ଓଡିଶା

odisha

ETV Bharat / bharat

କେନ୍ଦ୍ରର ପ୍ରସ୍ତାବକୁ କୃଷକ ସଂଗଠନର ପ୍ରତ୍ୟାଖାନ, ବୁଧବାରରୁ ବ୍ୟାପକ ହେବ ଆନ୍ଦୋଳନ - Farmers msp demand

Farmers Reject Centre's Proposal: କେନ୍ଦ୍ରର ପ୍ରସ୍ତାବକୁ କୃଷକଙ୍କ ପ୍ରତ୍ୟାଖାନ ପରେ ବୁଧବାରରୁ ବ୍ୟାପକ ହେବ ଆନ୍ଦୋଳନ । 21ରୁ ପୁଣି 'ଦିଲ୍ଲୀ ଚାଲ୍ଲୋ' ଡାକରା । ଅଧିକ ପଢନ୍ତୁ

କେନ୍ଦ୍ରର ପ୍ରସ୍ତାବକୁ କୃଷକଙ୍କ ପ୍ରତ୍ୟାଖାନ, ବୁଧବାରରୁ ବ୍ୟାପକ ହେବ ଆନ୍ଦୋଳନ
କେନ୍ଦ୍ରର ପ୍ରସ୍ତାବକୁ କୃଷକଙ୍କ ପ୍ରତ୍ୟାଖାନ, ବୁଧବାରରୁ ବ୍ୟାପକ ହେବ ଆନ୍ଦୋଳନ

By ETV Bharat Odisha Team

Published : Feb 19, 2024, 11:01 PM IST

ନୂଆଦିଲ୍ଲୀ:ଏମଏସପି ଓ ଅନ୍ୟାନ୍ୟ ଦାବି ସମ୍ପର୍କରେ ଆଜି ସରକାର ଓ କୃଷକଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଛି । ସରକାର ଆଗମୀ 5 ବର୍ଷ ପାଇଁ 5ଟି ନିର୍ଦ୍ଦିଷ୍ଟ ଫସଲ ପାଇଁ ଏମଏସପି ଉପରେ ଗ୍ୟାରେଣ୍ଟି ଦେବାକୁ କୃଷକ ସଂଗଠନ ସାମ୍ନାରେ ପ୍ରସ୍ତାବ ରଖିଥିଲେ । ଏହି ପ୍ରସ୍ତାବକୁ ଚାଷୀମାନେ ପ୍ରତ୍ୟାଖ୍ୟାନ କରିଛନ୍ତି । କୃଷକଙ୍କ ତରଫରୁ କୁହାଯାଇଛି ଯେ ସେମାନେ ବର୍ତ୍ତମାନ 21 ତାରିଖରେ ପୁଣି 'ଦିଲ୍ଲୀ ଚାଲ୍ଲୋ' ମାର୍ଚ୍ଚ ଆରମ୍ଭ କରିବେ ।

ସରକାର ପ୍ରସ୍ତାବରେ କହିଛନ୍ତି ଯେ, ଆଗାମୀ 5 ବର୍ଷ ପାଇଁ ଏମଏସପି ଅଧୀନରେ ମକା, ଟୁର, ଅରହର, ଉଡୁଦ ଓ କପା ଫସଲ କିଣାଯିବ । ଏନେଇ NCCF ଓ NAFED ପରି ସମବାୟ ସମିତି କୃଷକମାନଙ୍କ ସହିତ ଚୁକ୍ତି କରିବେ । କ୍ରୟ ଉପର କୌଣସି ନିର୍ଦ୍ଦିଷ୍ଟ ସୀମା ରହିବ ନାହିଁ । ଏହି ପ୍ରକ୍ରିୟା ପାଇଁ ଏକ ପୋର୍ଟାଲ ମଧ୍ୟ ଶୀଘ୍ର ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେବ । ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ହେଲେ ଏହାକୁ କୃଷକ ସଂଗଠନ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ସେମାନେ ଅସ୍ଥାୟୀ ଭାବେ ନୁହେଁ ବରଂ ଫସଲ ଉପରେ ଏମ୍‌ଏସଏପି ଆକ୍ଟ ପାଇଁ ଜିଦ ଧରିଛନ୍ତି । ପ୍ରଥମରୁ କୃଷକ ସଂଗଠନମାନଙ୍କ ସହ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସମେତ 3 ମନ୍ତ୍ରୀ ଆଲୋଚନା ଜାରି ରଖିଥିଲେ । ଆଜି ମଧ୍ୟ ଏହି ଆଲୋଚନା ବିଫଳ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ଚାଷୀ-ସରକାରଙ୍କ ମଧ୍ୟରେ 4ର୍ଥ ପର୍ଯ୍ୟାୟ ବୈଠକ ଶେଷ, MSP ଉପରେ ସରକାର ରଖିଲେ ପ୍ରସ୍ତାବ

13 ତାରିଖରେ ଉତ୍ତର ଭାରତର ଏକାଧିକ କୃଷକ ସଂଗଠନର ପ୍ରାୟ ଲକ୍ଷାଧିକ ସଦସ୍ୟ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ପଞ୍ଜାବ-ହରିୟାଣା ଶମ୍ଭୁ ସୀମାରେ ପୋଲିସ ସେମାନଙ୍କୁ ରୋକିବା ପରେ ଉଭୟ ପକ୍ଷ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା । ଏବେ ମଧ୍ୟ କୃଷକମାନେ ଜାତୀୟ ରାଜପଥରେ ତମ୍ବୁ ଟାଣି ଧାରଣା ଦେଇଛନ୍ତି । ଦିଲ୍ଲୀକୁ ପ୍ରବେଶ କରିବା ପାଇଁ ବାରମ୍ବାର ଉଦ୍ୟମ ମଧ୍ୟ କରୁଛନ୍ତି । ହରିୟାଣା, ପଞ୍ଜାବ ଓ ଉତ୍ତର ପ୍ରଦେଶରୁ ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ଜାତୀୟ ରାଜପଥ ଓ ସିଙ୍ଗୁ, ଟିକିରି ବର୍ଡରରେ ହାଇଆଲର୍ଟ ଜାରି ରହିଛି । ପୂର୍ବରୁ 3ଟି ବୈଠକ ବିଫଳ ହୋଇଥିବା ବେଳେ ଆଜି 4ର୍ଥ ବୈଠକରେ ମଧ୍ୟ ନିଷ୍କର୍ସ ବାହାରିପାରନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details