ଓଡିଶା

odisha

ETV Bharat / bharat

ଗ୍ଲୋବାଲ-ସାଉଥର ସ୍ୱର ଏବେ ଭାରତ - India as Voice of the Global South

India as the Voice of the Global South: ଗ୍ଲୋବାଲ-ସାଉଥର ସ୍ୱର ଏବେ ଭାରତ । ସର୍ବବୃହତ୍ତ ଗଣତନ୍ତ୍ର ସାଙ୍ଗକୁ ଦ୍ରୁତ ବିକାଶ ଅନୁକୂଳ ଭିତ୍ତିଭୂମି ପାଇଁ ଦକ୍ଷିଣ-ଏସୀୟ ଦେଶମାନଙ୍କର ନେତୃତ୍ବ ନେଉଛି ଭାରତ । ପଢନ୍ତୁ ଆଚଲ ମାଲୋହୋତ୍ରାଙ୍କ ଆଲେଖ୍ୟ...

ଗ୍ଲୋବାଲ-ସାଉଥର ସ୍ୱର ଭାରତ
ଗ୍ଲୋବାଲ-ସାଉଥର ସ୍ୱର ଭାରତ (ETV Bharat Odisha)

By Achal Malhotra

Published : Aug 26, 2024, 2:27 PM IST

ହାଇଦ୍ରାବାଦ: 2024 ମସିହା ଅଗଷ୍ଟ 17 ତାରିଖରେ ଭାରତ ‘ଭଏସ ଅଫ ଗ୍ଲୋବାଲ-ସାଉଥ ସମ୍ମିଳନୀ’ (VOGSS) ଆୟୋଜନ କରିଥିଲା । ଏହାର ଅନୁଚିନ୍ତା ବା ଥିମ ରହିଥିଲା ‘‘ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଏକ ସଶକ୍ତ ଗ୍ଲୋବାଲ୍ ସାଉଥ’’ ବା (An Empowered Global South for a Sustainable Future )। ଭାରତ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ଥିଲା ତୃତୀୟ ସଂସ୍କରଣ ଥିଲା । ପ୍ରଥମ ଏବଂ ଦ୍ୱିତୀୟ ଶିଖର ସମ୍ମିଳନୀ 2023 ରେ ଅନୁଷ୍ଠିତ ହୋଇଥିଲା । ସମସ୍ତ ତିନୋଟି ସମ୍ମିଳନୀ ଭର୍ଚ୍ଚୁଆଲ ଫର୍ମାଟରେ ଅନୁଷ୍ଠିତ ହୋଇଥିଲା । ଗ୍ଲୋବାଲ ସାଉଥର 100 ରୁ ଅଧିକ ଦେଶ ଏହି ପ୍ରତ୍ୟେକ ସମ୍ମିଳନୀର ମାନସ ମନ୍ଥନରେ ଅଂଶ ଗ୍ରହଣ କରିଥିଲେ ।

ଦକ୍ଷିଣ-ବିଶ୍ବର ସ୍ୱର ଭାରତ (ETV Bharat Odisha)
  • ଗ୍ଲୋବାଲ-ସାଉଥ କ’ଣ ଏବଂ ଭାରତର ଭୌଗୋଳିକ ସଂରଚନାରେ କେତେ ଗୁରୁତ୍ୱପୂର୍ଣ୍ଣ ?

‘ଗ୍ଲୋବାଲ୍ ସାଉଥ’ ଶବ୍ଦ ‘ତୃତୀୟ ବିଶ୍ବ ଦେଶ’ ଶବ୍ଦରୁ ଉତ୍ପନ୍ନ ହୋଇଥିଲା । ଯାହା ଉପନିବେଶ ଓ ଶୀତଳ ଯୁଦ୍ଧ ଯୁଗରେ ଆର୍ଥିକ ପଛୁଆ, ସ୍ୱଳ୍ପ ଆୟକାରୀ, ସର୍ବନିମ୍ନ ବିକଶିତ, ସର୍ବନିମ୍ନ ବିକଶିତ ତଥା ବିକାଶଶୀଳ ଦେଶଗୁଡ଼ିକ ଉଦ୍ଦେଶ୍ୟରେ ବର୍ଣ୍ଣନା କରିବା ଏବଂ ସେମାନଙ୍କୁ ଅନ୍ୟଦେଶମାନଙ୍କୁ ଭିନ୍ନ ଶ୍ରେଣୀଭୂକ୍ତ କରିବା ପାଇଁ ବ୍ୟବହୃତ ହୋଇଥିଲା । ବିଶ୍ବଶକ୍ତି ଦେଶଗୁଡିକ (ମୁଖ୍ୟତଃ କମ୍ୟୁନିଷ୍ଟ ଦେଶମାନେ) ଏବଂ ପ୍ରଥମ ବିଶ୍ବଶକ୍ତି ଦେଶଗୁଡିକ ମୁଖ୍ୟତଃ ଶିଳ୍ପ ଏବଂ ବୈଷୟିକ ଜ୍ଞାନକୌଶଳ ଏବଂ ପୁଞ୍ଜୀ ଅର୍ଥନୀତି ସହିତ ଉନ୍ନତ ଶ୍ରେଣୀରେ ଥିଲେ । କମ୍ୟୁନିଷ୍ଟ ଋଷ ଏବଂ ଏହାର ସହଯୋଗୀ କମ୍ୟୁନିଷ୍ଟ ଦେଶଗୁଡିକର ପତନ ପରଠାରୁ, ଏହି ଶବ୍ଦ ବର୍ତ୍ତମାନ ବିକାଶ ସ୍ତର ଉପରେ ଆଧାର କରି ବ୍ୟବହୃତ ହେଉଛି । ଗ୍ଲୋବାଲ୍ ସାଉଥ ଏବେ ପଛୁଆ, ଗରିବ କିମ୍ବା ବିକାଶଶୀଳ ଦେଶ ସମୂହର ଏକ ପରିଚୟ ହୋଇଛି ।

