ଥିରୁୁଅନନ୍ତପୁରମ: ଗୋଟିଏ ପଟେ NCERT ପାଠ୍ୟକ୍ରମରୁ ହଟିଲା ବାବ୍ରି ମସଜିଦ ସିଲାବସ । ଅନ୍ୟପଟେ ଏହାକୁ ସିଲାବସରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । କେରଳର ବାମପନ୍ଥୀ ସରକାର ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ଏହି ସିଲାବସ ସାମିଲ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । କେରଳ ଶିକ୍ଷାମନ୍ତ୍ରୀ ବି ଶିବନକୁଟ୍ଟୀ କହିଛନ୍ତି, "NCERT ବାବ୍ରି ମସଜିଦ ସହ ଜଡିତ ପାଠ୍ୟକ୍ରମ ପିଲାଙ୍କ ବହିରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛି । ହେଲେ କେରଳ ସରକାର ଏହା ପିଲାଙ୍କୁ ପଢିବାକୁ ଦେବେ ।"
ମନ୍ତ୍ରୀ ଆହୁରି କହିଛନ୍ତି, ପାଠ୍ୟକ୍ରମ ସମିତି ଏହା ଉପରେ ଅଧିକ ବିଚାର କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ସଂଶୋଧିତ ପାଠ୍ୟ ପୁସ୍ତକ ଆସନ୍ତା ଶିକ୍ଷାବର୍ଷଠାରୁ ପ୍ରଚଳିତ ହେବ । ଧାର୍ଯ୍ୟ ସମୟ ମଧ୍ୟରେ କେରଳ ସରକାର ସମସ୍ତ ପ୍ରସ୍ତୁତି ଶେଷ କରିବେ ।" ସୂଚନା ଅନୁସାରେ, ଦ୍ବାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ପାଠ୍ୟ ପୁସ୍ତକରୁ ବାବ୍ରି ମସଜିଦ ଧ୍ବଂସ ପ୍ରସଙ୍ଗ ବାଦ ପଡିବା ନେଇ ନିଷ୍ପତ୍ତି ନେଇଛି NCERT । ଅନ୍ୟପଟେ ଏହି ନିଷ୍ପତ୍ତି ବିରୋଧରେ ଯାଇ ଏକ ସପ୍ଲିମେଣ୍ଟାରୀ ବହି ପ୍ରସ୍ତୁତ କରିବାକୁ ସ୍ଥିର କରିଛନ୍ତି କେରଳ ସରକାର । ଯେଉଁଥିରେ ବାବ୍ରି ମସଜିଦ ବିଷୟରେ ଉଲ୍ଲେଖ ରହିବ ।