Horoscope of June 18 (ETV Bharat) ମେଷ: ପ୍ରିୟଜନଙ୍କୁ ପ୍ରଭାଵିତ କରିବା ପାଇଁ ପ୍ରୟାସ କରିବେ । ଅଜଣା କାରଣରୁ ଆପଣ ନିଜ ଲୋକ ଓ ବନ୍ଧୁମାନଙ୍କ ନିକଟରେ ଅତ୍ୟଧିକ ଖୁସି ହେବେ ନାହିଁ । ରାତିରେ ସମସ୍ତେ ଏକାଠି ହେବାର ସମ୍ଭାବନା ରହିଛି । ଆଜିର ଦିନରେ ନୂଆ ବନ୍ଧୁ ମଧ୍ୟ ପାଇ ପାରନ୍ତି ।
Horoscope of June 18 (ETV Bharat) ବୃଷ: ଆଜିର ଦିନରେ ଆପଣ ଅସୁବିଧାରେ ପଡିପାରନ୍ତି, ସତର୍କ ରୁହନ୍ତୁ । ହଠାତ କିଛି ଭଲ ଘଟିବାର ଯୋଗ ନାହିଁ । ସାରାଦିନ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଧୈର୍ଯ୍ୟ ନ ହରାଇ ସ୍ୱାଭାବିକ ଭାବରେ ଶାନ୍ତ ରୁହନ୍ତୁ ।
Horoscope of June 18 (ETV Bharat) ମିଥୁନ: ଆପଣଙ୍କୁ ପରାମର୍ଶ ଦିଆ ହେଉଛି ଯେ ନିଜ ଦୁନିଆରୁ ବାହାରକୁ ଆସି ନିଜ ପିଲା, ସ୍ତ୍ରୀ ଓ ସମ୍ପର୍କୀୟମାନଙ୍କ ଆବଶ୍ୟକତା ଆଡକୁ ଧ୍ୟାନ ଦିଅନ୍ତୁ । ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପେଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ।
Horoscope of June 18 (ETV Bharat) କର୍କଟ: ଅବାଞ୍ଛିତ ଘଟଣା ଓ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଏହାଦ୍ୱାରା ଆପଣ ଦୁଃଖିତ ହେବେ, କିନ୍ତୁ ଏଥିରୁ ଶୀଘ୍ର ମୁକ୍ତ ହେବେ । ଅଧ୍ୟୟନରେ ଅଧିକ ପରିଶ୍ରମ କରନ୍ତୁ । ମନେ ରଖନ୍ତୁ ଯେ ସଫଳତାର ୯୯ ପ୍ରତିଶତ କଠିନ ପ୍ରୟାସ ଓ ମାତ୍ର ୧ ପ୍ରତିଶତ ଭାଗ୍ୟର ହାତ ଥାଏ ।
Horoscope of June 18 (ETV Bharat) ସିଂହ: ପୁରୁଣା ସହଯୋଗୀଙ୍କ ସହ ମିଶି ଆଜିର ଦିନକୁ ଉପଭୋଗ କରନ୍ତୁ ଓ ନୂଆ ସମ୍ପର୍କ ଯୋଡ଼ନ୍ତୁ । ବନ୍ଧୁବାନ୍ଧବ ଆସିବାର ସମ୍ଭାବନା ଅଛି । ଆପଣଙ୍କର ପ୍ରଫୁଲ୍ଲ ମନ ଆପଣଙ୍କ ଘରକୁ ଆନନ୍ଦରେ ଭରି ଦେବା ସହ ଅତିଥିଙ୍କ ଆଗମନ ଏହାକୁ ଦ୍ୱିଗୁଣିତ କରିବ ।
Horoscope of June 18 (ETV Bharat) କନ୍ୟା:ବ୍ୟବସାୟ ଓ ଅଵସର ମଧ୍ୟରେ ସମନ୍ୱୟ ରହିବ । ଆଜି ବିଭିନ୍ନ ପାର୍ଟିରେ ଯୋଗଦାନ କରି ଆନନ୍ଦିତ ହେବେ ଓ ଖର୍ଚ୍ଚରେ ମଧ୍ୟ ଵୃଦ୍ଧି ଘଚିପାରେ । ଧ୍ୟାନର ସହ ଖର୍ଚ୍ଚ କରନ୍ତୁ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ ।
