ଓଡିଶା

odisha

ETV Bharat / bharat

ହରିୟାଣାରେ ସାଇନିଂ କଲେ ସିଏମ ସୈନୀ, ପୁଣି ହତାଶ ହାତ

ହରିୟାଣାରେ ଓଲଟିଲା ଏକଜିଟ ପୋଲ ଆକଳନ । ବିଜେପିର ହ୍ୟାଟ୍ରିକ ବିଜୟ । ପୁଣି ଚମକିଲେ ମୁଖ୍ୟମନ୍ତ୍ରୀ ନାୟବ ସୈନୀ ।

By ETV Bharat Odisha Team

Published : 8 hours ago

Updated : 4 hours ago

ହରିୟାଣାରେ ଫେଲ ମାରିଲା ଏକଜିଟ ପୋଲ, ହ୍ୟାଟ୍ରିକ୍‌ ଅଭିମୁଖେ ବିଜେପି
ହରିୟାଣାରେ ଫେଲ ମାରିଲା ଏକଜିଟ ପୋଲ, ହ୍ୟାଟ୍ରିକ୍‌ ଅଭିମୁଖେ ବିଜେପି (ETV Bharat Odisha)

ହାଇଦ୍ରାବାଦ:ହରିୟାଣାରେ ବିଧାନସଭା ନିର୍ବାଚନ ଗଣତି ଟ୍ରେଣ୍ଡରେ ଅପ୍ରତ୍ୟାଶିତ ୟୁ-ଟର୍ଣ୍ଣ ଦେଖିବାକୁ ମିଳିଛି । ସବୁ କଳ୍ପନା ଜଳ୍ପନା ଓ ଏକଜିଟ ପୋଲର ପୂର୍ବାକଳନକୁ ଭୁଲ ସାବ୍ୟସ୍ତ କରି ‘ଭାରତୀୟ ଜନତା ପାର୍ଟି’ (ବିଜେପି) ପୁଣି ଥରେ ବହୁମତ ହାସଲ କରିଛି । ରାଜ୍ୟରେ କଂଗ୍ରେସ ଏକାକୀ ସରକାର ଗଠନ କରିବାକୁ ଯାଉଥିବା ଏକାଧିକ ଗଣମାଧ୍ୟମ ସଂସ୍ଥାର ‘ଏକଜିଟ ପୋଲ’ ପୂର୍ବାକଳନ କରିଥିଲା । ଗଣତି ଆରମ୍ଭରୁ ମଧ୍ୟ ଅନୁରୂପ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା । ମାତ୍ର ଗଣତି ଯେତେ ଆଗଉଥିଲା, ବିଜେପିର ଆସନ ସଂଖ୍ୟା ସେତେ ସେତେ ବଢ଼ି ବଢ଼ି ଚାଲିଥିଲା ।

ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗରେ ଥିଲା କଂଗ୍ରେସ:-

ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ, ଶାସକ ବିଜେପିକୁ ପଛରେ ଛାଡି ସଂଖ୍ୟା ବହୁମତର ନିକଟତର ହୋଇଥିଲା । ଏନେଇ ଦଳୀୟ କ୍ୟାମ୍ପରେ ଉତ୍ସବ ପାଳନ ମଧ୍ୟ ଆରମ୍ଭ ହୋଇଥିଲା । ମାତ୍ର କିଛି ସମୟର ଗଣତି ମଧ୍ୟରେ ଟ୍ରେଣ୍ଡରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଭାରତୀୟ ଜନତା ପାର୍ଟି ଏବେ ୪୫ରୁ ଅଧିକ ଆସନରେ ଜିତିବା ସହ ମ୍ୟାଜିକ ନମ୍ବର ଛୁଇଁଛି । ଫଳରେ ମୁଖ୍ୟମନ୍ତ୍ରୀ ନାୟବ ସୈନୀଙ୍କ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି ।

  • ‘ଏକଜିଟ ପୋଲ’ ଭୁଲ ପ୍ରମାଣିତ ହେବ କି ?

90 ଆସନ ବିଶିଷ୍ଟ ହରିୟାଣାରେ 2014ରୁ କ୍ଷମତାରେ ଥିବା ବିଜେପି ଏଥର ସତ୍ତା ବିରୋଧୀ ଲହର ବା(ଆଣ୍ଟି ଇନକମ୍ବେନ୍ସି)ର ସାମ୍ନା କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ଏକାଧିକ ସଂସ୍ଥାର ଏକଜିଟ ପୋଲ ଏହି ଆକଳନ ସହ କଂଗ୍ରେସକୁ ପ୍ରାୟ 45ରୁ 55 ଆସନ ସହ ବହୁମତ ସଂଙ୍କେତ ଦେଇଥିଲେ । ଗଣତି ଆରମ୍ଭରୁ ମଧ୍ୟ ଅନୁରୂପ ଚିତ୍ର ଦେଖିବାକୁ ମିଳିଥିଲା । ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ, ବିଜେପିକୁ ପଛରେ ଛାଡିଥିଲା । ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡାଙ୍କ ବାସଭବନ ଓ ପାର୍ଟି କାର୍ଯ୍ୟାଳୟରେ ଦଳୀୟ କର୍ମୀମାନେ ବିଜୟ ଉତ୍ସବ ପାଳନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଟ୍ରେଣ୍ଡ ଗୋରୁଆ କ୍ୟାମ୍ପ ସପକ୍ଷରେ ଯାଇଛି । ସଂଖ୍ୟା ବହୁମତ 45 ଆସନ ଥିବା ବେଳେ ଏବେ ସୁଦ୍ଧା ଟ୍ରେଣ୍ଡିରେ ବିଜେପି ପ୍ରାୟ 50 ଆସନରେ ଆଗରେ ରହି ମ୍ୟାଜିକ ନମ୍ବର ଅତିକ୍ରମ କରିସାରିଛି ।

