ଓଡିଶା

odisha

ETV Bharat / bharat

ପୁଅକୁ ପିଟିପିଟି ମାରିଦେଲା ନୃଶଂସ ବାପା, ଦୋଷ ଲୁଚାଇବାକୁ ଜାଳିଦେଲା ମୃତଦେହ - Father Killed Son - FATHER KILLED SON

Father Killed Son In Haryana: ପୁଅକୁ ପିଟିପିଟି ହତ୍ୟା କଲା ବାପା । ମୃତଦେହକୁ ନେଇ ଜାଳିଦେଲା । ଅଧିକ ପଢନ୍ତୁ

ପୁଅକୁ ପିଟିପିଟି ହତ୍ୟା, ମୃତଦେହକୁ ନେଇ ଜାଳିଦେଲା ବାପା
ପୁଅକୁ ପିଟିପିଟି ହତ୍ୟା, ମୃତଦେହକୁ ନେଇ ଜାଳିଦେଲା ବାପା

By ETV Bharat Odisha Team

Published : Apr 21, 2024, 10:48 PM IST

ଚଣ୍ଡିଗଡ଼: ବାପା ସାଜିଲା ବଇରି । ନାବାଳକ ପୁଅକୁ ଅତି ନିର୍ମମ ଭାବରେ ପିଟି ପିଟି ହତ୍ୟା କଲା ବାପା । ହତ୍ୟା ଘଟଣାକୁ ଲୁଚାଇବା ପାଇଁ ପୁଅର ମୃତଦେହକୁ ଜାଳିଦେଇଛି ନୃଶଂସ ବାପା । ସେପଟେ ପୋଲିସ ଘଟଣା ସମ୍ପର୍କରେ ଜାଣିବାପରେ ଅର୍ଦ୍ଧଦଗ୍ଧ ମୃତଦହେକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ବାପା ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ହରିୟାଣାର ସୋନିପତରେ ।

ସୂଚନା ଅନୁସାରେ, ହରିୟାଣା ସୋନିପତ ମୋହନା ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗ୍ରାମବାସୀଙ୍କ କହିବା ଅନୁସାରେ, ମୋହନ ନିବାସୀ ଓମପ୍ରକାଶ କୌଣସି କାରଣରୁ ତାଙ୍କ ପୁଅ ରୋହିତଙ୍କୁ ପିଟିପିଟି ହତ୍ୟା କରିଥିଲେ । କିନ୍ତୁ ଘରର ସିଡ଼ି ତଳେ ପଡ଼ିଯିବା କାରଣରୁ ରୋହିତର ମୃତ୍ୟୁ ହୋଇଥିବାର ନେଇ ଓମପ୍ରକାଶ ଗ୍ରାମବାସୀଙ୍କୁ କହିଥିଲା । ପରେ ରୋହିତଙ୍କ ମୃତଦେହକୁ ନେଇ ଗାଁ ପାଖରେ ଥିବା ଏକ ପଡିଆରେ ସତ୍କାର କରୁଥିଲେ ଓମପ୍ରକାଶ । ତେବେ ରୋହିତଙ୍କୁ ହତ୍ୟା କରାଯାଇଥିବା ନେଇ ଗ୍ରାମବାସୀ ସନ୍ଦେହ କରି ମୋହନା ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ । ସେପଟେ ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥାଳରେ ପହଞ୍ଚିଥିଲା ପୋଲିସ । ଏହାପରେ ଜଳୁଥିବା ରୋହିତଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଜୁଇରୁ ବାହାର କରି ବ୍ୟବଚ୍ଛେଦ ପାଇଁ ସୋନିପତ ସିଭିଲ ହସ୍ପିଟାଲକୁ ପଠାଇଥିଲେ । ଏହାସହ ଅଭିଯୁକ୍ତ ବାପାକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ...ମଦ ଭୁଲାଇଦେଲା ମମତା, ପୁଅର ଜୀବନ ନେଲା ନିଶାଶକ୍ତ ମା’ - Mother Killed Son

ଏହା ମଧ୍ୟ ପଢ଼ନ୍ତୁ...ଖଡଖାଇ ନଦୀରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର - Minor Boy Death

ମୋହନା ପୋଲିସ ଷ୍ଟେସନ ଏଏସଆଇ ଅଶୋକ କହିଛନ୍ତି ଯେ, ମୋହାନା ଗ୍ରାମରେ ଜଣା ବାପା ତାର ପୁଅକୁ ହତ୍ୟା କରି ମୃତଦେହକୁ ସତ୍କାର କରୁଥିବା ନେଇ ଖବର ପାଇଥିଲେ, ଏହା ପରେ ସେ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ଜୁଇରୁ ଅଧା ଜଳିଯାଇଥିବା ମୃତଦେହ ବାହାର କରିଥିଲେ । ବାପା ଓମପ୍ରକାଶର ମାଡରେ ପୁଅର ମୃତ୍ୟୁ ହୋଇଥିବା ନେଇ ଗ୍ରମବାସୀମାନେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ମୃତଦେହ ବ୍ୟବଚ୍ଛେଦ ଚାଲିଛି ଏବଂ ଓମପ୍ରକାଶଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାର କାରଣ ସମ୍ପର୍କରେ ଜଣାପଡ଼ିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details