ଓଡିଶା

odisha

ଜେଏନୟୁରେ ହିଂସା, ଏବିଭିପି ଏବଂ ବାମପନ୍ଥୀ ଛାତ୍ର ସଂଗଠନ ମଧ୍ୟରେ ମାରପିଟ୍

By ETV Bharat Odisha Team

Published : Mar 1, 2024, 2:58 PM IST

Fight between students in JNU: ଗୁରୁବାର ରାତିରେ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (JNU)ରେ ଉତ୍ତେଜନା । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP) ଏବଂ ବାମପନ୍ଥୀ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ । ଅଧିକ ପଢନ୍ତୁ

Fight between students in JNU
Fight between students in JNU

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (JNU)ରେ ପୁଣି ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP) ଏବଂ ବାମପନ୍ଥୀ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ପାରପିଟ୍ ହେବା ସହିତ ଗଣ୍ଡଗୋଳ ଦେଖାଦେଇଛି ।

ସୂଚନା ଅନୁସାରେ, ଗୁରୁବାର ରାତିରେ ସ୍କୁଲ ଅଫ୍ ଲାଙ୍ଗୁଏଜରେ ନିର୍ବାଚନ କମିଟି ସଦସ୍ୟ ଚୟନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ବାମପନ୍ଥୀ ଗୋଷ୍ଠୀ ଏବିଭିପିକୁ ବୈଠକରେ କହିବା ପାଇଁ ସୁଯୋଗ ଦେଇନଥିଲେ । ଏହି କାରଣରୁ ପ୍ରଥମେ ବଚସା ହୋଇଥିବା ପରେ ଏହା ଉଗ୍ରରୂପ ଧାରଣ କରିଥିଲା । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ ବାମପନ୍ଥୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ବାମପନ୍ଥୀ ଗୋଷ୍ଠୀର ଛାତ୍ରମାନେ ଏହାକୁ ଏବିଭିପିର ଗୁଣ୍ଡାଗର୍ଦ୍ଦି ବୋଲି କହିଛନ୍ତି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ରମାନେ ସେମାନଙ୍କୁ ବାଡିରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏବିଭିପିର ଛାତ୍ରମାନେ ବାମପନ୍ଥୀ ଗୋଷ୍ଠୀକୁ ଦାୟୀ କରିଛନ୍ତି । ବାମପନ୍ଥୀ ଗୋଷ୍ଠୀର ଛାତ୍ରମାନେ ଏବିଭିପି ଛାତ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା ସହିତ ଜଡିତ ଅନେକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଛାତ୍ରମାନେ ପରସ୍ପରକୁ ଆକ୍ରମଣ କରୁଥିବା ନଜର ଆସିଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ, ଜଣକୁ ଅନ୍ୟଜଣେ ବାଡିରେ ଆକ୍ରମଣ କରିଥିବା ଦେଖାଯାଇଛି । ଅନ୍ୟପଟେ ସାଇକେଲ ଉଠାଇ ମଧ୍ୟ ଆକ୍ରମଣ କରୁଥିବା ଦେଖାଯାଇଛି । ଛାତ୍ରମାନଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଛି ।

ଏହା ମଧ୍ୟ ପଢନ୍ତୁ: JNUରେ ଧାରଣା ଓ ପ୍ରତିବାଦ ସଭା କରିପାରିବେନି ଛାତ୍ରଛାତ୍ରୀ ! ଆସିଲା କଡା ନିୟମାବଳି

Jawaharlal Nehru University: ପୁଣି ବିଶ୍ବବିଦ୍ୟାଳୟ କାନ୍ଥରେ ବିବାଦୀୟ ନାରା

ଏହି ପ୍ରସଙ୍ଗରେ ପୋଲିସ ପକ୍ଷରୁ କୁହାଯାଇଛି ଯେ, "ଉଭୟଙ୍କ ଠାରୁ ଅଭିଯୋଗ ଆସିଛି । ଏହି ଅଭିଯୋଗ ଗୁଡିକର ଅନୁସନ୍ଧାନ କରାଯାଉଛି । ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରାଯାଇଛି । ଅନେକ ଛାତ୍ରଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । " ପ୍ରକାଶଥାଉକି, ଜେଏନୟୁରେ ଛାତ୍ର ସଂଗଠନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେବେ ଏହି ଘଟଣାକୁ ନେଇ ବିଶ୍ବବିଦ୍ୟାଳୟ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details