କୋଟା(ରାଜସ୍ଥାନ): ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ ୨୦୨୫ରେ କମାଲ କଲେ ଓଡ଼ିଆ ପୁଅ । ଶତ ପ୍ରତିଶତ ସ୍କୋର (Perfect JEE main Score) ରଖି ରାଜ୍ୟକୁ ଗୌରବାନିତ୍ୱ କରିଛନ୍ତି ରାଜଧାନୀ ଭୁବନେଶ୍ୱରର ଓମ ପ୍ରକାଶ ବେହେରା । ୩୦୦ରୁ ୩୦୦ ମାର୍କ ଆଣି ଫରଫେକ୍ଟ ସ୍କୋର ରଖି ଟପ୍ପର ହୋଇଛନ୍ତି ଓମ । ସଫଳତା ପଛରେ ମାଆ ସ୍ମିତାରାଣୀଙ୍କ ତ୍ୟାଗ ରହିଥିବା କହିଛନ୍ତି ଓମ ।
ଜେଇ ମେନ ଟପ୍ପର ଓଡ଼ିଆ ପୁଅ ଓମ୍:
ପ୍ରକାଶ ପାଇଛି ଜେଇଇ ମେନ ୨୦୨୫ ରେଜଲ୍ଟ । ଏଥିରେ ଭୁବନେଶ୍ୱରର କମଳାକାନ୍ତ ବେହେରା ଓ ସ୍ମିତା ରାଣୀଙ୍କ ପୁଅ ଓମ ପ୍ରକାଶ ବେହେରା ଟପ୍ପର ହୋଇଛନ୍ତି । ସେ ଶତ ପ୍ରତିଶତ ଅର୍ଥାତ୍ ୩୦୦ରୁ ୩୦୦ ମାର୍କ ହାସଲ କରିଛନ୍ତି । ସେ ୩ ବର୍ଷ ହେଲା ରାଜସ୍ଥାନ କୋଟାରେ ରହି କୋଚିଂ ନେଉଛନ୍ତି । ଜେଇଇ ମେନ ସଫଳତା ମିଳିଯାଇଥିବା ବେଳେ ଜେଇଇ ଆଡଭାନ୍ସ କ୍ରାକ କରି ଆଇଆଇଟି(IIT) ବମ୍ବେରେ କମ୍ପ୍ୟୁଟର ସାଇନ୍ସ ବ୍ରାଞ୍ଚରୁ ବି-ଟେକ୍ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସେ ।
କୋଟାରେ କୋଚିଂ ନେଉଛନ୍ତି ଓମ ପ୍ରକାଶ:
୩ ବର୍ଷ ହେଲା ରାଜସ୍ଥାନ କୋଟାରେ ରହି କୋଚିଂ ନେଉଛନ୍ତି ଓମ ପ୍ରକାଶ ବେହେରା । ଓମ ପ୍ରକାଶକହିଛନ୍ତି, "କୋଟାରେ କୋଚିଂ ବିଷୟରେ ଜଣେ ସମ୍ପକୀୟ ଭାଇଙ୍କଠାରୁ ଜାଣିବାକୁ ପାଇଥିଲି । ଯିଏ କୋଟାରେ ରହି ପାଠ ପଢୁଥିଲେ । ଦଶମ ପାସ କରିବା ପରେ ଜେଇଇ ମେନ ପାଇଁ ପାଠ ପଢୁଥିଲି । କୋଟାରେ ପାଠ ପଢିବା ପାଇଁ ଅନେକ ପ୍ରକାର ସୁବିଧା ରହିଛି । ଶିକ୍ଷକମାନେ ସମସ୍ତ ପ୍ରକାର ସାହାଯ୍ୟ କରିଥାନ୍ତି । କିଛି ସମସ୍ୟା ଥିଲେ ତାକୁ ତୁରନ୍ତ ସମାଧାନ କରିଥାନ୍ତି ।"
