ଓଡିଶା

odisha

ETV Bharat / bharat

ଘାଟିରେ ଓଲଟିଲା ଟ୍ରକ, ୧୦ ପରିବା ଓ ଫଳ ବେପାରୀ ମୃତ - KARNATAKA ROAD ACCIDENT

କର୍ଣ୍ଣାଟକରେ ବଡ଼ ସଡ଼କ ଦୁର୍ଘଟଣା । ଫଳ ଓ ପନିପରିବା ବିକ୍ରି କରିବାକୁ ଯାଉଥିଲେ ଘାଟିରେ ଓଲଟିଲା ଟ୍ରକ ।

KARNATAKA ACCIDENT
KARNATAKA ACCIDENT (ETV Bharat)

By ETV Bharat Odisha Team

Published : Jan 22, 2025, 10:52 AM IST

ବେଙ୍ଗାଲୁରୁ (କର୍ଣ୍ଣାଟକ):କର୍ଣ୍ଣାଟକ ଉତ୍ତର କନ୍ନଡ ଜିଲ୍ଲା ଆରାବେଲ ଘାଟିରେ ଓଲଟିଲା ଫଳ ବୋଝେଇ ଟ୍ରକ । ଏଥିରେ 10 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 15 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ୟାଲାପୁରା ତାଲୁକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତରଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମାର୍କେଟ ଯାଉଥିବା ବେଳେ ଘଟିଛି ଅଘଟଣ । ମୃତ୍ୟୁ ସଂଖ୍ୟା ଆଗକୁ ବଢିବା ନେଇ ଅନୁମାନ କରାଯାଉଛି ।

ଘାଟିରେ ଓଲଟିଲା ଟ୍ରକ:

ଫଳ ଓ ପନିପରିବା ନେଇ କର୍ଣ୍ଣାଟକର ସାଭାନୁରୁରୁ ହାଭେରି ଜିଲ୍ଲାର କୁମଟା ମାର୍କେଟକୁ ଯାଉଥିଲା ଏକ ଟ୍ରକ । ଯେଉଁଥିରେ 40 ଜଣ ବିକାଳି ଯାତ୍ରା କରୁଥିଲେ । ହେଲେ ଆଜି (ବୁଧବାର) ସକାଳ ପ୍ରାୟ 5.30 ସମୟରେ ୟାଲାପୁରାର ଆରାବେଲ ଘାଟିରେ ଓଲଟି ପଡିଛି ଟ୍ରକ । ଫଳରେ 10 ଜଣଙ୍କ ମୃତ୍ୟୁ ହୋଇଛି । 15 ଜଣ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଅନୁମାନ କରାଯାଉଛି ।

Karnataka Accident (ETV Bharat)

ଉଦ୍ଧାର କାର୍ଯ୍ୟରେ ପୋଲିସ:

ଖବର ପାଇ ଘଟଣାସ୍ଥଳରେ ନିକଟସ୍ଥ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛି । ଆହତଙ୍କୁ ଚିକିତ୍ସା ପାଇଁ ୟାଲାପୁରା ତାଲୁକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ହୁବାଲିର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ମୃତଦେହ ଗୁଡିକୁ ୟାଲାପୁରା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Karnataka Accident (ETV Bharat)

ମୃତକଙ୍କ ପରିଚୟ ମିଳିଲା :

ମୃତକ ମାନେ ହେଲେ ଫୟଜ ଇମାମ ସାଏବ ଜାମଖଣ୍ଡି(45), ୱାସିମ ଭିରୁଲ୍ଲା ମୁଡଗେରି(35), ଇଜାଜ ମୁସ୍ତାକା ମୁଲ୍ଲା(20), ସାଦିକ ଭାସା ଫରାସା(30), ଗୁଲାମ ହୁସେନ ଜୱାଲି(40), ଇମତିଆଜ ମାମାଜାଫର ମୁଲକେରି(36), ଅଲଫାଜ ଜାଫର ମଣ୍ଡାକି(25), ଜିଲାନି ଅବଦୁଲ ଜାଖଟି(25), ଅସଲାମ ବାବୁଲି ବେନି(24) ।

ସାଇଟ୍‌ ଦେଇ ଓଲଟିଲା ଟ୍ରକ:

ପୋଲିସର ସୂଚନା ଅନୁସାରେ, ଫଳ ପନିପରିବା ବୋଝେଇ ଟ୍ରକକି ଅନ୍ୟ ଏକ ଗାଡିକୁ ସାଇଟ୍‌ ଦେଉଥିଲା । ଫଳରେ 50 ଫୁଟ ଘାଟିକୁ ଓଲଟି ପଡିଥିଲା ।

ଏହା ମଧ୍ୟ ପଢନ୍ତୁ:

ପୋଖରୀକୁ ଓଲଟିଲା କାର, ୨ ମୃତ, ଅଧାରେ ରହିଲା LAW ପରୀକ୍ଷା

ତେଲେଙ୍ଗାନାରେ ଓଡ଼ିଶା ବସ ଦୁର୍ଘଟଣା, ଡ୍ରାଇଭର ସମେତ ୫ ଓଡ଼ିଆ ମୃତ

ସଡ଼କ ଦୁର୍ଘଟଣାରେ ଚାଲିଗଲା ଟିଭି ଅଭିନେତା ଅମନ ଜୟସୱାଲଙ୍କ ଜୀବନ

୧୫ ଫୁଟ ତଳକୁ ଖସିଲା ବସ୍, ଅଧାରେ ଅଟକିଲା କାଳୀଜାଇ ଦର୍ଶନ

ଫଳ ବିକ୍ରି ପାଇଁ ଯାଉଥିଲେ, ଦୁର୍ଘଟଣା ନେଲା ଜୀବନ:

କର୍ଣ୍ଣାଟକର ସାଭାନୁରୁ ଅଞ୍ଚଳର ପ୍ରାୟ 40 ଜଣ ପରିବା ବିକାଳି ପନିପରିବା ଓ ଫଳ ବିକ୍ରି କରିବାକୁ ହାଭେରି ଜିଲ୍ଲାର କୁମଟା ମାର୍କେଟକୁ ଆସୁଥିଲେ । ହେଲେ ଅଧାରେ ରହିଲା ବେପାର । ମାର୍କେଟ ପହଞ୍ଚିବା ପୂର୍ବରୁ ବାଟରେ ଜଗିଥିଲା ଯମ । ଫଳ ବୋଝେଇ ଟ୍ରକ ଦୁର୍ଘଟଣାର ଶିକାର ହେଲା । ଫଳରେ ଲିଭିଗଲା 10 ଜୀବନ ଦୀପ ।

ଏଣେତେଣେ ବିଛାଡି ହୋଇ ପଡିଛି ଫଳ ଓ ପନିପରିବା:

ଦୁର୍ଘଟଣାସ୍ଥଳରେ ଖାଲି ଫଳ ଆଉ ପନିପରିବା । ଯେଉଁଟି ଟ୍ରକଟି ଓଲଟି ପଡିଛି ଆଖପାଖରେ ଏତେତେଣେ ପଡି ରହିଛି ଫଳ ଓ ପନିପରିବା । ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details