ଓଡିଶା

odisha

ETV Bharat / bharat

ବାଂଲାଦେଶ ରାଜନୈତିକ ସଂକଟ: କଣ ହେବ ଶେଖ ହସିନାଙ୍କ ଭବିଷ୍ୟତ ? ସତର୍କ ନହେଲେ ଭାରତ ପାଇଁ ବଢ଼ିବ କି ବିପଦ ? - Sheikh Hasina Resign - SHEIKH HASINA RESIGN

Sheikh Hasina Resignation impact over India Bangladesh relations: ବାଂଲାଦେଶରେ ସଂରକ୍ଷଣ ବିବାଦକୁ ନେଇ ମୁଣ୍ଡ ଟେକିଥିବା ଛାତ୍ର ଆନ୍ଦୋଳନ ଶେଷରେ ଶେଖ ହସିନାଙ୍କ ୧୫ ବର୍ଷ ଶାସନର ଅନ୍ତ ଘଟାଇବା ସହ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବାକୁ ବାଧ୍ୟ କରିଛି । ତେବେ ଭାରତ ପ୍ରତି ଶେଖ ହସିନାଙ୍କ ସବୁବେଳେ ଅଦ୍ଭୁତପୂର୍ବ ସମର୍ଥନ ରହିଆସିଥିବା ବେଳେ ବର୍ତ୍ତମାନର ସ୍ଥିତି ଭାରତକୁ ବେଶ ପ୍ରଭାବିତ କରିବ...

ଗାଦିଚ୍ୟୁତ ଶେଖ ହସିନା, ଭାରତ ସୁରକ୍ଷା ପ୍ରତି କେତେ ବିପଦ ?
ଗାଦିଚ୍ୟୁତ ଶେଖ ହସିନା, ଭାରତ ସୁରକ୍ଷା ପ୍ରତି କେତେ ବିପଦ ? (ETV Bharat Odisha)

By ETV Bharat Odisha Team

Published : Aug 6, 2024, 9:16 AM IST

Updated : Aug 6, 2024, 10:26 AM IST

ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣ ବିବାଦରୁ ସୃଷ୍ଟି ଆନ୍ଦୋଳନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଗାଦିଚ୍ୟୁତ କରିଛି । ଶେଖ ହସିନାଙ୍କ 15ବର୍ଷ କ୍ଷମତାର ଅନ୍ତ ଘଟିଛି । ବର୍ତ୍ତମାନ ଭାରତରେ ଶରଣ ପଶିଛନ୍ତି ହସିନା । ସେପଟେ ବାଂଲାଦେଶରେ କ୍ଷମତା ଗ୍ରହଣ କରି ଅନ୍ତରୀଣ ସରକାର ଗଠନର ଦାୟିତ୍ୱ ଭାର ନେଇଛି ସେନା । ତେବେ ପଡୋଶୀ ଦେଶରେ ରାଜନୈତିକ ହଟଚମଟର ବଡ ପ୍ରଭାବ ଭାରତ ଉପରେ ପଡିବାର ସମ୍ଭାବନା ଅଧିକ ରହିଛି । ଶେଖ ହସିନାଙ୍କ ଶାସନ ସମୟରେ ବାଂଲାଦେଶ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବେଶ ସୁଦୃଢ ଥିଲା । ହସିନାଙ୍କ ପକ୍ଷରୁ ଭାରତକୁ ଅଦ୍ଭୁତପୂର୍ବ ସମର୍ଥନ ମିଳୁଥିଲା । ବାଂଲାଦେଶର ବର୍ତ୍ତମାନ ସ୍ଥିତିରୁ ଚୀନ ଓ ପାକିସ୍ତାନ ଫାଇଦା ଉଠାଇବେ । ଯାହା ଭାରତର ସୀମା ସୁରକ୍ଷା କ୍ଷେତ୍ରରେ ବିପଦ ଆଣିପାରେ ।

ବାଂଲାଦେଶ ପ୍ରସଙ୍ଗକୁ ନେଇ ଅବସରପ୍ରାପ୍ତ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଶଙ୍କର ରାୟଚୌଧୁରୀ କହିଛନ୍ତି, "ଯଦି ପଡୋଶୀ ଦେଶରେ ଅସ୍ଥିରତା ଦେଖାଯାଏ ତେବେ ଏହା ଆମ ପାଇଁ ନିହାତି ଚିନ୍ତାଜନକ ବିଷୟ । ଏହା ଏକ ଚ୍ୟାଲେଞ୍ଜ ଓ ଏଥିପାଇଁ ଯତ୍ନବାନ ରହିବା ଆବଶ୍ୟକ । ଆମ ଦେଶ ସୀମାନ୍ତକୁ ସୁରକ୍ଷା ଦେବା ।"

