ଓଡିଶା

odisha

By ETV Bharat Odisha Team

Published : Apr 26, 2024, 11:29 AM IST

ETV Bharat / bharat

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ଜଳିଗଲା ଘର, ଗୋଟିଏ ପରିବାରର ୬ ମୃତ - Bihar fire tragedy

Fire Broke Out Due To Fireworks: କାଳ ହେବା ବାହାଘର ବାଣ । ବିବାହ ପ୍ରୋସେସନ ଚାଲିଥିବା ବେଳେ ବାଣ ପଡି ଗୋଟିଏ ଘର ଜଳି ଯିବାରୁ ୬ ଜଣ ଜୀବନ୍ତ ଦଗ୍ଧ । ଗାଈଗୋରୁ ମଧ୍ୟ ଜଳି ଯାଇଥିବା ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ଜଳିଗଲା ଘର, ଗୋଟିଏ ପରିବାରର ୬ ମୃତ

ପାଟନା: ଏମିତି ବି ଆସେ ମୃତ୍ୟୁ । ବିବାହ ପ୍ରୋସେସନ ଚାଲିଥିଲା । ବରଯାତ୍ରୀ ଆସି କନ୍ୟାଘର ପାଖରେ ପହଞ୍ଚିଥିଲେ । ବାଣ ରୋଷଣୀରେ ଫାଟି ପଡୁଥିଲା ପୁରା ଗାଁ । ଠିକ୍ ଏତିକି ବେଳେ ଗୋଟିଏ ବାଣ ଯାଇ ଏକ ଘର ଉପରେ ପଡିଗଲା । ଫଳରେ ଚାହୁଁ ଚାହୁଁ ହୁତୁ ହୁହୁ ହୋଇ ଜଳିଗଲା ପୁରା ଘର । ନିଆଁ ଲାଗି ଘରେ ଥିବା ଗ୍ୟାସ ସିଲିଣ୍ଡର ଭୟଙ୍କର ବିସ୍ଫୋରଣ ହୋଇଥିଲା । ଆଉ ନିମିଷକରେ ବାହାଘରର ଖୁସି କାନ୍ଦବୋବାଳିରେ ଫାଟି ପଡିଥିଲା । ଏହି ନିଆଁ ଲାଗିବା ଯୋଗୁଁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡରେ ତିନୋଟି ଗାଈଗୋରୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗତକାଲି (ଗୁରୁବାର) ରାତିରେ ବିହାର ଦରଭଙ୍ଗା ଜିଲ୍ଲାର ଆଣ୍ଟୋର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, କାଲି ଆଣ୍ଟୋର ଗାଁର ଛବର ପାସୱାନଙ୍କ ଝିଅ ବାହାଘର ଥିଲା । ବରଯାତ୍ରୀ ପ୍ରୋସେସନରେ ଆସିବା ବେଳେ ବାଣି ଫୁଟିବା ଯୋଗୁଁ ଜଣଙ୍କ ଘରେ ନିଆଁ ଲାଗିଯାଇଥିଲା । ଘରେ ଡିଜେଲ ଭର୍ତ୍ତି ଡ୍ରମ ଥିବାରୁ ନିଆଁ ତୀବ୍ର ବେଗରେ ବ୍ୟାପୀ ଯାଇଥିଲା ଏବଂ ଗ୍ୟାସ ସିଲିଣ୍ଡର ମଧ୍ୟ ବିସ୍ଫୋରଣ ହୋଇଥିଲା । ଯେଉଁ କାରଣରୁ ଏତେ ବଡ ଅଘଟଣ ଘଟିଯାଇଛି । ଏହାଦେଖି ଗ୍ରାମବାସୀମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେତେବେଳେ ଘରେ ଥିବା ୬ ଜଣ ସଦସ୍ୟଙ୍କ ସମେତ କିଛି ଗାଈଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ମୃତକମାନେ ସମସ୍ତେ ଗୋଟିଏ ପରିବାରର ।

ଏହା ମଧ୍ୟ ପଢନ୍ତୁ: କବାଡି ଗୋଦାମରେ ଭୟଙ୍କର ବିସ୍ଫୋରଣ; 5 କିମି ପର୍ଯ୍ୟନ୍ତ ଶୁଭିଲା ଶବ୍ଦ, 4 ମୃତ - Jabalpur Scrap Godown Blast

ପୋଲିସ ମୃତଦେହଗୁଡିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ସେହିପରି ଅଗ୍ନିକାଣ୍ଡରେ ୬ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାରେ ଛାନଭିନ୍ ଚଳାଇଛି । ଏନେଇ ଦରଭଙ୍ଗା ଜିଲ୍ଲାପାଳ କହିଛନ୍ତି ଯେ, ଅଗ୍ନିକାଣ୍ଡ ଖବର ମିଳିବା ମାତ୍ରେ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା । ପୀଡିତ ପରିବାରକୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯାଇଛି । ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆଉ ୬ ଜଣ ଆହତ ହୋଇଛନ୍ତି । ତିନୋଟି ଗାଈ ମଧ୍ୟ ଜଳି ଯାଇଛନ୍ତି । ମାମଲାର ତଦନ୍ତ ପାଇଁ ଏକ ଟିମ୍ ଗଠନ ହୋଇଛି ।

ABOUT THE AUTHOR

...view details