ଓଡିଶା

odisha

ETV Bharat / bharat

‘ଶେଷରେ ମୋତେ ନ୍ୟାୟ ମିଳିଛି, ଆଜିଠୁ ପାଳିବି ହୋଲି’ - Mukhtar Ansari death

Mukhtar Ansari death: ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀ ମୃତ୍ୟୁ ପରେ ମୃତ ବିଜେପି ବିଧାୟକ କୃଷ୍ଣାନନ୍ଦ ରାଏଙ୍କ ପତ୍ନୀଙ୍କ ପ୍ରତିକ୍ରିୟା । କହିଲେ ଆଜିଠୁ ପାଳିବି ହୋଲି । ଅଧିକ ପଢନ୍ତୁ

Mukhtar Ansari death
Mukhtar Ansari death

By ETV Bharat Odisha Team

Published : Mar 29, 2024, 3:57 PM IST

"ଶେଷରେ ମୋତେ ନ୍ୟାୟ ମିଳିଛି, ଆଜିଠୁ ପାଳିବି ହୋଲି"

ଲକ୍ଷ୍ନୌ: ଶେଷରେ ମୋତେ ନ୍ୟାୟ ମିଳିଲା । ଆଜି ମୁଁ ହୋଲି ପାଳିବି । ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀ ମୁଖତାର ଅନସାରୀର ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିବା ପରେ ଆଜି (ଶୁକ୍ରବାର) ଏପରି ପ୍ରତିକ୍ରିୟା ରଖିଛନ୍ତି ସ୍ବର୍ଗତ ବିଜେପି ବିଧାୟକ କୃଷ୍ଣାନନ୍ଦ ରାଏଙ୍କ ପତ୍ନୀ ଅଲକା ରାଏ । ଆଜି ସେ ବାବା ବିଶ୍ବନାଥଙ୍କ ଦର୍ଶନ କରିବା ପାଇଁ ପୁଅ ପୀୟୁଷ ରାଏଙ୍କ ସହିତ ମନ୍ଦିର ପହଞ୍ଚିଥିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ।

ଅଲକା ରାଏ ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀର ମୃତ୍ୟୁ ଖବର ନେଇ ଖୁସିବ୍ୟକ୍ତ କରିଛନ୍ତି । ତାଙ୍କ ସ୍ବାମୀ ତଥା ବିଜେପି ନେତା କୃଷ୍ଣାନନ୍ଦ ରାଏଙ୍କୁ ଅନସାରୀ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ସେ କହିଛନ୍ତି, " ଆମେ ସିବିଆଇ କୋର୍ଟରେ କେସ ହାରିଯାଇଥିଲୁ ସତ, ହେଲେ ବାବା ବିଶ୍ବନାଥଙ୍କ ଉପରେ ମୋର ପୁରା ବିଶ୍ବାସ ଥିଲା । ମୁଁ ଏହି ପ୍ରାର୍ଥନା ନେଇ ବାରମ୍ବାର ବାବାଙ୍କ ଦରବାରକୁ ଆସୁଥିଲି । ଆଜି ତାଙ୍କ କୃପାରୁ ମୋତେ ନ୍ୟାୟ ମିଳିଛି । ଆଜି ଦିନଟି ଆମ ପରିବାର ପାଇଁ ବେଶ ଖୁସିର ଦିନ । ଯେତେ ବି ପରିବାର ଅନସାରୀ ପାଇଁ ଅନାଥ ହୋଇଯାଇଥିଲେ, ଆଜି ତାଙ୍କ ଲାଗି ବଡ଼ ଦିନ ।"

ଏହା ବି ପଢନ୍ତୁ- ଆଖି ବୁଜିଲା କୁଖ୍ୟାତ ମାଫିଆ ମୁଖତାର ଅନସାରୀ, ହୃଦଘାତ ପରେ ଜେଲରୁ ଅଣାଯାଇଥିଲା ହସ୍ପିଟାଲ

