ମେଷ: ଆଜି ଦିନଟି ଆପଣଙ୍କୁ ମଧ୍ୟମ ଫଳ ପ୍ରଦାନ କରିବ । ଆଜି ଆପଣ କାର୍ଯ୍ୟସ୍ଥଳରେ ସାହସୀ ପଦକ୍ଷେପ ନେଇପାରନ୍ତି । ଏପରିକି ଆପଣଙ୍କ ମନରେ କିଛି ଅଭିନବ ଧାରଣା ଓ ମତ ମଧ୍ୟ ଆସିପାରେ । କିନ୍ତୁ, ଅପରାହ୍ନ ବେଳକୁ ଆପଣ କ୍ଷତିରେ ପଡିପାରନ୍ତି । ଏଥିସକାଶେ ଆପଣ ଉଦବିଘ୍ନ ହେବେ ଏବଂ କୌଣସି କଥାରେ ଆଗ୍ରହୀ ହେବେ ନାହିଁ । ଏଣୁ ସମସ୍ତ ଜିନିଷକୁ ସର୍ତ୍ତଶୂନ୍ୟ ଭାବେ ଗ୍ରହଣ କରନ୍ତୁ ଏବଂ ଚେଷ୍ଟା ଜାରି ରଖନ୍ତୁ ।
ବୃଷ: ଦିନଟି ସବୁ ଦୃଷ୍ଟିରୁ ଶୁଭଫଳ ପ୍ରଦାୟକ ଅଟେ । କିଛି ଦୀର୍ଘସ୍ଥାୟୀ ଜିନିଷ କିଣାକିଣି କରିବାରେ ଆନନ୍ଦ ପାଇପାରନ୍ତି । ବନ୍ଧୁ ଗହଣରେ ଏବଂ ପରିବାର ସଦସ୍ୟମାନଙ୍କ ସହ ହସ ଖୁସିରେ ସମୟ କାଟିବା ପାଇଁ ବାହାରକୁ ଭ୍ରମଣ କରିବାକୁ ଯାଇପାରନ୍ତି । ମୌଜ ମଜଲିସ କରିବା ପାଇଁ ଏପରି ଦିନ ଆଉ ଆସି ନ ପାରେ ।
ମିଥୁନ: ଆଜି ଆପଣଙ୍କ ଜୀବନ ସମ୍ପର୍କର ବହୁ ଘଟଣାରେ ଶୁଭଫଳ ମିଳିପାରେ । ପାରିବାରିକ ଜୀବନ ଶାନ୍ତ ରହିବ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ଫଳପ୍ରଦ ହେବ । ଆପଣ ଅପରାହ୍ନରେ ଆପଣଙ୍କ ଘରର ରୂପ ବଦଳାଇବାକୁ ଯୋଜନା କରନ୍ତୁ । ସଂଧ୍ୟାରେ ବନ୍ଧୁମାନଙ୍କ ସହ ସମୟ ବିତାଇବା ସହ ବାହାରକୁ ଭ୍ରମଣ କରିବାକୁ ଯାଇପାରନ୍ତି ।
କର୍କଟ:ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ନୂଆ ଘର କିଣିବାକୁ ଯୋଜନା କରୁଥିଲେ ଆଜି ଆପଣଙ୍କ ପାଇଁ ଶୁଭ ସମୟ ଅଟେ । ଅର୍ଥ ଉପାର୍ଜନ, ପୁଞ୍ଜି ଲଗାଣ ଏବଂ ବୃତ୍ତି ପାଇଁ ଆଜି ଏକ ସୌଭାଗ୍ୟଶାଳୀ ଦିନ ଅଟେ । ଜଣେ ଅନ୍ତରଙ୍ଗ ବନ୍ଧୁ ଓ ପ୍ରିୟଜନଙ୍କ ସାକ୍ଷାତକାର ଆଜିର ଦିନଟି ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିପାରେ ।
ସିଂହ: ସବୁଦିନ ସମାନ ଯାଏନି କିମ୍ୱା ମାନବ ଜୀବନ ଏକ ଗୋଲାପର ଶଯ୍ୟା ନୁହେଁ । ଆଜି ଆପଣଙ୍କର ନିଜ ଭାଇଭଉଣୀ ଓ ପରିବାରର ଅନ୍ୟ ସଦସ୍ୟାମାନଙ୍କ ସହ ମତଭେଦ ହୋଇପାରେ । ଟଙ୍କା ଓ ସମ୍ପତ୍ତି ଆପଣଙ୍କ ଚିନ୍ତାର ମୁଖ୍ୟ ବିଷୟ ସାଜିପାରେ । କାର୍ଯ୍ୟସ୍ଥଳରେ ମଧ୍ୟ ସହକର୍ମୀମାନଙ୍କ ସହ ମଧ୍ୟ ଯୁକ୍ତିତର୍କ ହୋଇପାରେ । ଆଜି ଆପଣଙ୍କୁ ଆପଣଙ୍କ ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ପଡିବ ।
କନ୍ୟା:ଆଜି ଆପଣଙ୍କ ଉପରେ ମିଶ୍ର ପ୍ରଭାବ ରହିବ । ଦିନର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ଵିତୀୟାର୍ଦ୍ଧ ଆପଣଙ୍କୁ ବିଚଳିତ କରିପାରେ । କିଛି ଘଟଣାଗୁଡିକ ବିଷୟକୁ ନେଇ ଆପଣ ଚିନ୍ତିତ ହୋଇପାରନ୍ତି । ଅର୍ଥହାନୀ ଚିନ୍ତା ଆଜି ଦିନସାରା ଆପଣଙ୍କୁ ବିବ୍ରତ କରିବ । ସେପରି ଚିନ୍ତା ପରିହାର କରନ୍ତୁ । ଧ୍ୟାନ ଓ ଠାକୁରଙ୍କର ପ୍ରାର୍ଥନାରେ ନିଜକୁ ନିୟୋଜିତ କଲେ ମାନସିକ ଶାନ୍ତି ପାଇବେ ।