Sheikh Hasina Resignation row (AP photo)

ବଢିବ ଉତ୍ତର- ପୂର୍ବାଞ୍ଚଳ ଚିନ୍ତା: ବାଂଲାଦେଶ ସହ ଭାରତର ୪ ହଜାର ୦୯୬ କିଲୋମିଟର ସୀମା ରହିଛି । ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡିକର ସୀମାନ୍ତ ବାଂଲାଦେଶକୁ ଲାଗି ରହିଥିବାରୁ ଏହି ରାଜ୍ୟର ସୁରକ୍ଷାଗୁଡିକ ପାଇଁ ବାଂଲାଦେଶର ରଣନୀତି ଉପରେ ଦେଶ ଅନେକ ମାତ୍ରାରେ ନିର୍ଭର କରିଥାଏ । ଶେଖ ହସିନା ସୀମାବର୍ତ୍ତୀ ରାଜ୍ୟଗୁଡିକରେ ଗମନାଗମନ ସୁବିଧା, ବାଂଲାଦେଶରେ କାର୍ଯ୍ୟ କରୁଥିବା ମାଓବାଦୀ ଗୋଷ୍ଠୀ ଉପରେ କଟକଣା ଲଗାଇଥିବାରୁ ସୀମାନ୍ତ ରାଜ୍ୟଗୁଡିକରେ ସୁରକ୍ଷା ସମ୍ଭବ ହୋଇପାରିଥିଲା । ଏବେ ଶେଖ ହସିନାଙ୍କ କ୍ଷମତା ଯିବା ଭାରତ ଉତ୍ତର- ପୂର୍ବାଞ୍ଚଳ ଚିନ୍ତାକୁ ବଢାଇବ । ତେବେ ହସିନାଙ୍କ ଇସ୍ତଫା ପରେ ହିଁ ଗତକାଲି (ସୋମବାର)ଠୁ ଉତ୍ତର ପୂର୍ବ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ବାଂଲାଦେଶ ସ୍ଥିତି ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେଘାଳୟ ସୀମାନ୍ତରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ... ହିଂସାରେ ଜଳୁଛି ବାଂଲାଦେଶ: ଆଲର୍ଟରେ BSF, ସୀମାରେ ବଢିଲା ସୁରକ୍ଷା - BSF on Alert

Sheikh Hasina Resignation row (AP photo)

ଜମାତ-ଇ-ଇସଲାମୀ, ପାକିସ୍ତାନ ଓ ଚୀନ ଚିନ୍ତା :

