ଓଡିଶା

odisha

ETV Bharat / bharat

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ବୟାନ, ଲୋକଙ୍କ ହିତ ପାଇଁ ଇସ୍ତଫା ଦେଇଦେବି - Mamata Ready To Quit - MAMATA READY TO QUIT

West Bengal CM Ready To Quit: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଲେ ବଡ଼ ବୟାନ । 'କ୍ଷମତା ଲୋଭ ନାହିଁ, ଜନତାଙ୍କ ସ୍ବାର୍ଥ ପାଇଁ ମୁଁ ପଦ ଛାଡିଦେବି' ବୋଲି ମମତାଙ୍କ ବୟାନକୁ ନେଇ ତୁମ୍ବି ତୋଫାନ । ଏମିତି କାହିଁକି କହିଲେ ମମତା ? ଜାଣନ୍ତୁ

Mamata Ready To Quit
Mamata Ready To Quit (ETV Bharat Odisha)

By ETV Bharat Odisha Team

Published : Sep 12, 2024, 7:54 PM IST

Updated : Sep 12, 2024, 8:34 PM IST

କୋଲକାତା: ବହୁ ଚର୍ଚ୍ଚିତ ଆରଜି କର ମହିଳା ଡାକ୍ତର ଦୁଷ୍କର୍ମ ମାମଲା । ଆନ୍ଦୋଳନରତ ଡାକ୍ତରଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଲୋଚନା ହୋଇପାରିନାହିଁ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, "ମୁଁ ଡାକ୍ତର ଛାତ୍ରଛାତ୍ରୀଙ୍କୁ ଅପେକ୍ଷା କରି ରହିଲି । ହେଲେ ସେମାନେ ଆସିଲେ ନାହିଁ । ମୁଁ ବି ପୂର୍ବରୁ ଅନେକ ଆନ୍ଦୋଳନ କରିଛି । ମୋର ଆଦୌ କ୍ଷମତା ଲୋଭ ନାହିଁ । ଲୋକଙ୍କ ସ୍ବାର୍ଥ ପାଇଁ ଆବଶ୍ୟକ ପଡ଼ିଲେ ମୁଁ ଇସ୍ତଫା ଦେଇଦେବି ।"

Letter For Discussion (x)

'ସମସ୍ତଙ୍କୁ କ୍ଷମା ମାଗୁଛି'

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହୁରି କହିଛନ୍ତି "ଜୁନିୟର ଡାକ୍ତରଙ୍କ ସହ ଆଲୋଚନା କରିବାକୁ ମୁଁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲି । ମୁଁ ୩ ଦିନ ଧରି ସେମାନଙ୍କୁ ଅପେକ୍ଷା କରିଛି । ଯେମିତିକି ସେମାନେ ଆସି ନିଜ ସମସ୍ୟା ବିଷୟରେ ମୋତେ ଅବଗତ କରାଇପାରିବେ । ଏପରିକି ସେମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବି ଅବମାନନା କରିଛନ୍ତି । ତାହା ସତ୍ତ୍ବେ ବି ମୁଁ ସେମାନଙ୍କୁ ଭେଟିବାକୁ ଅପେକ୍ଷା କରି ରହିଥିଲି । ମୁଁ ମୁଖ୍ୟ ଶାସନ ସଚିବ, ଡିଜି, ଗୃହ ସଚିବ ସମସ୍ତଙ୍କୁ ନେଇ ଅପେକ୍ଷା କରିଥିଲି । ହେଲେ ସେମାନେ ଆସିଲେ ନାହିଁ । ଏଣୁ ମୁଁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି । ରାଜ୍ୟବାସୀ, ଦେଶବାସୀ ଏପରିକି ବିଶ୍ବବାସୀ ଯେଉଁମାନେ ସେମାନଙ୍କୁ ସମର୍ଥନ ଜଣାଉଛନ୍ତି ସମସ୍ତଙ୍କୁ କ୍ଷମା ମାଗୁଛି । ଆପଣ ସେମିତି ସମର୍ଥନ କରୁଥାନ୍ତୁ । ଆମେ ନ୍ୟାୟ ଚାହୁଁ। ଆମେ ରୋଗୀଙ୍କ ପାଇଁ ନ୍ୟାୟ ଚାହୁଁ । ସେମାନଙ୍କ ଚିକିତ୍ସା ପାଇଁ ଡାକ୍ତରମାନେ ଦୟାକରି କାର୍ଯ୍ୟରେ ଯୋଗ ଦିଅନ୍ତୁ ।"

