ଓଡିଶା

odisha

ETV Bharat / bharat

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା - JUSTICE SANJIV KHANNA TAKE OATH CJI

ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି ।

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଖାନ୍ନା, ରାଷ୍ଟ୍ରପତି ମୁର୍ମୁ କରାଇଲେ ଶପଥ
ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଖାନ୍ନା, ରାଷ୍ଟ୍ରପତି ମୁର୍ମୁ କରାଇଲେ ଶପଥ (ETV Bharat Odisha)

By ETV Bharat Odisha Team

Published : Nov 11, 2024, 10:30 AM IST

Updated : Nov 11, 2024, 11:37 AM IST

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛନ୍ତି । ଜଷ୍ଟିସ ଖାନ୍ନା ଭାରତର 51ତମ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ । ସେ ଏହି ସର୍ବୋଚ୍ଚ ନ୍ୟାୟିକ ପଦବୀରେ ମାତ୍ର ୬ ମାସ ରହିବେ । ଆସନ୍ତାବର୍ଷ ୨୦୨୫ ମେ’ ୧୩ ତାରିଖରେ ସେ ଅବସର ନେବେ । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଗତମାସରେ ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଚନ୍ଦ୍ରଡୂଡ ତାଙ୍କ ନାମ ସୁପାରିଶ କରିଥିଲେ ।

ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଶପଥ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବିଦାୟୀ ପ୍ରଧାନ ବିଚାରପତି (ସିଜେଇ) ଜଷ୍ଟିସ୍‌ ଡି.ଓ୍ବାଇ ଚନ୍ଦ୍ରଚୂଡ ମଧ୍ୟ ଉପସ୍ଥିତ ଥିଲେ । ଏମାନଙ୍କ ସହ ଏକାଧିକ କେନ୍ଦ୍ରମନ୍ତ୍ରୀ, ଆଇନ ବିଭାଗର ଅଧିକାରୀ, ସର୍ବୋଚ୍ଚ କୋର୍ଟର ତମାମ ବରିଷ୍ଠ ବିଚାରପତି, ଆଇନଜୀବୀ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଖାନ୍ନା, ରାଷ୍ଟ୍ରପତି ମୁର୍ମୁ କରାଇଲେ ଶପଥ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି, ଜଷ୍ଟିସ ଚନ୍ଦ୍ରଚୂଡ କଲେ ସୁପାରିଶ

  • ୧୯୮୩ ଓକିଲାତି ଆରମ୍ଭ କରିଥିଲେ ଜଷ୍ଟିସ ଖାନ୍ନା

୧୯୬୦ ମସିହା ମେ’ ୧୪ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଖାନ୍ନା ୧୯୮୩ ମସିହାରେ ଦିଲ୍ଲୀ ବାର କାଉନସିଲରେ ପଞ୍ଜୀକୃତ ହୋଇ ଲ’ ପ୍ରାକ୍ଟିସ ଆରମ୍ଭ କରିଥିଲେ । ଦୀର୍ଘ ବର୍ଷର ଓକିଲାତି ପରେ ତାଙ୍କୁ ୨୦୦୪ ରେ ‘ଏନସିଆର’ର ସ୍ଥାୟୀ ଓକିଲ ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଥିଲେ । ୨୦୦୫ରେ ସେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ଜଜ୍‌ ଭାବେ ବିଚାରପତି ଜୀବନ ଆରମ୍ଭ କରିଥିଲେ । ୨୦୧୯ ଜାନୁଆରୀ ୧୮ ତାରିଖରେ ସେ ସର୍ବୋଚ୍ଚ କୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ସେ ସର୍ବୋଚ୍ଚ କୋର୍ଟର ଆଇନ ସେବା ସମିତିର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଏକାଧିକ ଗମ୍ଭୀର ମାମଲାରେ ସେ ସହ ବିଚାରପତି ଭାବେ ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ସାମ୍ବିଧାନିକ ଖଣ୍ଡପୀଠରେ ଅଂଶ ହୋଇଛନ୍ତି । ଏବେ ସେ ସର୍ବୋଚ୍ଚ କୋର୍ଟର ମୁଖ୍ୟ ଭାବେ ଦାୟିତ୍ବ ନେବେ ।

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଖାନ୍ନା, ରାଷ୍ଟ୍ରପତି ମୁର୍ମୁ କରାଇଲେ ଶପଥ (ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 11, 2024, 11:37 AM IST

ABOUT THE AUTHOR

...view details