  • ‘ଗ୍ଲୋବାଲ୍ ସାଉଥ’ ଶବ୍ଦ ସଜ୍ଞା ବଦଳିଛି:-

ଜାପାନ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ନ୍ୟୁଜିଲ୍ୟାଣ୍ଡ ଇତ୍ୟାଦି ଦେଶଗୁଡ଼ିକ ଭୌଗୋଳିକ ଅବସ୍ଥିତି କାରଣରୁ ଗ୍ଲୋବାଲ-ନର୍ଥ ଦେଶସମୂହ ବର୍ଗରେ ରହିଛନ୍ତି । ଅତୀତର ‘ତୃତୀୟ ବିଶ୍ବ’ ଏବଂ ବର୍ତ୍ତମାନର ‘ଗ୍ଲୋବାଲ୍ ସାଉଥ’ ଶବ୍ଦ ମଧ୍ୟରେ ଗୁଣାତ୍ମକ ପାର୍ଥକ୍ୟ ମଧ୍ୟ ରହିଛି । ଗ୍ଲୋବାଲ୍ ସାଉଥ ବର୍ତ୍ତମାନ କିଛି ଦ୍ରୁତ ବିକାଶଶୀଳ ତଥା ଉଦୀୟମାନ ଅର୍ଥନୀତିକୁ ମଧ୍ୟ ଅନ୍ତର୍ଭୁକ୍ତ କରୁଛି । ଏହି ବର୍ଗରେ ଭାରତ, ଚୀନ୍, ବ୍ରାଜିଲ୍, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା ଇତ୍ୟାଦି ରାଷ୍ଟ୍ର ସମୂହ ରହିଛନ୍ତି ।

ଦକ୍ଷିଣ-ବିଶ୍ବର ସ୍ୱର ଭାରତ (ETV Bharat Odisha)
  • ବଦଳୁଛି ଭାରତର ସ୍ଥିତି:-

2047 ସୁଦ୍ଧା ଏକ ବିକଶିତ ଦେଶ ହେବାର ଲକ୍ଷ୍ୟ ରଖିଥିବା ଭାରତ,‘ଗ୍ଲୋବାଲ ସାଉଥ’ରୁ ‘ଗ୍ଲୋବାଲ ନର୍ଥ’କୁ ପରିବର୍ତ୍ତିତ ହେବାର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ବୋଲି କୁହାଯାଇପାରେ । ଜାତିସଂଘର ଆନୁଷ୍ଠାନିକ ଢାଞ୍ଚାରେ G77 ରେ ଏହାର ପଦକ୍ଷେପ ମାଧ୍ୟମରେ ଏହା ବିକାଶଶୀଳ ଦେଶର ବାଣିଜ୍ୟ ଏବଂ ଅର୍ଥନୈତିକ ସ୍ୱାର୍ଥକୁ ମଧ୍ୟ ପ୍ରୋତ୍ସାହିତ କରିଛି । ଚୀନରୁ ଭାରତ ପାଇଁ ମୁଖ୍ୟ ପ୍ରତିଯୋଗିତା ସମ୍ଭାବନା ରହିଛି । କରାଣ ଗ୍ଲୋବାଲ ସାଉଥ ନେତୃତ୍ୱ ବର୍ତ୍ତମାନ ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିଛି । ଉଭୟ ଭାରତ ଓ ଚୀନ ପରି ବିଶାଳ ଦକ୍ଷିଣ ଏସିୟ ଦେଶ ଏହି ପ୍ରତିଦ୍ବନ୍ଦ୍ବିତାରେ ଆଗରେ ରହିଛନ୍ତି ।

