ପାଟନା:ଗତ କିଛି ଦିନ ହେବ ପୋଲ ଟ୍ରାଜେଡି ପାଇଁ ଚର୍ଚ୍ଚାରୁ ହଟୁନି ବିହାର । ଭୁଶୁଡିଲା ଦେଶର ସର୍ବବୃହତ ବକୋର ବ୍ରିଜ । ଗତ କିଛି ଦିନ ପୂର୍ବେ ସୁଲତାନଗଞ୍ଜରେ ଗଙ୍ଗାନଦୀ ଉପରେ ନିର୍ମାଣାଧୀନ ଏକ ପୋଲ ଏବଂ କିଶନଗଞ୍ଜ ଜିଲ୍ଲାରୁ କଟିହାରକୁ ସଂଯୋଗ କରିବା ପାଇଁ ମେଚୀ ନଦୀ ଉପରେ ନିର୍ମାଣାଧୀନ ଏହି ପୋଲର ନଦୀରେ ମଧ୍ୟଭାଗରେ ଥିବା ଖମ୍ବଟି ଦବି ଯାଇଥିବା ବେଳେ ଏବେ ବକୋର ବ୍ରିଜ ଭୁଶୁଡି ପଡିଛି । ବ୍ରିଜର 3ଟି ସ୍ତମ୍ଭର ଗାର୍ଡର ଖସିଯାଇଛି । ତେବେ ସକାଳ ପ୍ରାୟ 7ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲ ତଳେ କିଛି ଶ୍ରମିକ ଚାପି ହୋଇ ରହିଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଛି ।
ଦେଶର ସର୍ବବୃହତ ପୋଲ କ୍ଷତିଗ୍ରସ୍ତ:ଏହି ପୋଲରେ ସମୁଦାୟ 171ଟି ପିଲର ରହିଛି । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା 150ରୁ ଅଧିକ ସ୍ତମ୍ଭ ନିର୍ମାଣ କରାଯାଇଥିଲା । କିନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନଥିଲା । ମାଧୁବନୀ ଏବଂ ସୁପାଲ ମଧ୍ୟରେ ବକୋର ସେତୁ ନିର୍ମାଣ କରାଯାଉଛି । ଏହା ହେଉଛି ଦେଶର ସର୍ବବୃହତ୍ତ ସେତୁ । ଆସାମର ଭୁପେନ ହଜରିକା ବ୍ରିଜଠାରୁ ମଧ୍ୟ ଏହା ଏକ କିଲୋମିଟର ଲମ୍ବ ଅଟେ ।
ଏହା ମଧ୍ୟ ପଢନ୍ତୁ: ବିହାରରେ ପୁଣି ଟ୍ରାଜେଡି: ଦବିଗଲା ନିର୍ମାଣାଧୀନ ପୋଲ