ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଉପରେ ଏକ ଗମ୍ଭୀର ଆରୋପ ଲଗାଇଛି ଆମେରିକା । ଆମେରିକାରେ ତାଙ୍କ କମ୍ପାନୀକୁ କଣ୍ଟ୍ରାକ୍ଟ ଦେବା ପାଇଁ 265 ମିଲିୟନ ଡଲାର ବା 1750 କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ଆସିଛି । ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ ଏହି ଅଭିଯୋଗ ଆଣିଛି । ସେପଟେ ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ ଆଣିଥିବା ଲାଞ୍ଚ ଅଭିଯୋଗକୁ ଭିତ୍ତିହୀନ କହିବା ସହ ଏହାକୁ ଅସ୍ବୀକାର କରିଛି ଆଦାନୀ ଗ୍ରୁପ ।
ଅଭିଯୋଗକୁ ଭିତ୍ତିହୀନ କହିଲା ଆଦାନୀ ଗ୍ରୁପ:
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନର ଅଭିଯୋଗକୁ ଅସ୍ବୀକାର କରିବା ସହ ଏହାକୁ ଭିତ୍ତିହୀନ କହିଛି ଆଦାନୀ ଗ୍ରୁପ । ଆମେ ଆଇନକୁ ପାଳନ କରୁଥିବା ସଂସ୍ଥା ଅଟୁ । ଗ୍ରୁପର ମୁଖ୍ୟପାତ୍ର ଏକ ବିବୃତ୍ତିରେ କହିଛନ୍ତି କି, ୟୁସ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ ଓ ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ ଆଣିଥିବା ଅଭିଯୋଗ ଭିତ୍ତିହୀନ ଅଟେ । ଏଥିପାଇଁ ଆଇନଗତ ସମସ୍ତ କାର୍ଯ୍ୟାନୁଷ୍ଠାନ ଆମେ ଗ୍ରହଣ କରିବୁ । ସେ ଆହୁରି କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ଲଗାଯାଇଥିବା ଅଭିଯୋଗ ସାବ୍ୟସ୍ତ ହୋଇନାହିଁ ସେ ପର୍ଯ୍ୟନ୍ତ ଦୋଷୀ ଭାବେ ଗଣାଯାଏ ନାହିଁ ।
‘ଆଦାନୀ ଗ୍ରୁପ ସର୍ବଦା ଏହାର କାର୍ଯ୍ୟର ସମସ୍ତ ପ୍ରାଧୀକରଣ ମଧ୍ୟରେ ସର୍ବୋଚ୍ଚ ଶାସନ, ସ୍ବଚ୍ଛତା ଏବଂ ନିୟାମକ ମାନ୍ୟତା ବଜାୟ ରଖିବା ପାଇଁ ଦୃଢ ପ୍ରତିବଦ୍ଧ ଅଟେ । ଆମର ହିତାଧିକାରୀ, ଭାଗିଦାରୀ ଓ କର୍ମଚାରୀଙ୍କୁ ନିଶ୍ଚିତ କରୁଛୁ, ଆମେ ଆଇନ ପାଳନ କରୁଥିବା ସଂଗଠନ ଅଟୁ । ଆମେ ଆଇନ ସମ୍ପୂର୍ଣ୍ଣ ଭାବେ ପାଳନ କରୁଛୁ ।
ଆଦାନୀଙ୍କୁ କେନିଆ ଝଟ୍କା:
ଲାଞ୍ଚ ମାମଲା ଆସିବା ପରେ ଗୌତମ ଆଦାନୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ଆମେରିକା ଗମ୍ଭୀର ଅଭିଯୋଗ ଆଣିବା ପରେ କେନିଆରେ ଚାଲିଥିବା ଆଦାନୀଙ୍କ ପ୍ରକଳ୍ପ ଗୁଡିକୁ ରଦ୍ଦ କରିଛନ୍ତି କେନିଆ ସରକାର । ପ୍ରକଳ୍ପକୁ ବାତିଲ କରିବାକୁ ଘୋଷଣା କରିଛନ୍ତି । କେନିଆ ରାଷ୍ଟ୍ରପତି ଆଦାନୀ ଗ୍ରୁପ ସହ ଜଡିତ 2ଟି ପ୍ରମୁଖ ପ୍ରକଳ୍ପକୁ ବାତିଲ ଘୋଷଣା କରିଛନ୍ତି । ପ୍ରକଳ୍ପ ଦୁଇଟି ହେଲା ନାଇରୋବିରେ ପ୍ରସ୍ତାବିତ ଏୟାରପୋର୍ଟ ଓ ଶକ୍ତି ପ୍ରକଳ୍ପ ।
ଆଦାନୀଙ୍କ ଗିରଫ ଦାବି କଲେ ରାହୁଲ: