ଲକ୍ଷ୍ନୌ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରଣାସୀରେ ଗସ୍ତରେ ଅଛନ୍ତି । ଏହି ଗସ୍ତରେ ଆଜି (ଶୁକ୍ରବାର) ମୋଦି କଳା ଐତିହ୍ୟ, ସ୍ବାସ୍ଥ୍ୟ, ଶିକ୍ଷା, ପରିବହନ, କ୍ରୀଡା ଭଳି ଅନେକ କ୍ଷେତ୍ରରେ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ ଏବେ କାଶୀ କଳା ଐତିହ୍ୟ ଓ ବିକାଶର ମଡେଲ ପାଲଟିଛି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ସନ୍ଥ ରବିଦାସଙ୍କ ୬୪୭ ଜୟନ୍ତୀ ଅବସରରେ ଏକ ବିଶାଳ ପ୍ରତିମୂର୍ତ୍ତିର ଲୋକାର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ବନାରସ ହିନ୍ଦୁ ୟୁନିଭର୍ସିଟି (BHU)ର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ କାଶୀ ସଂସଦ ଜ୍ଞାନ ପ୍ରତିଯୋଗିତା, କାଶୀ ସଂସଦ ଫଟୋଗ୍ରାଫି ପ୍ରତିଯୋଗିତା ଓ କାଶୀ ସଂସନଦ ସଂସ୍କୃତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ସେମାନଙ୍କ ପିତାମାତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ମୋଦି କହିଛନ୍ତି, "ଆସନ୍ତା ୫ ବର୍ଷ ମଧ୍ୟରେ ଦେଶ ବିକାଶର ମଡେଲ ପାଲଟିବ । ଆଉ ଏହା ହେଉଛି ମୋଦି ଗ୍ୟାରେଣ୍ଟି । ବର୍ତ୍ତମାନ କାଶୀ ଐତିହ୍ୟ ଓ ବିକାଶର ମଡେଲ ପାଲଟିଛି । ଏଠାରେ ଭାରତର ସମୃଦ୍ଧ କଳା ସଂସ୍କୃତି ସାରା ବିଶ୍ବରେ ପହଞ୍ଚିପାରିଛି ।"
ଏହା ବି ପଢନ୍ତୁ- ରାତି ଅଧରେ ଗାଡିରୁ ଓହ୍ଲାଇ ଫ୍ଲାଏ ଓଭରରେ ଚାଲି ଚାଲି ଗଲେ ପ୍ରଧାନମନ୍ତ୍ରୀ