ଓଡିଶା

odisha

ETV Bharat / bharat

ଛତିଶଗଡରେ ସାମ୍ବାଦିକଙ୍କୁ ହତ୍ୟା, ସେପଟିକ ଟାଙ୍କିରୁ ମିଳିଲା ମୃତଦେହ - JOURNALIST MUKESH MURDERED

ଛତିଶଗଡରେ ସେପଟିକ ଟାଙ୍କିରୁ ଯୁବ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର । ହତ୍ଯା ଅଭିଯୋଗ ପରେ ପୋଲିସର ତନାଘନା ।

JOURNALIST MUKESH
JOURNALIST MUKESH (ANI)

By ETV Bharat Odisha Team

Published : Jan 4, 2025, 3:43 PM IST

ରାୟପୁର: ଛତିଶଗଡରେ ବିଜାପୁରର ଯୁବ ସାମ୍ବାଦିକଙ୍କୁ ହତ୍ୟା । ନିଖୋଜ ହେବାର 2ଦିନ ପରେ ସେପଟିକ ଟାଙ୍କିରୁ ଉଦ୍ଧାର ହେଲା ମୃତଦେହ । ଜଣେ ବେସରକାରୀ କଣ୍ଟ୍ରାକ୍ଟରଙ୍କ ଘର ପରିସରରେ ଥିବା ଟାଙ୍କିରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ବସ୍ତର ଜିଲ୍ଲାରେ ଏହି ଘଟଣା ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ମୁକେଶ ଚନ୍ଦ୍ରାକର । ସେପଟିକ୍ ଟାଙ୍କିରେ ଭର୍ତ୍ତି କରାଯିବା ପୂର୍ବରୁ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ 3 ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ଏହା ମଧ୍ୟ ପଢନ୍ତୁ-ଦେବଦୂତ ସାଜିଲେ ସାମ୍ବାଦିକ, ଉପସ୍ଥିତ ବୁଦ୍ଧି ଖଟାଇ ବଞ୍ଚାଇଲେ ଜୀବନ - Journalist Saves Cameraman Life - JOURNALIST SAVES CAMERAMAN LIFE

ମୁକେଶ ଚନ୍ଦ୍ରାକର ବିଜାପୁରରେ ଏକ ନ୍ୟୁଜ୍ ଚ୍ୟାନେଲ ପାଇଁ ଫ୍ରିଲାନ୍ସ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲେ । ସେ ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଚଳାଉଥିଲେ, ଯେଉଁଥିରେ 1.61 ଲକ୍ଷ ଫଲୋର୍ସ ଅଛନ୍ତି। । ଗତ 1 ତାରିଖ ସେ ନିଖୋଜ ଥିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ବସ୍ତର ରେଞ୍ଜର ପୋଲିସ ଇନ୍ସପେକ୍ଟର ଜେନେରାଲ ସୁନ୍ଦରରାଜ ପି କହିଛନ୍ତି । ଥାନାରେ ଅଭିଯୋଗ ପରେ ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ କରିଥିଲା । ପରେ ଜଣେ ମୃତକଙ୍କ ଫୋନ ଟ୍ରାକ କରିବା ପରେ ଜଣେ ବେସରକାରୀ କଣ୍ଟ୍ରାକ୍ଟରଙ୍କ ଘର ପରିସରରେ ଥିବା ସେପଟିକ ଟାଙ୍କିରେ ତାଙ୍କର ମୃତଦେହ ଥିବା ପୋଲିସ ଜାଣିବାକୁ ପାଇଥିଲା । ମୃତଦେହ ଉଦ୍ଧାର ପରେ ଫରେନସିକ ଲ୍ୟାବକୁ ପଠାଯାଇଛି । ତେବେ କେଉଁ କାରଣରୁ ସାମ୍ବାଦିକଙ୍କୁ ହତ୍ୟା କରାଗଲା ତାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏନେଇ ତଦନ୍ତ ଚାଲିଥିବା କହିଛନ୍ତି ଆଇଜି ।

ଏହା ମଧ୍ୟ ପଢନ୍ତୁ-ଥାନା ଦ୍ବନ୍ଦ୍ବରୁ ହୋଇପାରୁନି ବ୍ୟବଚ୍ଛେଦ, ରେଳଟ୍ରାକରୁ ମିଳିଥିଲା ମୃତଦେହ - YOUTH BODY FOUND

ସୂଚନାଯୋଗ୍ୟ, 2021 ମସିହାରେ ବିଜାପୁରରେ ଏକ ଏନକାଉଣ୍ଟର ପରେ ନକ୍ସଲଙ୍କ ଦ୍ୱାରା ଅପହରଣ ହୋଇଥିବା CRPF କନଷ୍ଟେବଳଙ୍କ ମୁକ୍ତିରେ ମୁକେଶ ଚନ୍ଦ୍ରକାରଙ୍କ ପ୍ରମୁଖ ଭୂମିକା ଥିଲା । ନିକଟରେ ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଚନ୍ଦ୍ରକାର ଖବର ପ୍ରସାରଣ କରିଥିଲେ । ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ସାମ୍ବାଦିକଙ୍କ ମୃତ୍ୟୁ ଘଟଣାରେ ଦୁଃଖପ୍ରକାଶ କରି ସାମ୍ବାଦିକତା ଜଗତ ତଥା ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ଘଟଣାର ଅପରାଧିଙ୍କୁ କୌଣସିବି ପରିସ୍ଥିତିରେ ଛଡାଯିବା ନାହିଁ । ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯାଇ କଠୋର ଦଣ୍ଡ ଦିଆଯିବ ବୋଲି ଆମେ ନିର୍ଦ୍ଦେଶ ଦେଇଥିବା ସିଏମ କହିଛନ୍ତି ।

ABOUT THE AUTHOR

...view details