ମେଷ:ଆଜିର ଦିନ ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଆପଣଙ୍କ କଥାବାର୍ତ୍ତା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ଅନାବଶ୍ୟକ କଳହରେ ନିଜକୁ ସଂପୃକ୍ତ କରନ୍ତୁ ନାହିଁ । ଆପଣଙ୍କର ବିରୋଧୀମାନେ ଆପଣଙ୍କର ଗୋଡ ଟାଣିବା ପାଇଁ ଚାହିଁବେ । ଏଣୁ ସତର୍କ ରୁହନ୍ତୁ ।
ବୃଷ: ଆପଣଙ୍କ ପାଇଁ ଦିନଟି ଭଲ ରହିବ । ସୁସ୍ଥ ରହିବେ । ଶରୀର ଆପଣଙ୍କ ସହ ଠିକ ବ୍ୟବହାର କରିବ । ମନ ଭଲ ରହିବ । ପରିବାର ଓ ସଙ୍ଗ ମାନଙ୍କ ପାଇଁ ସମୟ ବାହାରିବ । ସାମାଜିକ କାର୍ଯ୍ୟରେ ସଫଳତା ମିଳିବ । ସୁ-ସମ୍ୱାଦ ପାଇବେ । ବୈବାହିକ ଜୀବନ ଆନନ୍ଦମୟ ହେବ । ଅଚାନକ ଧନ ପ୍ରାପ୍ତି ହେବ ।
ମିଥୁନ:ଆଜି ଦିନଟି ଶୁଭଫଳ ପ୍ରଦାନକାରୀ ଅଟେ । ଆପଣ କିଛିକାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ଆଜି ଦିନଟିରେ ଆପଣଙ୍କର ନାମ ଓ ସମ୍ମାନ ବୃଦ୍ଧି କରିବ । ପାରିବାରିକ ଜୀବନ ସୁଖମୟ ହେବ । ଆପଣ ଆଜି ବହୁତ ପରିମାଣର ଅର୍ଥ ଉପାର୍ଜନ କରିବେ । ମାତ୍ର କୌଣସି ଅନିର୍ବାଯ୍ୟ କାରଣ ପାଇଁ ଅତ୍ୟଧିକ ପରିମାଣର ଅର୍ଥ ଖର୍ଚ୍ଚ କରିବେ । ଆପଣଙ୍କ ଶାରିରୀକ ଓ ମାନସିକ ସୁସ୍ଥତା ଅତୁଟ ରହିବ । ନିଜ କାର୍ଯ୍ୟରେ ନିଜର ସହକର୍ମୀଙ୍କଠାରୁ ସାହାଯ୍ୟ ପାଇ ନିଜର କଠିନ ପରିଶ୍ରମ ପାଇଁ ନିଜକୁ ଯୋଗ୍ୟ ବୋଲି ପ୍ରତିପାଦନ କରିପାରିବେ ।
କର୍କଟ: ନିଜର ଚିନ୍ତାଗ୍ରସ୍ତ ମନ ଯୋଗୁଁ ଶିଥିଳତା ଅନୁଭବ କରିବେ । ଆପଣଙ୍କର ସନ୍ତାନ ଏବଂ ବନ୍ଧୁଙ୍କ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ । ଆପଣ କଣ କହୁଛନ୍ତି ଓ କିପରି କରୁଛନ୍ତି , ସେଥିପ୍ରତି ସଜାଗ ରୁହନ୍ତୁ । ଅଯଥା ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଯାତ୍ରାର ଯୋଜନାକୁ ସ୍ଥଗିତ ରଖନ୍ତୁ । ଗ୍ରହମାନଙ୍କର ଶୁଭଦୃଷ୍ଟି ନ ଥିବରୁ ଆପଣ ଏପରି କାର୍ଯ୍ୟରେ ଲିପ୍ତ ରୁହନ୍ତୁ ନାହିଁ, ଯାହା ଆପଣଙ୍କ ମାନସିକ ଅଶାନ୍ତିର କାରଣ ହେବ ।
ସିଂହ:ଆଜିଦିନ ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ନାହାଁନ୍ତି । ଏଣୁ ସତର୍କ ରୁଅନ୍ତୁ । ଘରୋଇ ଝଗଡା ଆପଣଙ୍କୁ ଅଶାନ୍ତି କରିପାରେ କିମ୍ୱା କାର୍ଯ୍ୟ କ୍ଷେତ୍ରରେ ଆପଣ ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କର ଚାକିରିର ସୁରକ୍ଷା ବିଷୟରେ ମଧ୍ୟ ଆପଣ ଅନୁଭବ କରିପାରନ୍ତି । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରତିକୂଳ ଭାବରେ ପ୍ରଭାବିତ କରିପାରେ । ଆପଣ ନିଦ୍ରାହୀନତାରେ ମଧ୍ୟ ପୀଡ଼ିତ ହୋଇପାରନ୍ତି ।
କନ୍ୟା: ସମସ୍ତ ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ସବୁ ଜିନିଷ ସପକ୍ଷରେ ରହିବ । ତଥାପି କିଛି ନଭାବି ନଚିନ୍ତି ଆପଣ କୌଣସି ସିଦ୍ଧାନ୍ତ ନିଅନ୍ତୁ ନାହିଁ କିମ୍ୱା ପସନ୍ଦ କରନ୍ତୁ ନାହିଁ । ଘର ପରିବେଶ ଖୁସିମୟ ହେବ । ପ୍ରିୟଜନ, ବନ୍ଧୁ ଏବଂ ଭାଇଭଉଣୀଙ୍କ ଗହଣରେ ଆନନ୍ଦ ଉଲ୍ଲାସରେ ସମୟ ବିତାଇବେ ।