ଓଡିଶା

odisha

ETV Bharat / bharat

ଟ୍ରେନ ଭିତରେ ଫୁଟିଲା ଗୁଳି; ଆରପିଏସଏଫ ଯବାନ ମୃତ, ଯାତ୍ରୀ ଗୁରୁତର - ସାରନାଥ ଏକ୍ସପ୍ରେସ

Firing In Sarnath Express: ସାରନାଥ ଏକ୍ସପ୍ରେସ ଟ୍ରେନରେ ଫୁଟିଲା ଗୁଳି । ଆରପିଏସଏଫ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ସାରନାଥ ଏକ୍ସପ୍ରେସରେ ଗୁଳିକାଣ୍ଡ
Firing in Sarnath Express

By ETV Bharat Odisha Team

Published : Feb 10, 2024, 12:35 PM IST

ରାୟପୁର: ସାରନାଥ ଏକ୍ସପ୍ରେସରେ ଫୁଟିଲା ଗୁଳି । ଏଥିରେ ଜଣେ ଆରପିଏସଏଫ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଛତିଶଗଡର ରାଜଧାନୀ ରାୟପୁରରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଆରପିଏସଏଫ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଆହତ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କର ଚିକିତ୍ସା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-ଚଳନ୍ତା ଟ୍ରେନ୍‌ରେ ଗୁଳିକାଣ୍ଡ ଘଟଣା: ଜଣେ ରେଳବାଇ କର୍ମଚାରୀ ବହିଷ୍କୃତ

ଆରପିଏସଏଫ କନଷ୍ଟେବଳଙ୍କ ବନ୍ଧୁକରୁ ଫୁଟିଲା ଗୁଳି: ଆଜି ସକାଳ 6ଟାରେ ସମୟରେ ଏହି ଘଟଣା ଘଟିଥିଲା । ସାରନାଥ ଏକ୍ସପ୍ରେସରେ ଉସଲାପୁରରୁ ରାୟପୁର ପର୍ଯ୍ୟନ୍ତ ଆରପିଏସଏଫ କର୍ମଚାରୀମାନେ ଯାଞ୍ଚ କରୁଥିଲେ । ଯେତେବେଳେ ଟ୍ରେନ ରାୟପୁର ଷ୍ଟେସନର ପ୍ଲାଟଫର୍ମ ନମ୍ବର 1ରେ ପହଞ୍ଚିଲା, ଏହି ସମୟରେ ଆରପିଏସଏଫ କନଷ୍ଟେବଳ ଦୀନେଶ ଚନ୍ଦ୍ର ଟ୍ରେନର କୋଚ ନମ୍ବର S / 02ରୁ ଓହ୍ଲାଇଥିଲେ । ଏତିକି ବେଳେ ତାଙ୍କ ବନ୍ଧୁକରୁ ହଠାତ୍ ଭୁଲବଶତଃ ଗୁଳି ଫୁଟିଥିଲା । ଏହି ଗୁଳି ଦୀନେଶ ଚନ୍ଦ୍ରଙ୍କ ଛାତିରେ ବାଜିବା ସହ କୋଚରେ ଶୋଇଥିବା ଜଣେ ଯାତ୍ରୀଙ୍କ ଦେହରେ ବାଜିଥିଲା । ଏହାପରେ ଟ୍ରେନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏହାଦେଖି ଅନ୍ୟ ଯାତ୍ରୀମାନେ ଜୀବନ ବିକଳରେ ଟ୍ରେନରୁ ବାହାରକୁ ପଳାଇ ଆସିଥିଲେ ।

ଏନେଇ ଖବର ପାଇବା ପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଆରପିଏଫ କର୍ମଚାରୀମାନେ ପହଞ୍ଚି ଆହତ ଦୀନେଶ ଏବଂ ଯାତ୍ରୀଙ୍କୁ ରାୟପୁରର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ । ଯେଉଁଠାରେ ଆରପିଏସଏଫ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ଏବେ ଯାତ୍ରୀଙ୍କ ଚିକିତ୍ସା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-ତେଲ ଟ୍ୟାଙ୍କର ଟ୍ରେନରେ ନିଆଁ, ଅଳ୍ପକେ ଟଳିଗଲା ବଡ ଦୁର୍ଘଟଣା

ମୃତ ଆରପିଏସଏଫଯବାନଙ୍କ ଘର ରାଜସ୍ଥାନରେ: ମୃତ ଆରପିଏସଏଫ କନଷ୍ଟେବଳ ଦୀନେଶ ଚନ୍ଦ୍ର ରାଜସ୍ଥାନର ବାସିନ୍ଦା । ତାଙ୍କର ବୟସ 34 ବର୍ଷ । ଆଜି ସକାଳେ ରାୟପୁର ଷ୍ଟେସନରେ ତାଙ୍କର ଡ୍ୟୁଟି ଶେଷ ହୋଇଥିଲା । ଏହି ସମୟରେ ଭୁଲବଶତଃ ତାଙ୍କ ବନ୍ଧୁକରୁ ଗୁଳି ଫୁଟିଥିଲା । ସ୍ଥାନୀୟ ପୋଲିସ ଏବଂ ରେଲୱେ ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି । ତେବେ ମୃତଆରପିଏସଏଫ ଯବାନଙ୍କ ପରିବାର ଲୋକଙ୍କୁ ଏହି ଘଟଣା ବିଷୟରେ ଅବଗତ କରାଯାଇଛି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ ।

ABOUT THE AUTHOR

...view details