Horoscope of June 18 (ETV Bharat) ତୁଳା: ନାଟକୀୟ ଢଙ୍ଗରେ ଆପଣ ପ୍ରଦର୍ଶନର ନେତୃତ୍ୱ ନେବେ । ଆପଣଙ୍କ ଠାରୁ ଆଶା କରାଯାଇ ପାରେ ଯେ ଆପଣ ଅତି ଭଲ ପ୍ରଦର୍ଶନ କରିବେ ଯେଉଁଥିରେ ପରିବାର ପ୍ରତି ଆପଣଙ୍କର ସମର୍ପଣ ଭାବର ନିଦର୍ଶନ ମିଳିବ । କାର୍ଯ୍ୟରେ ନେଇଥିବା ସମସ୍ତ ନିଷ୍ପତି ସଫଳ ହେବ ।
Horoscope of June 18 (ETV Bharat) ବିଛା: ସମ୍ପର୍କ ଜୀଵନର ସଂଯୋଗ ବିନ୍ଦୁ ଅଟେ । ସମ୍ପର୍କୀୟଙ୍କ ପ୍ରତି ଆପଣଙ୍କ ମନୋଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେମାନେ ଅତି ବିଶିଷ୍ଟ ଅଟନ୍ତି ଏପରି ଅନୁଭଵ କରାନ୍ତୁ ।
Horoscope of June 18 (ETV Bharat) ଧନୁ: ଆଜି ଆପଣଙ୍କ ଭାଗ୍ୟରେ ସୁଖ ସମୃଦ୍ଧିର ଯୋଗ ଅଛି । କାମରେ ଆସୁଥିବା ଅସୁବିଧାକୁ ଦୂର କରିବା ପାଇଁ ଆପଣଙ୍କ ନିକଟରେ ବିଶେଷ ଅଭିଜ୍ଞତା ଅଛି । ଆପଣଙ୍କର ଏହି ଦୃଷ୍ଟିଭଙ୍ଗୀ ଆପଣଙ୍କ ବନ୍ଧୁମାନଙ୍କର ମନ କିଣି ନେବ ।
Horoscope of June 18 (ETV Bharat) ମକର: କର୍ମକ୍ଷେତ୍ରରେ ପୁରସ୍କାର ଓ ମାନ୍ୟତା ଉଭୟ ଆପଣଙ୍କୁ ଅପେକ୍ଷା କରିଛି । ତେବେ ବଡ଼ କଥା ହେଉଛି ସହକର୍ମୀମାନେ ଆପଣଙ୍କ ସଫଳତାରେ ଈର୍ଷାନ୍ୱିତ ହେବେ ନାହିଁ । ସେମାନେ ନୂଆ ପ୍ରକଳ୍ପ ପାଇଁ ଆପଣଙ୍କୁ ଉତ୍ସାହ ଓ ପ୍ରେରଣା ଯୋଗାଇବେ । ଯେଉଁମାନେ ଚାକିରି ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି, ସେମାନେ କିଛି ସମୟ ଅପେକ୍ଷା କରନ୍ତୁ । ଏହା ଉତ୍ତମ ସମୟ ନୁହେଁ ।
Horoscope of June 18 (ETV Bharat) କୁମ୍ଭ: ଆଜିର ଦିନ ଆପଣଙ୍କ ପାଇଁ ଶୁଭ ନୁହେଁ । ଆଜି ଶାନ୍ତିପୂର୍ଣ୍ଣ ଵାତାଵରଣ ସୃଷ୍ଟି କରିବାରେ ଅସମର୍ଥ ହେବେ ଓ ପିଲାମାନେ ମଧ୍ୟ ଏହାକୁ ଅଧିକ କଷ୍ଟକର କରିଦେବେ । ପାରିବାରିକ ବିବାଦ ହେବାର ମଧ୍ୟ ସମ୍ଭାବନା ଅଛି ଓ ଦୁଷ୍ଟ ପଡ଼ୋଶୀ ନିଆଁରେ ଘିଅ ଢାଳିଲା ଭଳି କାମ କରିବେ ।
Horoscope of June 18 (ETV Bharat) ମୀନ: ଦୈନିକ ଦିନଚର୍ଯ୍ୟାକୁ ବ୍ୟବସ୍ଥିତ କରିବା ପାଇଁ ଅଧିକ ପରିଶ୍ରମ କରିବେ । ତେବେ ଭାଗ୍ୟ ଦୁର୍ଵଳ ଥିବାରୁ ସଫଳତା ମିଳିବ ନାହିଁ । ଧୈର୍ଯ୍ୟ ହରାନ୍ତୁ ନାହିଁ, ସମୟକୁ ତା ବାଟରେ ଯିବାକୁ ଦିଅନ୍ତୁ ଓ ନିଜ ଭାଵନାକୃୁ ନିୟନ୍ତ୍ରଣରେ ରଖନ୍ତୁ ।