ହାଇଦ୍ରାବାଦ: ଆଉ କିଛି ଦିନ ପରେ ଧାନ ଅମଳ ହେବେ । ଧାନରୁ ଚାଉଳ କରି ବର୍ଷ ଯାକର ଖାଇବା ପାଇଁ ସଞ୍ଚୟ କରାଯିବ । ତେବେ ଚାଉଳ ବହୁତ ଦିନ ରହିବା ପରେ ଏଥିରେ ପୋକ ଲାଗି ଯାଆନ୍ତି । ପ୍ରତିଟି ରୋଷେଇ ଘରର ଓ ଘରଣୀଙ୍କ ବଡ଼ ଚିନ୍ତା ହେଉଛି ଚାଉଳ ଡ଼ବାରୁ କେମିତି ପୋକ ବାହାର କରିବେ ? । ଚାଉଳରୁ ଏହି ପୋକଙ୍କୁ ବାହାର କରିବା ବି କମ୍ କାଠିକର ପାଠ ନୁହେଁ । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଭଳି କିଛି ଘରୋଇ ଉପାୟ ଅଛି ଯାହା କରିବା ଦ୍ବାରା ଚାଉଳରେ ଆଦୌ ପୋକ ଲାଗିବେ ନାହିଁ । ବିନା କ୍ୟାମିକାଲ୍ ବଟିକା ପ୍ରୟୋଗ କରି ମଧ୍ୟ ପୋକ ବାହାର କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ଚାଉଳକୁ କିପରି ବହୁଦିନ ଧରି ଭଲରେ ଷ୍ଟୋର କରି ରଖିପାରିବା ।
ହେଙ୍ଗୁ:
ପ୍ରାୟ ପ୍ରତ୍ୟେକଙ୍କ ଘରର ରୋଷେଇ ଘରେ ଖାଦ୍ୟ ରାନ୍ଧିବାରେ ହାଙ୍ଗୁ ବ୍ୟବହାର କରାଯାଏ । ଏହି ହେଙ୍ଗୁକୁ ବ୍ୟବହାର କରି ଚାଉଳକୁ ବର୍ଷ ବର୍ଷ ଧରି ସୁରକ୍ଷିତ ରଖିପାରବେ । ହେଙ୍ଗୁ ବାସ୍ନାରେ ଚାଉଳରେ ପୋକ ଲାଗନ୍ତି ନାହିଁ । ତେବେ ଚାଉଳ ଡବା କିମ୍ବା ବସ୍ତାରେ କିଛି ହେଙ୍ଗୁ ମିଳାଇ ଦିଅନ୍ତୁ । ବିଶେଷଜ୍ଞଙ୍କ କହିବା ଅନୁସାରେ, ହେଙ୍ଗୁ ଚାଉଳ ପୋକ ସହ ଆଦ୍ରତା ଫଳରେ ହେଉଥିବା ବ୍ୟାକ୍ଟେରିଆକୁ ମଧ୍ୟ ମାରି ଦେଇଥାଏ । ଫଳରେ ଚାଉଳ ଖରାପ ନହୋଇ ବର୍ଷ ବର୍ଷ ସୁରକ୍ଷିତ ରହିଥାଏ ।
ନିମ୍ବ:
ଚାଉଳକୁ ବହୁ ଦିନ ଧରି ସୁରକ୍ଷିତ ରଖିବା ପାଇଁ ନିମ୍ବ ପତ୍ରକୁ ମଧ୍ୟ ବ୍ୟବହାର କରିପାରିବେ । ଏହାର କୀଟନାଶକ ଗୁଣ ଚାଉଳକୁ ପୋକ ଦାଉରୁ ରକ୍ଷା କରିଥାଏ । ଏଥିପାଇଁ ପ୍ରଥମେ କିଛି ନିମ୍ବ ପତ୍ର ନିଅନ୍ତୁ । ଏହାକୁ ଭଲ ଭାବରେ ଶୁଖାଇ ଗୁଣ୍ଡ କରି ନିଅନ୍ତୁ । ପରେ ଏକ ସଫା କପଡ଼ାରେ ନିମ୍ବ ପତ୍ର ଗୁଣ୍ଡକୁ ବାନ୍ଧି ଚାଉଳ ଡବା ଭିତରେ ରଖି ଦିଅନ୍ତୁ । ଏହା କରିବା ଦ୍ବାରା ଚାଉଳ ବେଶୀ ଦିନ ରହିବା ସହ ଏଥିରେ ହେଉଥିବା ଧଳା ପୋକ ମଧ୍ୟ ହୁଅନ୍ତି ନାହିଁ ।
କର୍ପୂର:
ଘରେ ପୂଜାପାଠରେ କର୍ପୂର ବ୍ୟବହାର କରାଯାଏ । ଏହାକୁ ବ୍ୟବହାର କରି ଚାଉଳକୁ ମଧ୍ୟ ସୁରକ୍ଷିତ ରଖିପାରିବେ । କର୍ପୂରର ସୁଗନ୍ଧିତ ବାସ୍ନା ହେତୁ ଚାଉଳରେ ପୋକ ଲାଗନ୍ତି ନାହିଁ । ଏଥିପାଇଁ ପ୍ରଥମେ ୧୦ଟି କର୍ପୂର ଗୋଲି ନେଇ ଏହାକୁ ଭଲ ଭାବେ ଗୁଣ୍ଡ କରନ୍ତୁ । ଏହାକୁ ଏକ ମୋଟା କପଡ଼ାରେ ଭଲ ଭାବରେ ଜୋର କରି ବାନ୍ଧି ଏହାକୁ ଚାଉଳ ଡବା ବା ବସ୍ତାରେ ରଖନ୍ତୁ । ଏହାଦ୍ବାରା ଚାଉଳ ଏଧିକ ଦିନଧରି ସୁରକ୍ଷିତ ରହିଥାଏ ।