ରାୟପୁର:ନକ୍ସଲ ବିରୋଧି ଅଭିଯାନରେ ଛତିଶଗଡ ପୋଲିସକୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ 10 ନକ୍ସଲ । ଗତକାଲି ଛତିଶଗଡ ବିଜାପୁରରେ ଜିଲ୍ଲାର ଗଙ୍ଗାଲୁର ଥାନା ଅନ୍ତର୍ଗତ କୋରଚୋଲି ଓ ଲଣ୍ଡ୍ରା ଜଙ୍ଗଲରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଏନକାଉଣ୍ଟରରେ 10 ଜଣ ନକ୍ସଲ ନିହତ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ପୋଲିସ ପକ୍ଷରୁ ଏବେ ବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ଡିଆଇଜି ଓ ଏସପି ଏହି ଆଣ୍ଟି ନକ୍ସଲ ଅପରେସନ ଉପରେ ନଜର ରଖିଛନ୍ତି ।
ପୋଲିସ-ନକ୍ସଲ ମୁହାଁମୁହିଁ: ସୂଚନା ଅନୁଯାୟୀ, ଆଜି (ମଙ୍ଗଳବାର) ଡିଆରଜି (DRG), ସିଆରଫିଏଫ (CRPF)ର କୋବ୍ରା ବାଟାଲିୟନ ଓ ବସ୍ତର ଫାଇଟର୍ସ, ବସ୍ତାରିୟା ବାଟାଲିୟନ ଓ ସିଆରପିଏଫ ଯବାନମାନଙ୍କର ଏକ ମିଳିତ ଟିମ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ବିଜାପୁର କୋରଚୋଲି ଓ ଲଣ୍ଡ୍ରା ଜଙ୍ଗଲରେ ନକ୍ସଲ ବିରୋଧି ଅଭିଯାନ ଆରମ୍ଭ କରିଥିଲେ । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ସମୟରେ ଗଙ୍ଗାଲୁର ଏରିଆ କମିଟି ନକ୍ସଲମାନଙ୍କ ସହ ମୁହାଁମୁହିଁ ହୋଇଥିଲେ । ନକ୍ସଲମାନେ ଯବାନମାନଙ୍କ ଉପରକୁ ଗୁଳି ବର୍ଷା କରିଥିଲେ । ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ପରେ ଘଟଣାସ୍ଥଳରୁ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ ।