ମେଷ: ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଦିନଟି ବେଶ ଶୁଭ ଅଟେ । ପାରିବାରିକ ଜୀବନ ଶାନ୍ତ ରହିବ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଫଳପ୍ରଦ ହେବ | ନିଜ ମାଆଙ୍କ ଠାରୁ ସାହାଯ୍ୟ ଓ ସହାନୁଭୂତି ଲାଭ କରିପାରନ୍ତି । କାର୍ଯ୍ୟସ୍ଥଳରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ଲାଭ କରିବେ । ଅଫିସ କାର୍ଯ୍ୟର ଚାପ କିଛି ସମୟ ପାଇଁ ବିଚଳିତ କରିପାରେ | ମାତ୍ର ଉପରିସ୍ଥ ଅଧିକାରୀ କିମ୍ୱା ମାଲିକଙ୍କ ସହ ସାକ୍ଷାତ ଏବଂ ସେମାନଙ୍କର ପ୍ରଶଂସା ଆପଣଙ୍କୁ ଉତ୍ସାହିତ କରିପାରେ । ସରକାରୀ କାର୍ଯ୍ୟରେ ବାହାରକୁ ଯାତ୍ରା କରିପାରନ୍ତି ଏବଂ ଏହା ଫଳପ୍ରଦ ହୋଇପାରେ । ନିଜ ଶରୀରର ଯତ୍ନ ନିଅନ୍ତୁ |
ବୃଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରି ବିଭିନ୍ନ ଦିଗରେ ନିଜର ଅର୍ଥ ବିନିଯୋଗ କରିବେ ଏବଂ ନିଜ ଭବିଷ୍ୟତ ଯୋଜନା ମଧ୍ୟ କରିବେ । ବିଦେଶ ଭ୍ରମଣର ଯୋଗ ଅଛି । କୌଣସି ଧାର୍ମିକ ସ୍ଥାନକୁ ଯାଇ ନିଜର ଆଧ୍ୟାତ୍ମିକ ଭାବକୁ ବୃଦ୍ଧି କରିପାରନ୍ତି । ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନ ନିଅନ୍ତୁ । ଆଜି ଆପଣଙ୍କ ଉପରେ କାମର ଚାପ ଅଧିକ ପଡିପାରେ ।
ମିଥୁନ: ଆଜି ଦିନରେ ଆପଣ କୌଣସି କାରଣ ପାଇଁ କ୍ରୋଧିତ ରହିପାରନ୍ତି । ଚେତନା ଶକ୍ତି ଏବଂ ଇଚ୍ଛାକୁ ନିଜ ଆୟତ୍ତରେ ନରଖିଲେ ଅପଦସ୍ତ ହୋଇପାରନ୍ତି । କୌଣସି କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ପର୍ଯ୍ୟଟକ ଏବଂ ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ । ଡାକ୍ତରୀ ପରୀକ୍ଷା ପାଇଁ ଦିନଟି ଶୁଭ ନୁହେଁ । ଯୁକ୍ତିତର୍କ କିମ୍ୱା ଝଗଡାଠାରୁ ଦୂରେଇ ରୁହନ୍ତୁ । ରୋଜଗାରର ପନ୍ଥା ନଥିବାରୁ ଆର୍ଥିକ ଅନାଟନ ଘଟିପାରେ । ଏହା ଆପଣଙ୍କୁ ହତୋତ୍ସାହିତ କରିପାରେ । ନିଜର କ୍ରୋଧ ସମ୍ୱରଣ କରନ୍ତୁ । ଖର୍ଚ୍ଚ ପ୍ରତି ସତର୍କତା ଅବଲମ୍ୱନ କରିବା ଉଚିତ୍ । ଜଣେ ହୋଟେଲର କର୍ମଚାରୀ ଖାଦ୍ୟ ପରସିବା ପାଇଁ ବିଳମ୍ୱ କରିବାରୁ ଆପଣ କ୍ରୋଧିତ ହୋଇପାରନ୍ତି । ଏପରି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ପାଇଁ ପରେ ଅନୁତାପ କରିବେ । ଯୋଗ କରନ୍ତୁ କିମ୍ୱା ସଙ୍ଗୀତ ଶୁଣନ୍ତୁ । ଏହାଦ୍ୱାରା ଆପଣଙ୍କ ରାଗ ଶାନ୍ତ ହେବ ।
କର୍କଟ:ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନ ସବୁ ଦୃଷ୍ଟିରୁ ଶୁଭଙ୍କର । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ମଉଜ ମଜଲିସ କରିବେ । କିଛି ଜିନିଷ କିଣାକିଣି କରି ଆନନ୍ଦ ପାଇପାରନ୍ତି । ବହୁ ଦୂରରୁ ଆସିଥିବା ଜଣେ ଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ସାକ୍ଷାତ ପାଇ ଉଲ୍ଲସିତ ହେବେ । ଏହି ସାକ୍ଷାତକାର ଭବିଷ୍ୟତରେ ଉପକାରୀ ହୋଇପାରେ । କାର୍ଯ୍ୟରେ ଓ ବ୍ୟବସାୟରେ ସଫଳ ହେବେ । ଅର୍ଥଲାଭ ହୋଇପାରେ । ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ଏବଂ ପ୍ରଶଂସିତ ହୋଇପାରନ୍ତି । ଆପଣଙ୍କର ଏହି ଆତ୍ମସନ୍ତୋଷ ପାଇଁ ସୁସ୍ୱାଦ ଖାଦ୍ୟ ସେବନ କରିପାରନ୍ତି କିମ୍ୱା ସୃଜନକ୍ଷମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଶରୀର ସୁସ୍ଥ ରହିବ । ଗୋଟିଏ ନୂଆ ଚାରିଚକିଆ ଯାନ କ୍ରୟ କରିପାରନ୍ତି ।
ସିଂହ:ଆଜି ଦିନଟି ମଧ୍ୟମ ଫଳ ପ୍ରଦାୟକ ହୋଇପାରେ । ପରିବାରରେ ଶାନ୍ତ ପରିବେଶ ପରିଲକ୍ଷିତ ହୋଇପାରେ | କାର୍ଯ୍ୟରେ ଆପଣଙ୍କ ସହକର୍ମୀ ବନ୍ଧୁଙ୍କଠାରୁ ସହଯୋଗ ଲାଭ କରିବେ | ନିୟମିତ ଗୃହ କାର୍ଯ୍ୟ ସମାପନରେ କିଛି ବାଧା ଉପୁଜିପାରେ | ମାମୁଁ ଘରୁ କୌଣସି ଅପ୍ରୀତିକର ସମ୍ୱାଦ କିମ୍ୱା ନିଜ କାର୍ଯ୍ୟରେ ଶତ୍ରୁଙ୍କ ହସ୍ତକ୍ଷେପ ଯୋଗୁଁ ଆପଣ ବିଚଳିତ ହୋଇପାରନ୍ତି | ଏଥି ସକାଶେ ଆପଣ ଉଦବିଘ୍ନ ହେବେ ଏବଂ କୌଣସି କଥାରେ ଆଗ୍ରହୀ ହେବେ ନାହିଁ | ଉପରିସ୍ଥ କର୍ମଚାରୀଙ୍କ ସହ କାର୍ଯ୍ୟସ୍ଥଳରେ କିମ୍ୱା ଘରେ ଗୁରୁଜନଙ୍କ କଥା କଟାକଟି ହୁଅନ୍ତୁ ନାହିଁ । ସମସ୍ତ ଜିନିଷକୁ ସର୍ତ୍ତଶୂନ୍ୟ ଭାବେ ଗ୍ରହଣ କରନ୍ତୁ ଏବଂ ଚେଷ୍ଟା ଜାରି ରଖନ୍ତୁ |
କନ୍ୟା:ଆଜି ଦିନରେ ଆପଣ ନିଜର ସନ୍ତାନ ଓ ପ୍ରିୟଜନଙ୍କ ଚିନ୍ତାରେ ବିଚଳିତ ହୋଇପାରନ୍ତି | ଏଥିପାଇଁ ମାନସିକ ଶାନ୍ତି ବ୍ୟାହତ ହେବ | ପାକସ୍ଥଳୀ ଏବଂ ଲିଭର ଜନିତ ଶାରୀରିକ ଅସୁସ୍ଥତା ମଧ୍ୟ ମୁଣ୍ଡ ବ୍ୟଥାର କାରଣ ହୋଇପାରେ | ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁଁ ଏହାର ସମାଧାନର ବାଟ ଖୋଜିପାରନ୍ତି | ଏଥିପାଇଁ ବ୍ୟାୟାମ ସମ୍ପର୍କିତ କାର୍ଯ୍ୟ, ନିଜର ସ୍ୱାସ୍ଥ୍ୟ ଏବଂ ସୃଜନକ୍ଷମ କାର୍ଯ୍ୟକୁ ପଛକୁ ପକାଇ ପାରନ୍ତି | ଜଣେ ଅନ୍ତରଙ୍ଗ ବନ୍ଧୁ ଓ ପ୍ରିୟଜନଙ୍କ ସାକ୍ଷାତକାର ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିପାରେ । ଏହା ଫଳରେ ଆଜିର ସବୁ ଦୁଃଖକୁ ଭୁଲିଯାଇ ପାରନ୍ତି | କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରୁ ନିବ୍ରୁତ୍ତ ରୁହନ୍ତୁ | ଅର୍ଥଲଗାଣକାରୀ ସଂସ୍ଥାରେ ନିଜ ପୁଞ୍ଜି ଆଦୌ ବିନିଯୋଗ କରନ୍ତୁ ନାହିଁ |