Mamata Waited For Doctors (x)

ଡାକ୍ତରଙ୍କୁ ଆଲୋଚନା ପାଇଁ ଡାକିଥିଲେ ମମତା:

ସୂଚନା ଅନୁସାରେ, ପଶ୍ଚମବଙ୍ଗ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତ ଆନ୍ଦୋଳନରତ ଡାକ୍ତରଙ୍କ ଏକ ୧୨ ରୁ ୨୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଲୋଚନା ପାଇଁ ଆସନ୍ତୁ ବୋଲି ଆହ୍ବାନ କରିଥିଲେ । ଏନେଇ ସେ ବହୁ ସମୟ ଧରି ଅପେକ୍ଷା କରିଥିଲେୋ ବି ଆଲୋଚନା ପାଇଁ କେହି ଆସିନଥିବା ଜଣାପଡ଼ିଛି । ପୂର୍ବରୁ ଆନ୍ଦୋଳନରତ ଡାକ୍ତରମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଖୋଲା ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଥିଲେ ।

Mamata Ready To Quit (ANI)

ନ୍ୟାୟ ପାଇଁ ଆନ୍ଦୋଳନ:

ଗତମାସ (ଅଗଷ୍ଟ) ୯ ତାରିଖରେ ଘଟିଥିଲା ଆରଜି କର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ସେବେ ଠାରୁ କୋଲକାତା ସମେତ ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ଡାକ୍ତର ଆନ୍ଦୋଳନ । ଯାହାକୁ ନେଇ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।

ଏହା ବି ପଢନ୍ତୁ...ମୁଦିରୁ ବନ୍ଧୁକରେ ପରିଣତ ହେବ 'ନିର୍ଭୟ ରିଙ୍ଗ ଗନ୍‌'; ସାଜିବ ମହିଳାଙ୍କ ରକ୍ଷା କବଚ - Unique Defence Gadget For Women

ଏହା ବି ପଢନ୍ତୁ...କୋଲକାତା ଲଜ୍ଜା: ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ଡାକିଲେ ମମତା - Kolkata RG Kar Case

ଏହା ବି ପଢନ୍ତୁ...ଏହା ମଧ୍ୟ ପଢନ୍ତୁ:Kolkata Doctor Death Case; କୋଲକାତା ଲଜ୍ଜା ଉଦ୍‌ବେଗଜନକ କହିଲେ ରାଷ୍ଟ୍ରପତି ମୁର୍ମୁ, ସନ୍ଦୀପ ଘୋଷ ସସ୍‌ପେଣ୍ଡ, ମମତା କହିଲେ ‘ବେଙ୍ଗଲ ଜଳିଲେ ଦିଲ୍ଲୀ ବି ଜଳିବ’, ଦିଦିଙ୍କ ବୟାନକୁ ବିରୋଧ କଲେ ମୁଖ୍ୟମନ୍ତ୍ରୀ ମୋହନ

ଏହା ବି ପଢନ୍ତୁ...ଏହା ମଧ୍ୟ ପଢନ୍ତୁ :-Kolkata Rape Murder Case: କୋଲକାତା କାଣ୍ଡର ସୁପ୍ରିମ ଶୁଣାଣି, ନୂଆ ଷ୍ଟାଟସ ରିପୋର୍ଟ ପାଇଁ CBIକୁ ନିର୍ଦ୍ଦେଶ, ଆନ୍ଦୋଳନ ବନ୍ଦ ନକଲେ କାର୍ଯ୍ୟାନୁଷ୍ଠାନ - Supreme Court Hearing

Last Updated : Sep 12, 2024, 8:34 PM IST

ABOUT THE AUTHOR

...view details