ହାଇଦ୍ରାବାଦ:ଜମ୍ମୁ କାଶ୍ମୀରର ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । 18 ତାରିଖରେ ପ୍ରଥମ ପର୍ଯ୍ୟାୟରେ 24 ଆସନରେ ମତାଦାନ ଶେଷ ହୋଇଥିବା ବେଳେ ଆଜି 6ଟି ଜିଲ୍ଲାର 26 ଆସନରେ ମତଦାନ ହେଉଛି । ସକାଳୁ ମକ୍ ପୁଲିଂ ଶେଷ ହେବା ପରେ 7 ଟାରୁ ସାଧାରଣ ଭୋଟର ସେମାନଙ୍କର ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରୁଛନ୍ତି । ପ୍ରଥମ ପର୍ଯ୍ୟାୟ ପରି ଦ୍ବିତୀୟ ପର୍ଯ୍ୟାୟରେ ମତ ମତଦାନକୁ ନେଇ ଭୋଟରଙ୍କ ଉତ୍ସାହ ରହିଛି ।
ମୈଦାନରେ 239 ପ୍ରାର୍ଥୀ
ମତଦାନ ହେଉଥିବା ଜିଲ୍ଲା ମଧ୍ୟରେ 3ଟି କାଶ୍ମୀର ଉପତ୍ୟାକାରେ ଥିବା ବେଳେ ଅବଶିଷ୍ଟ 3ଟି ଜାମ୍ମୁ କ୍ଷେତ୍ରରେ ରହିଛି । ବିଭିନ୍ନ ଦଳ ଓ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ମିଶାଇ ମୋଟ 239 ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ରହିଛନ୍ତି । 2.5 ମିଲିୟନ ବା ୨୫ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଆଜିର ପର୍ଯ୍ୟାୟରେ ମୋଟ 3,502 ମତଦାନ କେନ୍ଦ୍ର ପ୍ରସ୍ତୁତ ହୋଇଛି । ସେଥିମଧ୍ୟରୁ 26ଟି ଗୋଲାପୀ ବୁଥ (ପିଙ୍କ ବୁଥ) ରହିଛି । ଏହାର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ବ ମହିଳାମାନଙ୍କ ଉପରେ ରହିଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମସ୍ତ ମତଦାନ କେନ୍ଦ୍ର ଓ ସମ୍ବେଦନଶୀଳ ଅଞ୍ଚଳରେ କେନ୍ଦ୍ରୀୟ ଫୋର୍ସ ଓ ସ୍ଥାନୀୟ ପୋଲିସର ସଶସ୍ତ୍ର ଯବାନ ନିୟୋଜିତ ହୋଇଛନ୍ତି ।
କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟରେ 26 ଆସନରେ ଭୋଟିଂ ଜାରି (ETV Bharat Odisha) ୮ ତାରିଖରେ ଜନାଦେଶ:
ଅକ୍ଟୋବର ପହିଲାରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟିଂ ହେବ । ପ୍ରଥମ ପର୍ଯ୍ୟାୟରେ 18 ତାରିଖରେ 61 ପ୍ରତିଶତ ଭୋଟିଂ ହୋଇଥିଲା । 8 ତାରିଖରେ ମତଗଣନା ଓ ଫଳାଫଳ ପ୍ରକାଶ ପାଇବ । ଏଥର ଜାତୀୟ ଦଳ ବିଜେପି ଓ କଂଗ୍ରେସ ସମେତ ଏନସି, ପିଡିପି ଓ ଗୁଲାମନବୀ ଆଜାଦଙ୍କ ରାଜନୈତିକ ଦଳ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି । ଧାରା-370 ଉଚ୍ଛେଦ ହେବା ପରେ ପ୍ରଥମ ଥର ଘାଟିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ନିକଟରେ ଲୋକସଭା ନିର୍ବାଚନ ଶେଷ ହୋଇଛି ।
କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟରେ 26 ଆସନରେ ଭୋଟିଂ ଜାରି (ETV Bharat Odisha) ଏହା ମଧ୍ୟ ପଢନ୍ତୁ :- ୧୦ ବର୍ଷ ପରେ ଭୋଟ୍ ଦେଉଛି ଜମ୍ମୁ କାଶ୍ମୀର; ପ୍ରଥମ ପର୍ଯ୍ୟାୟରେ ୬ ଜିଲ୍ଲାର ୨୪ ଆସନରେ ମତଦାନ - JK FIRST PHASE ASSEMBLY ELECTIONS
- 10 ବର୍ଷ ଭୋଟ ଦେଉଛି କାଶ୍ମୀର
2014ରେ ଶେଷ ଥର ପାଇଁ ଘାଟିରେ ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ମୁଫତି ସୟଦଙ୍କ ଦଳ ପିଡିପି ବୃହତ୍ତମ ଦଳ ଭାବେ ସାମ୍ନାକୁ ଆସିଥିଲେ ସୁଦ୍ଧା ସଂଖ୍ୟା ଗରିଷ୍ଠତା ହାସଲ କରିପାରନଥିଲା । ବିଜେପି-ପିଡିପି ମେଣ୍ଟରେ ସରକାର ଗଠନ କରିଥିଲେ । ପ୍ରଥମେ ମୁଫତି ସୟଦ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ତାଙ୍କ ଦେହାନ୍ତ ପରେ ତାଙ୍କ କନ୍ୟା ମେହେବୁବା ମୁଫତି ମୁଖ୍ୟମନ୍ତ୍ରୀ ହୋଇଥିଲେ । ମାତ୍ର 2019 ଆରମ୍ଭରେ ବିଜେପି ସମର୍ଥନ ପ୍ରତ୍ୟାହାର କରି ମୁଫତି ସରକାରର ପତନ ଘଟାଇଥିଲା ।
କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟରେ 26 ଆସନରେ ଭୋଟିଂ ଜାରି (ETV Bharat Odisha) - 2019ରେ ରାଜ୍ୟପାହ୍ୟା ହରାଇଥିଲା ଜାମ୍ମୁ-କାଶ୍ମୀର:-
ସରକାର ପତନର ମାତ୍ର କିଛି ମାସ ପରେ ଧାରା-370 ଓ ଅନୁଚ୍ଛେଦ 35 (କ) ଉଚ୍ଛେଦ କରି କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରର ରାଜ୍ୟ ପାହ୍ୟା ସମାପ୍ତ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ । ଜମ୍ମୁ କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନାମିତ କରିଥିଲା । ଏବେ 10 ବର୍ଷ ପରେ ସୀମା ପୁନଃନିର୍ଦ୍ଧାରଣ ସହ କାଶ୍ମୀର ବିଧାନସଭା ନିର୍ବାଚନରେ ଭୋଟ ଦେଉଛି । ଏହା ପୂର୍ବରୁ ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ କାଶ୍ମୀରବାସୀ ମତାଧିକାର ସାବ୍ୟସ୍ତ କରି ରେକର୍ଡ ସଂଖ୍ୟକ ଭୋଟ ଦେଇଥିଲେ ।
କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟରେ 26 ଆସନରେ ଭୋଟିଂ ଜାରି (ETV Bharat Odisha) ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