ସେ ଆହୁରି କହିଛନ୍ତି, " ମୋ ସ୍ବାମୀଙ୍କ ହତ୍ୟା ପରେ ଆମେ ହୋଲି ଉତ୍ସବ ପାଳିବା ବନ୍ଦ କରିଥିଲୁ । ହେଲେ ଆଜି ଦିନଟି ହୋଲି ଭଳି ଆମକୁ ଖୁସି ଲାଗୁଛି । ମୁଁ ଆଜି ହୋଲି ପାଳିବି । ହେଲେ ଦୁଃଖର ବିଷୟ କିଛି ବିରୋଧୀ ରାଜନୈତିକ ଦଳ ଅନସାରୀ ମୃତ୍ୟୁ ଉପରେ ପ୍ରଶ୍ନ କରୁଛନ୍ତି । ଏହା ସଠିକ ନୁହେଁ ।" ସୂଚନା ଥାଉ କି ଅନସାରୀ ଏକାଧିକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଉତ୍ତର ପ୍ରଦେଶର ବାନ୍ଦା ଜେଲରେ ସଜା କାଟୁଥିଲା । ହେଲେ ତାର ସ୍ବାସ୍ଥ୍ୟାବସ୍ଥା ହଠାତ ଅସୁସ୍ଥ ହୋଇପଡିଥିଲା । ଅନସାରୀକୁ ହୃଦଘାତ ହେବାରୁ ତାକୁ ବୃନ୍ଦା ଜିଲ୍ଲା ସ୍ଥିତ ରାନୀ ଦୁର୍ଗାବତୀ ମେଡିକାଲ କଲେଜରେ ଭର୍ତ୍ତି କରାଇଥିଲା । ହେଲେ ସେଠାରେ ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ମାତ୍ର ଅନସାରୀ ପରିବାର ପକ୍ଷରୁ ଅଭିଯୋଗ କରାଯାଉଛି ଯେ ଅନସାରୀକୁ ଜେଲ ଭିତରେ ଖାଦ୍ୟରେ ବିଷ ମିଶାଇ ଦିଆଯାଇଥିଲା । ଅନସାରୀର ପୁଅ ଉମର ଅନସାରୀଙ୍କ କହିଛନ୍ତି, " ଆଜି ପୁରା ଦେଶ ସତ କଣ ଜାଣିପାରିଛି । ଗତ 2 ଦିନ ପୂର୍ବରୁ ମୁଁ ତାଙ୍କୁ ଭେଟିବାକୁ ଆସିଥିଲି, ହେଲେ ମୋତେ ଅନୁମତି ମିଳିନଥିଲା । ଆମେ ପୂର୍ବରୁ କହିଥିଲୁ ଓ ଆଜି ବି କହୁଛୁ ମୋ ବାପାଙ୍କୁ ବିଷ ଦିଆଯାଇଛି । ମାର୍ଚ୍ଚ 19 ତାରିଖରେ ତାଙ୍କୁ ରାତ୍ରି ଭୋଜନରେ ବିଷ ମିଶାଇ ଦିଆଯାଇଥିଲା । ଏ ନେଇ ଆମେ କୋର୍ଟଙ୍କ ଦ୍ବାରସ୍ଥ ହେବୁ । ଆମର ଦୃଢ ବିଶ୍ବାସ ଆମକୁ ନିଶ୍ଚିତ ନ୍ୟାୟ ମିଳିବ ।"

ଏହା ବି ପଢନ୍ତୁ- 15 ବର୍ଷରୁ ଅପରାଧ ସାମ୍ରାଜ୍ୟରେ ଏଣ୍ଟ୍ରି, ମାଫିଆ ମୁଖତାର ପାଲଟିଥିଲା ରାଜନେତା

ଅନ୍ୟପଟେ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଅନସାରୀ ପରିବାର ପକ୍ଷରୁ ଯେଉଁ ସାଙ୍ଘାତିକ ଅଭିଯୋଗ ଅଣାଯାଉଛି ତାହା ଉପରେ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ । ଏହାଦ୍ବାରା ଅନସାରୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

ଏପ୍ରିଲ 2023ରେ ମୁଖତାର ଅନସାରୀକୁ 10 ବର୍ଷ କାରାଦଣ୍ଡ ଶୁଣାଇଥିଲେ ଏମପି ଏମଏଲଏ କୋର୍ଟ । ବିଜେପି ବିଧାୟକ କୃଷ୍ଣାନନ୍ଦ ରାଏଙ୍କୁ ହତ୍ୟା ମାମଲାରେ ଏହି ଦଣ୍ଡାଦେଶ ଶୁଣାଯାଇଥିଲା । ଏହାପରେ ଅନ୍ୟ ଏକ ମାମଲାରେ ମୁଖତାର ଅନସାରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details