ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / bharat

ଆଜିର ରାଶିଫଳ; ବଢିବ ଖର୍ଚ୍ଚ, ଏମାନେ ଯୁକ୍ତିତର୍କ-ବିବାଦରୁ ରୁହନ୍ତୁ ନିବୃତ - AJIRA RASIFALA

Ajira Rasifala: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ

Ajira Rasifala
ଆଜିର ରାଶିଫଳ (Getty)

ମେଷ:ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନ ପାଇଁ ଆଜି ଦିନଟି ଶୁଭଦାୟକ । ବ୍ୟବସାୟରେ ଉନ୍ନତି ଘଟିବ । ନିଜ ରୋଜଗାରକୁ ଚାହିଁ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ମନ ପ୍ରଫୁଲ୍ଲ ରହିବ । ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ଆଜି ସନ୍ଧ୍ୟାଟି ଆମୋଦ ପ୍ରମୋଦରେ କାଟିପାରନ୍ତି । ଆପଣ ମଧ୍ୟ କିଛି ବାକିଆ ଥିବା କାମ ଶେଷ କରିବା ପାଇଁ ଶେଷ ଚେଷ୍ଟା କରିବେ । ବଣଭୋଜି ପାଇଁ ଯୋଜନା କରିବା କରନ୍ତୁ । କିଛି ସମୟ ପାଇଁ ଧାର୍ମିକ କାର୍ଯ୍ୟ୍ୟରେ ନିଜକୁ ବ୍ୟସ୍ତ ରଖିବେ । ଦିନଟି ଖୁସିରେ କଟିବ ।

ଆଜିର ରାଶିଫଳ (ARIES)

ବୃଷ: ଆଜି ଆପଣ ଶାରୀରିକ ଭାବେ ସତର୍କ ଓ ଆଧ୍ୟାତ୍ମିକ ଭାବେ ସତେଜ ରହିବାର ବହୁତ ସମ୍ଭାବନା ଅଛି । ଆପଣ କଳା, ଡିଜାଇନିଂ, ଗ୍ରାଫିକ୍ସ ଓ ସ୍ପେସିଆଲ ଇଫେକ୍ଟ ଆଦିରେ ବ୍ୟସ୍ତ ରହି ନିଜର କଳାତ୍ମକ ଦିଗର ଆବିଷ୍କାର କରିବେ । ଆପଣ ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ । ଅନ୍ୟମାନଙ୍କ କାମରେ ବ୍ୟସ୍ତ ନରହି ନିଜ କାମ କରିଚାଲନ୍ତୁ । ନୂଆ ଭାବରେ ପ୍ରାପ୍ତ ହୋଇଥିବା ଏକ ଖୁସି ଖବର ଆପଣଙ୍କ ପରିବାର ଏବଂ ଆପଣଙ୍କୁ ଅନେକ ଖୁସୀ ଏବଂ ଆନନ୍ଦ ଦେବ ।

ଆଜିର ରାଶିଫଳ (TAURUS)

ମିଥୁନ: ଆପଣ ଆପଣଙ୍କ ଭଳି ଭାବୁଥିବା ଲୋକମାନଙ୍କ ସହ ଏକ ଉତ୍ତମ ସମୟ ଅତିବାହିତ କରିବେ । କାର୍ଯ୍ୟସ୍ଥଳରେ, ସଠିକତା ପାଇବା ଆପଣଙ୍କ ଲକ୍ଷ୍ୟ । କାର୍ଯ୍ୟସ୍ଥଳରେ ଓ ଘରେ ଆପଣ ସବୁକିଛି ସଠିକ ଭାବେ କରିବାକୁ ଚେଷ୍ଟା ଚଳାଇବେ । ପେଶା କ୍ଷେତ୍ରରେ ଆପଣଙ୍କର ଆଗ୍ରହ ବଢିବ । ଯାହା ଫଳରେ ଆପଣ ଆପଣଙ୍କ କାର୍ଯ୍ୟରେ ପୁରସ୍କାର ପାଇପାରନ୍ତି । ଆପଣଙ୍କ ସହକର୍ମୀ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ସମାଜରେ ଆପଣଙ୍କର ଖ୍ୟାତି ବଢିବ ।

ଆଜିର ରାଶିଫଳ (GEMINI)

