ହାଇଦ୍ରାବାଦ:ଭାରତରେ ପ୍ରବେଶ କଲା ମଙ୍କିପକ୍ସ । ବିଦେଶରୁ ଫେରିଥିବା ଜଣେ ବ୍ୟକ୍ତି ମଙ୍କିପକ୍ସ ଭାଇରସ୍ ସଂକ୍ରମିତ ହୋଇଥିବା ସ୍ପଷ୍ଟ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ତାଙ୍କ ଶରୀରରେ ମଙ୍କିପକ୍ସ ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇଛି । ତାଙ୍କୁ ସଙ୍ଗରୋଧରେ ରଖି ଚିକିତ୍ସା କରାଯାଉଛି । ଗତକାଲି ତାଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ରିପୋର୍ଟରେ ପଜିଟିଭ ଥିବା ସ୍ପଷ୍ଟ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାକୁ ନେଇ ଚିନ୍ତିତ ହେବାର କୌଣସି ଅବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର କହିଛି । ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଗୋପନୀୟ ରଖାଯାଇଛି । ତେବେ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ କ୍ଲେଡ 2 ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି ।
- ସଙ୍ଗରୋଧରେ ଆକ୍ରାନ୍ତ, ପରିଚୟ ଗୋପନ
ଗତକାଲି PIB ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ତଥ୍ୟ ଅନୁସାରେ, ଆକ୍ରାନ୍ତ ଜଣକ ମଙ୍କିପକ୍ସ ସଂକ୍ରମିତ ଦେଶରୁ ଫେରିଛନ୍ତି । ତାଙ୍କଠାରେ ଲକ୍ଷଣ ପ୍ରକାଶ ପାଇବା ପରେ ତୁରନ୍ତ ତାଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଛି । ସେ ଅନ୍ୟ କେଉଁମାନଙ୍କ ସହ ମିଶିଥିଲେ, ସେନେଇ ମଧ୍ୟ ଟ୍ରେସିଂ କରାଯାଇଛି । ବର୍ତ୍ତମାନ ସ୍ଥିତିରେ ଚିନ୍ତିତ ହେବାର କୌଣସି କାରଣ ନାହିଁ ।
- କିପରି ବ୍ୟାପେ ମାଙ୍କିପକ୍ସ ?