ଆଗ୍ରା: ସ୍ବାମୀ-ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନରେ କଳି ହେବା ଏକ ସାଧାରଣ କଥା । କିନ୍ତୁ କେବେ ଭାବିଛନ୍ତି ଗୋଟେ ସୁଆଦିଆ ମୋମୋ ପ୍ଲେଟ ପତି ପତ୍ନୀଙ୍କ ମଧ୍ୟରେ କଜିଆ ଆରମ୍ଭ ହେବାର କାରଣ ହୋଇ କଥା ଛାଡ଼ପତ୍ର ପର୍ଯ୍ୟନ୍ତ ଯାଇପାରେ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକ ଦମ୍ ସତ । ଘଟଣାଟି ଏପରିକି ତାଜ ନଗରୀ ଆଗ୍ରାର ମଲପୁରା ଅଞ୍ଚଶର ଜଣେ ଯୁବତୀଙ୍କ ବିବାହ ଛମାସ ପୂର୍ବେ ପିନାହଟରେ ରହୁଥିବା ଯିବକ ଙ୍କ ସହିତ ହୋଇଥିଲା । ପେଶାରେ ଯୁବକ ଜଣକ ଯୋତା କାରିଗର ଅଟନ୍ତି । ପତ୍ନୀଙ୍କୁ ମୋମୋ ବହୁତ ପସନ୍ଦ ଥିଲା ଓ ସେ ପ୍ରତିଦିନ ମୋମୋ ଖାଉଥିଲେ ।
ପତ୍ନୀଙ୍କ ପସନ୍ଦର ଖାଦ୍ୟ ମୋମୋକୁ ସ୍ବାମୀ ବିବାହ ପରେ ପ୍ରତିଦିନ ଆଣୁଥିଲେ । କିନ୍ତୁ କିଛି ମାସ ଧରି ସେ ଆଣିବା ବନ୍ଦ କରିଦେଇଥିଲେ । ପତ୍ନୀ ଏ ସମ୍ପର୍କରେ ପ୍ରଶ୍ନ କଲେ ସ୍ବାମୀ କିଛି ନା କିଛି ନୂଆ ବାହାନା ବନାଉଥିଲେ । ଗୋଟିଏ ଦିନ ସାମାନ୍ୟ କଥା ପାଇଁ ସ୍ବାମୀ ସ୍ତ୍ରୀ ମଧରେ ଝଗଡ଼ା ବଢିବାକୁ ଲାଗିଲା । ବିବାଦ ବଢିବାରୁ ୨ ମାସ ପୂର୍ବରୁ ପତ୍ନୀ ନିଜ ଶାଶୁଘର ଛାଡି ବାପଘର ଚାଲି ଆସିଥିଲେ । ସ୍ବାମୀ ଏନେଇ ପୋଲିସର ମଧ୍ୟ ଦ୍ବାରସ୍ଥ ହୋଇଥିଲେ । ପୋଲିସ ସେମାନଙ୍କୁ ପରିବାର ପରାମର୍ଶ କେନ୍ଦ୍ର ପଠାଇଥିଲେ । କାଉନସେଲର ଅମିତ ଗୌଡ଼ଙ୍କ ମଧ୍ୟସ୍ଥତାରେ ରବିବାର ଦିନ ଉଭୟ ପତି ପତ୍ନୀଙ୍କୁ କାଉନସେଲିଙ୍ଗ ପାଇଁ ଡକାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ ...ପରିଚୟ ଲୁଚାଇ ହିନ୍ଦୁ ଯୁବତୀଙ୍କ ସହ ପ୍ରେମ, ବିବାହ ପାଇଁ ଆସି ଧରାପଡିଲା ମୁସଲିମ ଯୁବକ