କର୍କଟ:ଦିନ ସାରା ଆପଣ ଅନେକ ଆହ୍ଵାନର ସମ୍ମୁଖୀନ ହେବେ ଏବଂ ସବୁ ଥର ଆପଣ ସେଗୁଡିକର ସଫଳତାର ସହିତ ସାମ୍‍ନା କରିବେ । ଆପଣ ମସ୍ତିଷ୍କ ତୀକ୍ଷ୍ଣ ରହିବ ଓ ମାରାଥନରେ ଭାଗ ନେଉଥିବା ଜଣେ ଖେଳାଳି ଭଳି ଚାଲିବ । ଆପଣଙ୍କୁ କେବଳ ନିଜ ଉପରେ ବିଶ୍ଵାସ ରଖିବା ଦରକାର । ଆହୁରିମଧ୍ୟ, ଆପଣ ଥରେ ଆପଣଙ୍କ ମସ୍ତିଷ୍କକୁ ମୁକ୍ତ କରିଦେଲେ ଆପଣଙ୍କୁ କେହି ଅଟକାଇପାରିବେ ନାହିଁ । ଆପଣ ଆପଣଙ୍କ ଘର ଭିତର ସଜାସଜିରେ କିଛି ପରିବର୍ତ୍ତନ କରିପାରନ୍ତି ।

ଆଜିର ରାଶିଫଳ (CANCER)

ସିଂହ:ଆଜି ଦିନଟି ଦୁଃଖମୟ ରହିବ । ଆପଣଙ୍କ ଶରୀର, ରାଗ, ଏବଂ କଥା ପ୍ରତି ଯତ୍ନବାନ ହୁଅନ୍ତୁ । ପରିବାର ଭିତରେ ଦ୍ୱନ୍ଦର ଆଶଙ୍କା ଅଛି । ତେଣୁ ପରିସ୍ଥିତିକୁ ବିଜ୍ଞତାର ସହିତ ଶାନ୍ତ ରହି ହ୍ୟାଣ୍ଡେଲ୍‌ କରନ୍ତୁ । ଯଦି ସମ୍ଭବ, ବେଆଇନ୍‌ କାର୍ଯ୍ୟକଳାପ କିମ୍ବା ଅନୈତିକ କାର୍ଯ୍ୟଠାରୁ ଦୁରେଇ ରୁହନ୍ତୁ । ଚକ୍ଷୁରୋଗ କିମ୍ୱା ଦାନ୍ତବିନ୍ଧାର ଯନ୍ତ୍ରଣା ଆପଣ ଭୋଗିପାରନ୍ତି । ତେଣୁ ରୋଗ ବଢିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ସୁଖାଦ୍ୟ ପ୍ରାପ୍ତି ଯୋଗ ରହିଛି ।

ଆଜିର ରାଶିଫଳ (LEO)

କନ୍ୟା:ଆପଣ ସାଧାରଣତଃ ଭାବପ୍ରବଣ ଅଟନ୍ତି । ମାତ୍ର ଅତି ମାତ୍ରା ସବୁବେଳେ ଭଲ ନୁହେଁ । ଆଜି ଆପଣଙ୍କର ଭାବପ୍ରବଣତା ଓ ମାନସିକ ଉଲ୍ଳାସ କୂଳଲଙ୍ଘନ କରିବ । ବିନା ଡ଼ାକରାରେ କୌଣସି କାର୍ଯ୍ୟରେ ଆଦୌ ହସ୍ତକ୍ଷେପ କରନ୍ତୁନାହିଁ । କୌଣସି ଆଲୋଚନା ବା ବିବାଦ ସ୍ଥଳୀରୁ ନିଜକୁ ଦୂରେଇ ରଖନ୍ତୁ, ଅନ୍ୟଥା ଲୋକମାନେ ଆପଣଙ୍କର ସବୁବେଳେ ଦୁର୍ବଳ ବିନ୍ଦୁରେ ଆଘାତ କରିବେ । ଆଜି ହଠାତ୍‍ ଆପଣ ଝଗଡା କରିପାରନ୍ତି, ତେଣୁ ଆପଣ ଆଜି ଶାନ୍ତ ରୁହନ୍ତୁ ଏବଂ ପରିସ୍ଥିତିକୁ ଧୀର ସ୍ଥିର ଭାବରେ ସମାଧାନ କରନ୍ତୁ । ଅପରାହ୍ନରେ ଆପଣଙ୍କର ଆତ୍ମବିଶ୍ୱାସ ବଳରେ ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ । ମାତ୍ର କ୍ଷଣକୋପ ଏବଂ ଅସହନୀୟ ପ୍ରକୃତିକୁ ନିଜ ଆୟତ୍ତରେ ରଖିବାକୁ ଚେଷ୍ଟା କରନ୍ତୁ ।

ଆଜିର ରାଶିଫଳ (VIRGO)

