ଓଡିଶା

odisha

ETV Bharat / bharat

ମସୁରୀ ବୁଲିବାକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା 5 ଛାତ୍ରଛାତ୍ରୀଙ୍କ ଜୀବନ - Mussoorie Road Accident - MUSSOORIE ROAD ACCIDENT

Car fell into ditch in Mussoorie: ମସୁରୀ ବୁଲି ଘରକୁ ଫେରୁଥିବା ବେଳେ ଖାଇକୁ ଖସିଲା କାର୍ । ଚାଲିଗଲା 5 ଜଣ ଛାତ୍ରଛାତ୍ରୀଙ୍କ ଜୀବନ । ଅଧିକ ପଢନ୍ତୁ

Mussoorie Road Accident
Mussoorie Road Accident (Mussoorie Police)

By ETV Bharat Odisha Team

Published : May 4, 2024, 10:03 AM IST

Updated : May 4, 2024, 11:42 AM IST

ଡେରାଡୁନ:ମସୁରୀ ବୁଲିବାକୁ ଯାଇ ଫେରି ପାରିଲେନି ପର୍ଯ୍ୟଟକ ।ଭାବିଥିଲେ ମସୁରୀ ବୁଲି ଘରକୁ ଫେରିବେ । ହେଲେ ବାଟରେ ଛକି ବସିଥିଲା ଯମ । ଘରକୁ ଫେରିବା ସମୟରେ ନିୟନ୍ତ୍ରଣ ହରାଇ ଖାଇକୁ ଖସିଲା କାର୍ । ଭୟଙ୍କର ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଛି । ମସୁରୀ-ଡେରାଡୁନ ମାର୍ଗର ଝଡିପନି ରୋଡରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକଙ୍କ ମଧ୍ୟରେ 4ଜଣ ଯୁବକ ଏବଂ ଜଣେ ଯୁବତୀ ଥିବା ସୂଚନା ରହିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ମସୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ଏବଂ ଏସଡିଆରଏଫ ଟିମ୍‌ର ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ପ୍ରାଣ ହରାଇଥିବା ସମସ୍ତେ କଲେଜ ଛାତ୍ରଛାତ୍ରୀ ବୋଲି ଜଣାପଡିଛି ।

ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଜଣେ ଯୁବତୀଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ଡେରାଡୁନ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । କିନ୍ତୁ ସେମାନଙ୍କ ଜୀବନ ବଞ୍ଚାଇବାରେ ବିଫଳ ହୋଇଥିଲା ପୋଲିସ । ଉଦ୍ଧାର ସମୟରେ ନିଶ୍ବାସ ଚାଲୁଥିଲେ ହେଁ ଜୀବନ ଯୁଦ୍ଧରେ ହାରିଯାଇଥିଲେ । ଏହି ଯୁବତୀଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ ଡାକ୍ତର । ଅନ୍ୟପଟେ 4 ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରି ମସୁରୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରାଯାଇଛି । ତେବେ ପ୍ରାଣ ହରାଇଥିବା 5 ଜଣଙ୍କ ପରିଚୟ ଖୋଜୁଛି ମସୁରୀ ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଉତ୍ତରକାଶୀ ଟନେଲ ଟ୍ରାଜେଡି: ଶ୍ରମିକଙ୍କ ପାଖକୁ ପାଇପରେ ପଠାଯାଉଛି ଖାଦ୍ୟ, ଦେଖନ୍ତୁ ଦୃଶ୍ୟ

ସୂଚନା ଅନୁସାରେ, 4ଜଣ ଯୁବକ ଏବଂ ଜଣେ ଯୁବତୀ ଡେରାଡୁନର ଆଇଏମଏସ କଲେଜରେ ପଢୁଥିଲେ । ସେମାନେ ସାଙ୍ଗ ହୋଇ ମସୁରୀ ବୁଲିବା ପାଇଁ ଆସିଥିବା ବେଳେ ଆଜି ସକାଳେ ଘରକୁ ଫେରୁଥିଲେ । କିନ୍ତୁ ଘରକୁ ଫେରିବା ସମୟରେ ନିୟନ୍ତ୍ରଣ ହରାଇ କାର୍ ଖାଇକୁ ଖସି ଯାଇଥିଲା । ଦୁର୍ଘଟଣାର ଖବର ଶୁଣିବା ମାତ୍ରେ ନିକଟସ୍ଥ ଲୋକମାନେ ଦୁର୍ଘଟଣାସ୍ଥଳକୁ ଦୌଡି ଆସିଥିଲେ । ପରେ ପୋଲିସକୁ ଖବର ଦେବାରୁ ପୋଲିସ ତତ୍‌କ୍ଷଣାତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗାଡି ଖାଇରେ ପଡିଥିବାରୁ ଉଦ୍ଧାର କାର୍ଯ୍ୟରେ ଅନେକ ସମସ୍ୟା ହୋଇଥିଲା । ହେଲେ ବର୍ତ୍ତମାନ ସମସ୍ତଙ୍କର ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 4, 2024, 11:42 AM IST

ABOUT THE AUTHOR

...view details