ଶେଖ ହସିନାଙ୍କ ଇସ୍ତଫା ପରେ ଏବେ ସେନା ଶାସନ କ୍ଷମତା ହାତକୁ ନେବା ସହ ଅନ୍ତରୀଣ ସରକାର ଗଠନ ଦାୟିତ୍ୱ ନେଇଛି । ହସିନାଙ୍କ ଇସ୍ତଫାର ତୁରନ୍ତ ପରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ମୁଖ୍ୟ ଖଲିଦା ଜିଆଙ୍କୁ ଜେଲରୁ ମୁକୁଳାଇବା ନେଇ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ନିର୍ଦ୍ଦେଶ ଦେଇଛନ୍ତି । ଖୁବଶୀଘ୍ର ଖଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ସରକାର ଗଠନ କରିବାର ସମ୍ଭାବନା ରହିଛି । ବିଏନପି ଯଦି ସରକାର ଗଢେ ତେବେ ଭାରତ ପାଇଁ ଏହା ଚିନ୍ତାଜନକ ହୋଇପାରେ । କାରଣ ବିଏନପି ଉଭୟ ଚୀନ ଓ ପାକିସ୍ତାନର ବଡ ସମର୍ଥକ ଏବଂ ଏହି ପାର୍ଟି ଇସଲାମିକ ଚିନ୍ତାଧାରରେ ରାଜନୀତିକୁ ବିଶ୍ବାସ କରେ । ବିଏନପି ସରକାରକୁ ଫେରିଲେ ଜମାତ ଫେରିବ ଓ ଜମାତ ଆସିବାର ଅର୍ଥ ବାଂଲାଦେଶରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପ୍ରବେଶ କରିବ । ବାଂଲାଦେଶରେ ପାକିସ୍ତାନ ପଶିବାର ଫାଇଦା ଚୀନ ଉଠାଇବ । ପଡୋଶୀ ଦେଶରେ ଚୀନର ଦବଦବା ବଢିବା ଅର୍ଥ ଭାରତର ସୀମା ସୁରକ୍ଷା ପ୍ରତି ବିପଦ ଆସିବା । ବାଂଲାଦେଶରେ ଇସଲାମୀୟ କଠୋରପନ୍ଥୀ ଚିନ୍ତାଧାରରେ ଶାସନ ଚାଲିଲେ ଭାରତର ଉତ୍ତର ପୂର୍ବାଞ୍ଚଳରେ ଅସ୍ଥିରତା ବୃଦ୍ଧି ପାଇବ । ସେଠାରେ ପାକିସ୍ତାନ ଓ ଚୀନ ବିଚ୍ଛିନ୍ନତାବାଦକୁ ପ୍ରଶୟ ଦେବେ । ଯାହାଦ୍ୱାରା ବ୍ୟାପକ ହିଂସାକାଣ୍ଡ ସୃଷ୍ଟି ହେବାର ଆଶଙ୍କା ରହିଛି ।

Sheikh Hasina Resignation row (AP photo)

ଏହାମଧ୍ୟ ପଢନ୍ତୁ... ସରିଲା ହସିନା ରାଜ୍: ପଦ ଛାଡି ପଳାୟନ କଲେ ପ୍ରଧାନମନ୍ତ୍ରୀ, କାହିଁକି ଭୁଶୁଡିଲା 15 ବର୍ଷର ସରକାର ? - Story Of Sheikh Hasina

Sheikh Hasina Resignation row (AP photo)

ବାଣିଜ୍ୟ କାରବାର କ୍ଷେତ୍ରରେ ସୃଷ୍ଟି ହୋଇପାରେ ସମସ୍ୟା: ହସିନାଙ୍କ ସମୟରେ ୨ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବେଶ ସୁଦୃଢ ଥିଲା । ବାଣିଜ୍ୟ କ୍ଷେତ୍ରରେ ବି ଉଭୟ ଦେଶ ପରସ୍ପରର ସହଯୋଗୀ ଥିଲେ । ଏସିଆରେ ବାଂଲାଦେଶ ଭାରତର ସବୁଠୁ ବଡ ବାଣିଜ୍ୟ ସହଯୋଗୀ । କୋଭିଡ-୧୯ ସମୟରେ ମଧ୍ୟ ୨ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ଫିକା ପଡିନଥିଲା । ୨୦୨୦-୨୧ରେ ୧୦.୭୮ ବିଲିୟନ ଡଲାର, ୨୦୨୧-୨୨ରେ ତାହା ୪୪ ପ୍ରତିଶତ ବଢି ୧୮.୧୪ ବିଲିୟନ ଡଲାରରେ ପହଞ୍ଚିଥିଲା ଓ ୨୦୨୨-୨୩ରେ ଏହା ୧୫.୯୩ ବିଲିୟନ ଡଲାର ଥିଲା । ଭାରତ ଗତ ଏକ ଦଶନ୍ଧିରେ ବାଂଲାଦେଶର ସଡକ, ରେଳପଥ, ବନ୍ଦର ନିର୍ମାଣ ପାଇଁ ହଜାର ହଜାର କୋଟି ଟଙ୍କା ଦେଇଛି । ଏବେର ସ୍ଥିତିକୁ ଦେଖିଲେ ବାଂଲାଦେଶ ସହ ଭାରତର କାରବାର ପ୍ରଭାବିତ ହୋଇପାରେ । କୋଟି କୋଟି ହିନ୍ଦୁ ଭାରତରୁ ଅଣପ୍ରବେଶ କରିବାର ମଧ୍ୟ ସମ୍ଭାବନା ରହିଛି ।

Sheikh Hasina Resignation row (AP photo)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 6, 2024, 10:26 AM IST

ABOUT THE AUTHOR

...view details