀ ହୋଇଥିବା ସୂଚନା ରହିଛି । ସନ୍ଧ୍ୟା ସମୟରେ କ୍ୟାନସରରେ ପୀଡିତ ନିଜ ମାଆଙ୍କୁ ହତ୍ୟା ଉଦ୍ୟମ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହାମଧ୍ୟ ପଢନ୍ତୁ...

ଚଳନ୍ତା ଟ୍ରେନରେ ଗର୍ଭବତୀଙ୍କୁ ଅସଦାଚରଣ, ତଳକୁ ଠେଲି ହତ୍ୟା ଉଦ୍ୟମ

ୱେବ ସିରିଜ ଦେଖି ପତ୍ନୀଙ୍କୁ ହତ୍ୟା ପରେ ଏମିତି ପ୍ରମାଣ ନଷ୍ଟ କରିଥିଲା ଅବସରପ୍ରାପ୍ତ ସେନା କର୍ମଚାରୀ

ସ୍ତ୍ରୀକୁ ଖଣ୍ଡ ଖଣ୍ଡ କଲା, ପ୍ରେସର କୁକର୍‌ରେ ସିଝାଇ ପୋଖରୀକୁ ଫିଙ୍ଗିଦେଲା ସ୍ବାମୀ

ଥିରୁଅନନ୍ତମପୁରମ ଜିଲ୍ଲା ପଞ୍ଚାୟତ ସଦସ୍ୟ ବିନୁ ଏସ ନାୟର କହିଛନ୍ତି, "ସମସ୍ତଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।"

ସ୍ଥାନୀୟ ବାସିନ୍ଦା ଶାଜି କହିଛନ୍ତି," ଅଫାନର ବାନ୍ଧବୀ ଫରସାନା ଗତ 2 ଦିନ ହେଲା ତାଙ୍କ ଘରେ ରହୁଥିଲା । ଯାହାକୁ ନେଇ ତାଙ୍କ ପରିବାର ମଧ୍ୟରେ ଅଶାନ୍ତି ଦେଖିବାକୁ ମିଳିଥିଲା ।"

କଣ କହିଲେ ଅଭିଯୁକ୍ତର ବାପା:

ଅଭିଯୁକ୍ତଙ୍କ ବାପା ଅବଦୁଲ ରହିମ ସାଉଦି ଆରବରେ କାମ କରୁଥିବା ବେଳେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ସୂଚନା ରହିଛି । କିନ୍ତୁ ତାଙ୍କ ପୁଅଙ୍କର ସେଭଳି କିଛି ସମସ୍ୟା ନଥିଲା ବୋଲି ସେ କହିଛନ୍ତି । କାରଣ ସେ 6 ମାସ ପାଇଁ ସାଉଦି ଯାଇଥିଲେ ଓ ଖୁସିରେ ଭାରତ ଫେରିଥିଲେ । ତାଙ୍କ ପୁଅ କିଛି ଧାର କରିଥିବା ବେଳେ ସେ ସମ୍ପତ୍ତି ବିକ୍ରି କରି ସେ ଋଣ ପରିଶୋଧ କରିବାକୁ କହିଥିଲେ । ସମ୍ପର୍କୀୟଙ୍କ ଠାରୁ ଅଫାନ ଓ ଫରସାନାଙ୍କ ପ୍ରେମ ସମ୍ପର୍କରେ ଜାଣିବାକୁ ପାଇଥିଲେ ଓ ସେ ଏହି ସମ୍ପର୍କକୁ ମଧ୍ୟ ବିରୋଧ କରୁନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 25, 2025, 4:17 PM IST

ABOUT THE AUTHOR

...view details