ଓଡିଶା

odisha

ETV Bharat / bharat

ଟ୍ରେନିଂ ଫ୍ଲାଇଁ ବେଳେ କ୍ରାସ ହେଲା ବିମାନ, ମହିଳା ପାଇଲଟ ଆହତ

Guna Plane Crash: ମଧ୍ୟ ପ୍ରଦେଶ ଗୁନାରେ କ୍ରାସ ହେଲା ପ୍ରଶିକ୍ଷଣ ବିମାନ । ଜଣେ ମହିଳା ପାଇଲଟ ଆହତ । ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

By ETV Bharat Odisha Team

Published : Mar 6, 2024, 10:23 PM IST

ଟ୍ରେନିଂ ଫ୍ଲାଇଁ ବେଳେ କ୍ରାସ ହେଲା ବିମାନ, ମହିଳା ପାଇଲଟ ଆହତ
ଟ୍ରେନିଂ ଫ୍ଲାଇଁ ବେଳେ କ୍ରାସ ହେଲା ବିମାନ, ମହିଳା ପାଇଲଟ ଆହତ

ଭୋପାଲ:ମଧ୍ୟ ପ୍ରଦେଶର ଗୁନାରେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାର ଶିକାର ହୋଇଛି । ବିମାନଟି ଏୟାରଷ୍ଟ୍ରିପ ନିକଟରେ କ୍ରାସ ହୋଇ ଖସିପଡିଛି । ଏଥିରେ ଜଣେ ମହିଳା ଟ୍ରେନି ପାଇଲଟ ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହଛି । ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡିନଥିଲେ ସୁଦ୍ଧା ଯାନ୍ତ୍ରିତ ତ୍ରୁଟିକୁ କାରଣ ଭାବେ ସନ୍ଦେହ କରାଯାଉଛି ।

କ୍ରାସ ହେଲା ପ୍ରଶିକ୍ଷଣ ବିମାନ, ମହିଳା ପାଇଲଟ ଆହତ

ଏହି ବିମାନଟି ନିୟମିତ ଟ୍ରେନିଂ ଫ୍ଲାଇଁ ନେମୁଚରୁ ସାଗର ଅଭିମୁଖେ ଉଡାଣ ଭରିଥିଲା । ଗୁନା ଆକାଶରେ ଉଡୁଥିବା ବେଳେ ବିମାନର ଇଞ୍ଜିନରେ କିଛି ତ୍ରୁଟି ସାମ୍ନାକୁ ଆସିଥିଲା । ବିମାନ ଉଡାଉଥିବା ମହିଳା ଟ୍ରେନି ପାଇଲଟ ଗୁନା ଏରୋଡ୍ରୋମ ଫିଲ୍ଡରେ ଅବତରଣ କରିବାକୁ ଅନୁମତି ମାଗିଥିଲେ । ଏୟାର ଟ୍ରାଫିକ କଣ୍ଟ୍ରୋଲ ମଧ୍ୟ ଜରୁରୀ ଅବତରଣ ପାଇଁ ଅନୁମତି ଦେଇଥିଲା । ମାତ୍ର ରନ-ୱେରେ ଅବତରଣ କରିବା ପୂର୍ବରୁ ବିମାନଟି କ୍ରାସ ହୋଇ ନିକଟବର୍ତ୍ତୀ ଜଙ୍ଗଲରେ ଖସିପଡିଥିଲା । ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ ।

ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଆଜି (ବୁଧବାର) ଅପରାହ୍ନ ପ୍ରାୟ 3ଟା ସମୟରେ ବିମାନର ଇଞ୍ଜିନରେ ତ୍ରୁଟି ଥିବା ଜଣାପଡିବା ପରେ ଏହାକୁ ଉଢାଉଥିବା 22 ବର୍ଷୀୟା ଟ୍ରେନି ପାଇଲଟ ନାନସୀ ମିଶ୍ରା ଗୁନା ଏୟାରଷ୍ଟ୍ରିପର କଣ୍ଟ୍ରୋଲ୍ ରୁମ୍ ସହିତ ଯୋଗାଯୋଗ କରି ଜରୁରୀ ଅବତରଣ କରିବାକୁ ଅନୁମତି ମାଗିଥିଲେ । ଅନୁମତି ପାଇବା ପରେ ଗୁନା ରନ-ୱେରେ ଅବତରଣ ପ୍ରକ୍ରିୟା ସମୟରେ ବିମାନଟି କ୍ରାସ ହୋଇ ଖସିପଡିଥିଲା । ଦୁର୍ଘଟଣାରେ ଟ୍ରେନି ମହିଳା ପାଇଲଟ ଆହତ ହୋଇଛନ୍ତି । ଏବେ ତାଙ୍କ ଚିକିତ୍ସା ଜାରି ରହିଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ।

ଏହା ମଧ୍ୟ ପଢନ୍ତୁ :- କୋଲକାତା ହାଇକୋର୍ଟଙ୍କ ଦ୍ବିତୀୟ ନିର୍ଦ୍ଦେଶ ପରେ CBIକୁ ହସ୍ତାନ୍ତର ହେଲା ସନ୍ଦେଶଖାଲି ଅଭିଯୁକ୍ତ ଶାହାଜାହାନ

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ପୋଲିସ ମଧ୍ୟ ଆମ୍ବୁଲାନ୍ସ ସହ ପହଞ୍ଚି ମହିଳା ପାଇଲଟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ବିମାନ କମ୍ପାନୀକୁ ଦୁର୍ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରାଯିବା ପରେ ଏକ ବିଶେଷଜ୍ଞ ଟିମ୍‌ ପହଞ୍ଚି ବିମାନ ଯନ୍ତ୍ରାଂଶ ଉଦ୍ଧାର କରିଛି । ତଦନ୍ତ ଆରମ୍ଭ କରାଯାଇଛି । ସେହିକ୍ରମରେ ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ ହେବା ନେଇ ବିମାନ କମ୍ପାନୀର କର୍ତ୍ତୃପକ୍ଷ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details