ଏହା ମଧ୍ୟ ପଢନ୍ତୁ :- ଜମ୍ମୁ-କାଶ୍ମୀର ଓ ହରିୟାଣାରେ ଭୋଟ ଗଣତି ଜାରି; ପଲଟିଲା ଟ୍ରେଣ୍ଡ, ଆଗରେ BJP, ପଛରେ ପଡିଲା କଂଗ୍ରେସ

ଏହା ମଧ୍ୟ ପଢନ୍ତୁ :- ଆସିବ ହରିୟାଣା ଜମ୍ମୁ-କାଶ୍ମୀର ଜନାଦେଶ: ଉତ୍ସାହିତ କଂଗ୍ରେସ ଶିବିର, ରେଜଲ୍ଟ ଅପେକ୍ଷାରେ ପଦ୍ମ କ୍ୟାମ୍ପ

  • ଗତ ନିର୍ବାଚନରେ 40 ଆସନ ଜିତିଥିଲା ବିଜେପି

2014 ପରେ 2019 ରେ ବିଜେପି ହରିୟାଣାରେ 40 ଆସନରେ ବିଜୟ ଲାଭ କରିଥିଲା । ଜନନାୟକ ଜନତା ପାର୍ଟି (JJP) 10 ଜଣ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଥିଲା ଦଳ । କଂଗ୍ରେସ 31ଆସନରେ ବିରୋଧୀ ଭୂମିକାରେ ରହିଥିଲା । ଏବେ ବିଜେପି ଏକାକୀ ସ୍ପଷ୍ଟ ବହୁମତ ହାସଲ କରିବା ଧାରାରେ ରହିଛି । ବିଜେପି କ୍ଷମତା ବଜାୟ ରଖିଲେ, ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳିଥିବା ନାଏବ ସିଂ ସୈନୀ ପଦ ବଜାୟ ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...ହରିୟାଣାରେ ହ୍ୟାଟ୍ରିକ୍‌ ମାରିବ ବିଜେପି, ନା କମବ୍ୟାକ୍‌ କରିବ କଂଗ୍ରେସ ! - HARYANA ASSEMBLY ELECTION

ଏହା ମଧ୍ୟ ପଢ଼ନ୍ତୁ...ଉପତ୍ୟକାରେ ଶେଷ ପର୍ଯ୍ୟାୟ ମତଦାନ, ୪୦ ଆସନରେ ଭୋଟ ଦେଉଛି ଜମ୍ମୁ କାଶ୍ମୀର - JK Assembly Polls Phase 3

ଏହା ମଧ୍ୟ ପଢ଼ନ୍ତୁ...୧୦ ବର୍ଷ ପରେ ଭୋଟ୍ ଦେଉଛି ଜମ୍ମୁ କାଶ୍ମୀର; ପ୍ରଥମ ପର୍ଯ୍ୟାୟରେ ୬ ଜିଲ୍ଲାର ୨୪ ଆସନରେ ମତଦାନ - JK FIRST PHASE ASSEMBLY

  • ପ୍ରଭାବ ପକାଇ ପାରିଲାନି ଚାଷୀ ଓ କୁସ୍ତିଯୋଦ୍ଧା ଆନ୍ଦୋଳନ :-

କେନ୍ଦ୍ରର ମୋଦି ସରକାର ବିରୋଧରେ ଚାଷୀ ଓ କୁସ୍ତିଯୋଦ୍ଧା ଆନ୍ଦୋଳନର ସିଧା ପ୍ରଭାବ ହରିୟାଣା ନିର୍ବାଚନରେ ପଡିବା ନେଇ ରାଜନୈତିକ ସମୀକ୍ଷକମାନେ ମତ ଦେଉଥିଲେ । ଏପରିକି ଏହାର ସାମାନ୍ୟ ପ୍ରଭାବ ଗତ ସାଧାରଣ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା । ରାଜ୍ୟରେ ଶାସନରେ ଥାଇ ମଧ୍ୟ ବିଜେପି 10 ସଂସଦୀୟ ଆସନରୁ ମାତ୍ର 5 ଆସନରେ ଜିତିଥିଲା । ଏହାକୁ ଆଧାର କରି ବିଧାନସଭା ନିର୍ବାଚନରେ ଦଳ ବୃହତ୍ତ ପରାଜୟର ସାମ୍ନା କରିବ ବୋଲି ଅନୁମାନ କରୁଥିଲେ ରାଜନୀତି ସମୀକ୍ଷକ । ମାତ୍ର ତାହା ଗଣତି ଟ୍ରେଣ୍ଡିଂରେ ଭୁଲ ପ୍ରମାଣିତ ହୋଇଛି । ବିଜେପି ପୁଣି ଥରେ ବହୁମତ ହାସଲ କରି କ୍ଷମତାର ତୃତୀୟ ପାଳି ଆରମ୍ଭ କରିବାକୁ ଯାଉଥିବା କ୍ରମଶଃ ସ୍ପଷ୍ଟ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 4 hours ago

ABOUT THE AUTHOR

...view details