ପୁନେ:ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ । ଜ୍ୱର ଏବଂ ଛାତିରେ ସଂକ୍ରମଣ ଯୋଗୁଁ ପୁନେର ଭାରତୀ ହସ୍ପିଟାଲରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଭର୍ତ୍ତି କରାଯାଇଛି । 89 ବର୍ଷୀୟା ପ୍ରତିଭା ପାଟିଲଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ନେଇ ହସ୍ପିଟାଲର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, "ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ବୁଧବାର ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜ୍ୱର ଏବଂ ଛାତିରେ ସଂକ୍ରମଣ ନେଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ହେଁ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ବାବଧନରେ ରହିଛନ୍ତି ।" ପ୍ରକାଶଥାଉ କି, ପ୍ରତିଭା ପାଟିଲ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ । 2007ରୁ 2012 ପର୍ଯ୍ୟନ୍ତ ସେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ରହିଥିଲେ । ଗତବର୍ଷ ଫେବୃଆରୀ 24 ତାରିଖରେ ପ୍ରତିଭା ପାଟିଲଙ୍କ ସ୍ବାମୀ ଡକ୍ଟର ଦେବୀସିଂ ଶେଖାୱତଙ୍କ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାକୁ ୮୯ ବର୍ଷ ବୟସ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ଆରପାରିରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀ, ସରିଲା ଶେଷକୃତ୍ୟ