ତୁଳା:ଆଜି ଦିନଟି ଆପଣଙ୍କ ପାଇଁ ଏକ ଶୁଭ ଦିନ ଅଟେ । ପ୍ରାତଃ ସମୟଟି ଅତ୍ୟନ୍ତ ମଧୁମୟ ହେବ ଏବଂ ଆପଣ ନିଜର ବନ୍ଧୁ ଓ ପରିବାର ବର୍ଗଙ୍କ ସହ ଏକ ବଣଭୋଜି କିମ୍ଵା ଭ୍ରମଣରେ ଯିବାକୁ ଯୋଜନା କରିପାରନ୍ତି । ଗୋଟିଏ ପର୍ଯ୍ୟଟନ ସ୍ଥଳକୁ ଯାଇ ଆନନ୍ଦ ଉପଭୋଗ କରିବା ସହ ମୌଜ ମଜଲିସ କରିବେ । କର୍ମଜୀବୀଙ୍କ ପାଇଁ ସକାଳଟି ଶାନ୍ତ ରହିବା ସହ କୌଣସି ବାଟରେ ଉପକୃତ ହେବେ । ସନ୍ଧ୍ୟା ସମୟ ଆପଣଙ୍କ ମଉଜ ମଜଲିସରେ ଯିବ ।

ଆଜିର ରାଶିଫଳ (LIBRA)

ବିଛା:ଆଜି ଆପଣ କାର୍ଯ୍ୟ ପ୍ରତି ଆପଣଙ୍କ ପ୍ରତିବଦ୍ଧତା ଓ ପରିବାର ପ୍ରତି ନିଷ୍ଠା ଦେଖାଇବେ । କାର୍ଯ୍ୟସ୍ଥଳରେ, ଠିକ କାମ ଆପଣଙ୍କ ପାଖକୁ ଆସିଛି । ଘରେ, ଆପଣ ସର୍ବୋତ୍କୃଷ୍ଟ ପାରିବାରିକ ବ୍ୟକ୍ତି ଭାବେ ନିଜକୁ ଉପସ୍ଥାପନା କରିବେ । ଲୋକମାନେ ଆପଣଙ୍କ କର୍ମକ୍ଷେତ୍ରରେ କିମ୍ଵା ବ୍ୟବସାୟରେ ଆପଣଙ୍କର ତୀକ୍ଷ୍ନ ବୁଦ୍ଧି, ଦକ୍ଷତା ଓ ପ୍ରବୀଣତାର ୟଥେଷ୍ଟ ପ୍ରଶଂସା କରିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କ ଉପରିସ୍ଥ ହାକିମଙ୍କ ଶୁଭଦୃଷ୍ଟି ଯୋଗୁଁ ପ୍ରଶଂସିତ ହେବେ । ଦରମା ବୃଦ୍ଧି ଘଟିପାରେ କିମ୍ଵା ପଦୋନ୍ନତି ମଧ୍ୟ ହୋଇପାରେ ।

ଆଜିର ରାଶିଫଳ (SCORPIO)

ଧନୁ:ଆଜି ଆପଣଙ୍କର ନିୟମବଦ୍ଧ ସଂବେଦନା ଆପଣଙ୍କୁ ନିକଟବର୍ତ୍ତୀ ହେବାର ପ୍ରେରଣା ୟୋଗାଇବ । ହଠାତ୍‍ ଆପଣ ଆଧ୍ୟାତ୍ମିକ ବିଶ୍ୱାସର ପ୍ରବଳ ଉଦ୍ୟମ ଜାରି ରଖିବେ । ତେଣୁ ଆପଣ ଏକ ତୀର୍ଥସ୍ଥାନ ଭ୍ରମଣ କରିବାର ଯୋଜନା କରିପାରନ୍ତି । ଏହାର ସୁଫଳ ଆପଣଙ୍କୁ ମିଳିପାରେ । ନିଜ ପ୍ରିୟଜନଙ୍କ ସହ ହସଖୁସିରେ ସମୟ କାଟିବେ । ନିଜର ଉତ୍ତମ ବ୍ୟବହାର ଏବଂ କାର୍ଯ୍ୟଦକ୍ଷତା ବଳରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଅତି ସହଜରେ ସମ୍ପୂର୍ଣ୍ଣ କରିପାରିବେ । ନିଜର ଉପରିସ୍ଥ ହାକିମଙ୍କ ପ୍ରେରଣା ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ ।

ଆଜିର ରାଶିଫଳ (SAGITTARIUS)

ମକର:ଆପଣଙ୍କ ଉପରେ କାର୍ଯ୍ୟ ଓ ଦାୟିତ୍ଵର ଚାପ ଏତେ ବଢି ଯାଇଛି ଆପଣଙ୍କ ସହିବା ସୀମା ଅତିକ୍ରମ କରି ଯାଇଛି ଓ ଆପଣଙ୍କ ସବୁ ଆଶା ଧିରେଧିରେ ମଉଳି ଯାଉଛି । କିନ୍ତୁ ଆପଣଙ୍କ ଭଳି ଶକ୍ତିଶାଳୀ ବ୍ୟକ୍ତି, ସହଜରେ ହାରିଯିବ ନାହିଁ ଓ ଯୁଦ୍ଧ ଜାରି ରଖିବ । ସମସ୍ତେ ଆପଣଙ୍କ ମାନସିକ ଶକ୍ତି ଓ ଶାରୀରିକ ସହନଶୀଳତାକୁ ଗ୍ରହଣ କରିବେ ଓ ପ୍ରଶଂସା କରିବେ । ଆପଣ ୟନ୍ତ୍ରଣାରୁ ମୁକ୍ତି ପାଇବା ସଙ୍ଗେସଙ୍ଗେ ମନରୁ ଦୁଃଶ୍ଚିନ୍ତା ହ୍ରାସ ପାଇବ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହୋଇପାରନ୍ତି । ସମ୍ଭବତଃ ଅପରାହ୍ନରେ ଗ୍ରହମାନଙ୍କ ଶୁଭଦୃଷ୍ଟି ଯୋଗୁଁ କିଛି ଗୃହ ସାମଗ୍ରୀ କିଣିବାକୁ ଯାଇପାରନ୍ତି କିମ୍ଵା ଏକ ଧାର୍ମିକ ସ୍ଥାନ ପରିଭ୍ରମଣରେ ଯାଇପାରନ୍ତି ।

ଆଜିର ରାଶିଫଳ (CAPRICORN)

କୁମ୍ଭ:ଆପଣଙ୍କୁ ଏକ ଛାପ ଛାଡିବାର ଅଛି ସେଥିପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ ଉଭୟ ରୂପ ଓ ଶାରୀରିକ ଭାବେ । ଆହୁରିମଧ୍ୟ, ଆପଣଙ୍କୁ ଆଜି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ତୀକ୍ଷ୍ଣ ରହିବା ଆବଶ୍ୟକ । ଛାନିଆ ହେବାର କୌଣସି କାରଣ ନାହିଁ, କାରଣ ଏହି ନିଷ୍ପତ୍ତି ଗୁଡିକର ଲମ୍ଵା ସମୟ ପର୍ଯ୍ୟନ୍ତ ପ୍ରଭାବ ରହିବ । ଆଇନଗତ କାର୍ଯ୍ୟରେ ସତର୍କତା ଅବଲମ୍ଵନ କରନ୍ତୁ । ନଚେତ ହଠାତ୍‍ ଅପମାନିତ ହେବା ସଙ୍ଗେସଙ୍ଗେ କିଛି କ୍ଷତି ହୋଇପାରେ । କୌଣସି କାର୍ଯ୍ୟର ପୁରୋଧା ହୁଅନ୍ତୁ ନାହିଁ । ଧୈର୍ଯ୍ୟଧରି ଶୁଭବେଳାକୁ ଅପେକ୍ଷା କରନ୍ତୁ ।

ଆଜିର ରାଶିଫଳ (AQUARIUS)

ମୀନ: ଆଜି ଆପଣ କେବଳ ନିଜ ଭବିଷ୍ୟତର ଲକ୍ଷ୍ୟ ପାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଅନେକ ଦିନ ଧରି ଆପଣ ଯେଉଁ ମିଳିତ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହା ଆଜି ଆରମ୍ଭ ହୋଇପାରେ । ବ୍ୟବସାୟ ସମ୍ପର୍କିତ ଏକ ଯାତ୍ରା ମଧ୍ୟ ଥିବାର ଜଣାପଡୁଛି । ଘରେ ସବୁ ଭଲ ରହିବ । ଭଲ କାମ ପାଇଁ ପୁରସ୍କୃତ ହୋଇପାରନ୍ତି । ବଣଭୋଜି କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ତେଣୁ ବନ୍ଧୁ, ପରିବାର ଓ ସହକର୍ମୀଙ୍କ ସହ ମିଳିମିଶି ଭ୍ରମଣ କରିବାକୁ ଯାଇପାରନ୍ତି ।

ଆଜିର ରାଶିଫଳ (PISCES)

ABOUT THE AUTHOR

...view details