ଓଡିଶା

odisha

ETV Bharat / bharat

ମୋବାଇଲ ପାଇଁ ମା'-ଝିଅ ମଧ୍ୟରେ କଳି, ଚାଲିଗଲା ଝିଅର ଜୀବନ - Fight In Family Turned Murder

Fight In Family Turned Murder: ସାମାନ୍ୟ ମୋବାଇଲ ବ୍ୟବହାରକୁ ନେଇ ଦେଖା ଦେଇଛି ଘରୋଇ କଳିର କରୁଣ ପରିଣତି । ରାଜସ୍ଥାନର ଜୟପୁର ସହରରେ ମାଆର ଆକ୍ରମଣରେ ଝିଅର ଚାଲିଯାଇଛି ଜୀବନ । ଅଧିକ ପଢନ୍ତୁ

Fight In Family Turned Murder
Fight In Family Turned Murder (ETV Bharat)

By ETV Bharat Odisha Team

Published : May 21, 2024, 7:09 PM IST

ଜୟପୁର: କଥାରେ ଅଛି ଝିମିଟି ଖେଳରୁ ମହାଭାରତ । ସେହିଭଳି ସାମାନ୍ୟ ମୋବାଇଲ ଫୋନ ପାଇଁ ପ୍ରଥମେ ଝଗଡ଼ା ଆଉ ତାପରେ ହତ୍ୟା ହେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଜୟପୁର ସହରରେ । ଜୟପୁରର ବିନ୍ଦାୟକା ଥାନା ଅନ୍ତର୍ଗତ ମୁଣ୍ଡିୟାରାମସର ଗାଁରେ ରହୁଥିବା ମାଆ ଓ ଝିଅ ମଧ୍ୟରେ ମୋବାଇଲ ବ୍ୟବହାରକୁ ନେଇ ପ୍ରଥମେ ବଚସା ଆରମ୍ଭ ହୋଇଥିଲା । ଏହି ଝଗଡା ଆହୁରି ବଢିଯିବା ପରେ ଭାରି ବସ୍ତୁ ଆଘାତରେ ଝିଅର ମୃତ୍ୟୁ ହୋଇଥିବା ବେଳେ ମା' ଜଣକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ବିନ୍ଦାୟକା ଥାନା ଅଧିକାରୀ ଭଜନଲାଲଙ୍କ କହିବା ମୁତାବକ, ଗତକାଲି (ସୋମବାର) ମୁଣ୍ଡିୟାରାମସର ଗାଁରେ ଏକ ନିର୍ମାଣାଧୀନ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବତୀ ଓ ତାଙ୍କ ମା' ପଡିଥିବାର ସୂଚନା ମିଳିଥିଲା । ଉଭୟଙ୍କୁ ଉଦ୍ଧାର କରି ତତକ୍ଷଣାତ ହସ୍ପିଟାଲ ପଠାଯାଇଥିଲା । ଡାକ୍ତର ଯୁବତୀ ଜଣଙ୍କୁ ମୃତ ଭାବେ ଘୋଷଣା କରିଥିଲେ । ସେହିପରି ମହିଳା ଜଣକ ଚିକିତ୍ସାଧୀନ ଅଛନ୍ତି । ଯୁବତୀଙ୍କ ନାଁ ନିକିତା ବୋଲି ଜଣାପଡିଛି । ପାରିବାରିକ ଝଗଡ଼ା କାରଣରୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ସୋମବାର ସକାଳ ଉଭୟଙ୍କ ମଧ୍ୟରେ ଝଗଡା ଜାରି ରହିଥିଲା । ତେବେ ପୋଲିସ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ ....ଗୋଟିଏ ପରିବାରର 5 ଜଣଙ୍କୁ ହତ୍ୟା, ପରେ ଜୀବନ ହାରିଲା ଅଭିଯୁକ୍ତ - 5 Family Members Killed

ପ୍ରକାଶଯୋଗ୍ୟ ଯେ ମୃତକ ନିକିତା ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଯୁବତୀ ଜଣକ ଫୋନରେ ଲଗାତାର କଥାବାର୍ତ୍ତା କରୁଥିଲେ ଯାହାକୁ କେନ୍ଦ୍ର କରି ମା' ଓ ଝିଅଙ୍କ ମଧ୍ୟରେ ଝଗଡା ହେଉଥିଲା । ଫୋନର ବ୍ୟବହାରକୁ ନେଇ ମା' ଝିଅକୁ ବାରମ୍ବାର ଆକଟ କରୁଥିଲେ । ଝିଅର ଫୋନକୁ ମା' ଲୁଚାଇଦେବାରୁ ଉଭୟଙ୍କ ମଧ୍ୟରେ ଝଗଡା ବଢିଯାଇଥିଲା । ପ୍ରଥମେ ମା' ଏକ ଭାରି ବସ୍ତୁ ଜରିଆରେ ଝିଅ ଉପରକୁ ଆକ୍ରମଣ କରିଥିଲା । ପ୍ରତ୍ୟୁତ୍ତରରେ ଝିଅ ମଧ୍ୟ ମା' ଉପରେ ଆକ୍ରମଣ କରିଥିଲା ।

ଫଳରେ ଉଭୟ ଗୁରୁତର ଆଘାତ ପ୍ରାପ୍ତ ହୋଇଥିଲେ । ଝିଅ ବେହୋସ ହେବା ପରେ ମା' ଆମ୍ବୁଲାନ୍ସକୁ ଡକାଇଥିଲେ । ଏହି ଆକ୍ରମଣ ଜନିତ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିଲା । ମୃତକ ଯୁବତୀଙ୍କର ମା' କହିଥିଲେ ଯେ ତାଙ୍କ ଝିଅ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ମୃତକଙ୍କର ଗଳାରେ କୌଣସି ପ୍ରକାର ଚିହ୍ନ ନଥିଲା । ଘଟଣାସ୍ଥଳରେ ଯୁବତୀଙ୍କ ପାଖରେ ଶାଢୀ ମିଳିବା ସହିତ ରକ୍ତ ପଡିଥିଲା । ଫଳରେ ଘଟଣାକୁ ନେଇ ପୋଲିସର ସନ୍ଦେହ ବଢିଥିଲା । ପୋଲିସର ସୂଚନା ମୁତାବକ ଆଜି ମୃତ ନିକିତାଙ୍କର ପୋଷ୍ଟମର୍ଟମ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details