ବମ୍ବେରେ କମ୍ପ୍ୟୁଟର ସାଇନ୍ସ ବ୍ରାଞ୍ଚରୁ ବିଟେକ କରିବା ଲକ୍ଷ୍ୟ:
ଓମ ପ୍ରକାଶ ଆଉ ମଧ୍ୟ କହିଛନ୍ତି ଯେ, ଯେତେବେଳେ ସେ ଦଶମ ପାସ କରିବା ପରେ କୋଟା ଆସିଥିଲେ, ସେତେବେଳେ ସେ ଭାବି ନଥିଲେ ଯେ ସେ ଶତପ୍ରତିଶତ ସ୍କୋର କରିବେ । ସେହି ସମୟରେ କେବଳ ପାଠ ପଢିବା ପାଇଁ ସେ କୋଟା ଆସିଥିଲେ । କେବଳ ଲକ୍ଷ୍ୟ ଥିଲା ଜେଇଇ ମେନ ଓ ଆଡଭାନ୍ସ କ୍ରାକ୍ କରିବା । ଏବେ ଜେଇଇ ମେନ ସଫଳତା ମିଳିଯାଇଥିବା ବେଳେ ଆଡଭାନ୍ସକୁ କ୍ରାକ କରି ଆଇଆଇଟି ବମ୍ବେରେ କମ୍ପ୍ୟୁଟର ସାଇନ୍ସ ବ୍ରାଞ୍ଚରୁ ବିଟେକ କରିବା ପାଇଁ ଲକ୍ଷ୍ୟ ରହିଛି ।
ସଫଳତା ପଛରେ ରହିଛି ମାଆ-ବାପାଙ୍କ ତ୍ୟାଗ:
ଓମ ପ୍ରକାଶଙ୍କ ଏହି ସଫଳତା ପଛରେ ତାଙ୍କ ମାଆ ଓ ବାପାଙ୍କ ତ୍ୟାଗ ଅନେକ । ପୁଅର ଭବିଷ୍ୟତ ପାଇଁ ନିଜ ଅଧ୍ୟାପନା ଛାଡ଼ି ଦେଇଥିଲେ ମାଆ ଓ ବାପା । ଓଡ଼ିଶା ପ୍ରାଶାସନିକ ସେବାରେ କାର୍ଯ୍ୟ କରୁଥିବା ବେଳେ ପୁଅ ପାଇଁ ଦିଲ୍ଲୀ ଟ୍ରାନ୍ସଫର କରି ସେଠାରେ ଏକୁଟିଆ ରହିଥିଲେ । ଓମ ପ୍ରକାଶଙ୍କ ମାଆ ସ୍ମିତାରାଣୀ ଶିକ୍ଷା ବିଷୟରେ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ରାଜସ୍ଥାନ କୋଟାରେ ନିଜ ପୁଅ ପାଖରେ ରହିବା ପାଇଁ ଓ ତାଙ୍କୁ ପାଠପଢାରେ ସାହାଯ୍ୟ କରିବା ପାଇଁ ସେ ଚାକିରି ଛାଡି ଦେଇଥିଲେ ଏବଂ ଭୁବନେଶ୍ୱର ଛାଡି କୋଟାରେ ରହୁଥିଲେ । ସେହିପରି ବାପା କମଳାକାନ୍ତ ବେହେରା ମଧ୍ୟ ଓଡ଼ିଶା ପ୍ରଶାସନିକ ସେବାରେ ନିୟୋଜିତ ଥିବା ବେଳେ ସେ ମଧ୍ୟ ପୁଅ ପାଇଁ ଓଡ଼ିଶାରୁ ଟ୍ରାନ୍ସଫର କରି ଦିଲ୍ଲୀରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ଅନେକ ବର୍ଷ ହେଲା ତାଙ୍କ ବାପା ଦିଲ୍ଲୀରେ ଅଛନ୍ତି ।