ଲକ୍ଷ୍ନୌ: 'ମୋର ନୁହେଁ ତ କାହାର ନୁହେଁ' । ବିଭିନ୍ନ ଫିଲ୍ମରେ ଏଭଳି ଡାଇଲଗ ଶୁଣିବାକୁ ମିଳୁଥିବା ବେଳେ ଉତ୍ତରପ୍ରଦେଶ ଲଖିମପୁର ଖେରୀ ଅଞ୍ଚଳରେ ଜଣେ ଜହ୍ଲାଦ ପ୍ରେମିକ ଏମିତି ଏକ ଅମାନବୀୟ କାଣ୍ଡ କରିଛି ଯାହାକୁ ଦେଖିଲେ ଏହି ଡାଇଲଗ ମନେ ପଡିଯାଉଛି । ଲୁହା ରଡକୁ ଗରମ କରି ସେଥିରେ ପ୍ରେମିକା ଗାଲରେ ନିଜ ନାଁ ଲେଖିଛି ପ୍ରେମିକ । ବିବାହ ପାଇଁ ନାବାଳିକା ପ୍ରେମିକା ଜଣକ ମନା କରିବାରୁ ପ୍ରେମିକ ଏଭଳି ଅମାନବୀୟ କାଣ୍ଡ କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ରାଜ୍ୟ ଖେରୀ ଲଖିମପୁର ଜିଲ୍ଲା ଅନ୍ତର୍ଗତ ଧୌରହରା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଜଣେ ପ୍ରେମିକ ନାବାଳିକା ଗାଲରେ ଲୁହା ଚେଙ୍କ ଦେଇ ନିଜ ନାଁ ଲେଖିଛି । ପୀଡିତାଙ୍କ କହିବାନୁଯାୟୀ, "ଏପ୍ରିଲ ୧୯ ତାରିଖରେ ଏହି ଘଟଣା ଘଟିଛି । ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଏଥିରେ କ୍ରୋଧାନ୍ୱିତ ହୋଇ ଯୁବକ ଜଣକ ମୋତେ ଜୋର ଜବରଦସ୍ତ ଧରି ଲୁହା ରଡ ଗରମ କରି ମୋ ଗାଲ ୨ ପଟରେ ନିଜର ଚାରି ଅକ୍ଷର ବିଶିଷ୍ଟ ନାଁକୁ ଲେଖିଦେଇଥିଲା । ଏହି ସମୟରେ ଯୁବକର ମାଆ ଓ ଭଉଣୀ ମୋତେ ଧରିଥିଲେ । ସେ ମୋତେ କହିଥିଲା ମୁଁ ଯଦି ତାକୁ ବିବାହ ନକରେ ତାହେଲେ ମୋତେ ଆଉ କାହାର ହେବାକୁ ଦେବିନି । ଏହି ସମୟରେ ମୁଁ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ କେହି ଉଦ୍ଧାର କରିନଥିଲେ । ତେବେ ସୌଭାଗ୍ୟବଶତଃ କୌଶଳକ୍ରମେ ସେଠାରୁ ଖସି ଆସିବାରୁ ଜୀବନ ବଞ୍ଚିଯାଇଥିଲା ।"
ଏହାମଧ୍ୟ ପଢନ୍ତୁ.. ସୈତାନ ବାପା, 14 ବର୍ଷର ଝିଅକୁ କରୁଥିଲା ଦୁଷ୍କର୍ମ - FATHER RAPED DAUGHTER