  • ‘ଗ୍ଲୋବାଲ-ସାଉଥ’ର ନେତୃତ୍ୱ ନେବାର ସମୟ ଭାରତର

ଭାରତର ଭୂ-ରାଜନୈତିକ ସ୍ଥିତି ଆକଳନ ଅନୁସାରେ, ଏହା ହେଉଛି ‘ଗ୍ଲୋବାଲ-ସାଉଥ’ର ନେତୃତ୍ୱ ନେବାର ସମୟ । ସର୍ବବୃହତ ଗଣତନ୍ତ୍ର, ଦ୍ରୁତ ଅଭିବୃଦ୍ଧିଶୀଳ ତଥା ଉଦୀୟମାନ ଅର୍ଥନୀତି, ଉଚ୍ଚକୁଶଳୀ କର୍ମଜୀବୀ ଶକ୍ତି ଓ ବିକାଶର ସହଯୋଗୀ ଭାବରେ ଉତ୍କୃଷ୍ଟ ଟ୍ରାକ୍ ରେକର୍ଡ ମଧ୍ୟ ଭାରତ ନିକଟରେ ରହିଛି । ଯାହାକି ବିଶ୍ୱସ୍ତରୀୟ ଏଜେଣ୍ଡା ଗଠନ କରିବାରେ ସକରାତ୍ମକ ଅବଦାନ ଦେବାରେ ଭାରତକୁ ସକ୍ଷମ କରିଛି । ନିକଟ ଅତୀତରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଶ୍ବିକ ରାଷ୍ଟ୍ର ଭାବରେ ଭାରତ ଉଭା ମଧ୍ୟ ହୋଇଛି ।

ଏହାକୁ ଧ୍ୟାନରେ ରଖି ଭାରତ ଜାନୁଆରୀ 2023 ରେ ପ୍ରଥମ ‘ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀ’ର ଆୟୋଜନ ଭାର ଗ୍ରହଣ କରିଥିଲା । ଯେତେବେଳେ ସେହିବର୍ଷ G-20 ସମ୍ମିଳନୀ ଆୟୋଜନ ମଧ୍ୟ ଭାରତ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ବିଭିନ୍ନ ପ୍ରସଙ୍ଗରେ ବିଶ୍ବ ସମୂଦାୟର ଦୃଷ୍ଟିକୋଣ ଆକର୍ଷିତ କରିବା । ଭାରତ ଜି20ର ଅଧ୍ୟକ୍ଷତା କରିବା ଫଳରେ ଏହି ପ୍ରଭାବଶାଳୀ ବିଶ୍ୱସ୍ତରୀୟ ଫୋରମରେ ଗ୍ଲୋବାଲ-ସାଉଥ ଦେଶଗୁଡ଼ିକୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିବାର ଏକ ଅବସର ମଧ୍ୟ ସୃଷ୍ଟି ହୋଇଥିଲା । ଭାରତ ନେତୃତ୍ବରେ ଫଳାଫଳ ସକରାତ୍ମକ ମଧ୍ୟ ଥିଲା ବୋଲି କୁହାଯାଇପାରେ । ଜି -20 ଶିଖର ସମ୍ମିଳନୀରେ ଭାରତ ଗ୍ଲୋବାଲ ସାଉଥର ଚିନ୍ତାଧାରାକୁ ଦୃଢ ଭାବରେ ଆଲୋକିତ କରିଛି । ଏହା ମଧ୍ୟରେ ଖାଦ୍ୟ / ପୋଷଣ ଏବଂ ଶକ୍ତି ନିରାପତ୍ତା, ସବୁଜ ଶକ୍ତି, ଜଳବାୟୁ ଅର୍ଥ, ଡିଜିଟାଲ ଏବଂ ବୈଷୟିକ ବିଭାଜନ, ବିଶ୍ୱ ଆର୍ଥିକ ବିମୁଦ୍ରୀକରଣ ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଥିଲା ।

ପରିବର୍ତ୍ତିତ ସମୟର ବାସ୍ତବତାକୁ ପ୍ରତିଫଳିତ କରିବା ଏବଂ ବିକାଶଶୀଳ ଦେଶଗୁଡିକର ଅଧିକ ପ୍ରତିନିଧିତ୍ୱକୁ ପୂରଣ କରିବା ପାଇଁ ବିଶ୍ୱ ଶାସନର ଅନୁଷ୍ଠାନଗୁଡ଼ିକରେ ସଂସ୍କାର ଆଣିବା ପାଇଁ ମଧ୍ୟ ଭାରତ ପ୍ରୟାସ କରିଛି । ଆଫ୍ରିକୀୟ ୟୁନିଅନକୁ ଜି-20 ରେ ସାମିଲ କରିବା ପାଇଁ ଭାରତର ପଦକ୍ଷେପକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା । ଏହା ଭାରତୀୟ କୂଟନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଥିଲା । କାରଣ ଏହା ଏକ ପ୍ରଭାବଶାଳୀ ପଦକ୍ଷେପ ଭାବେ ଜି20 ପରି ଶକ୍ତିଶାଳୀ ମଞ୍ଚରେ ଗ୍ଲୋବାଲ୍ ସାଉଥ ଅଂଶଗ୍ରହଣକୁ ବୃଦ୍ଧି କରିପାରିବ ।

ସମ୍ପାଦକୀୟ...

ABOUT THE AUTHOR

...view details