ରାୟପୁର:ଛତିଶଗଡ଼ବସ୍ତରରେ ସୁରକ୍ଷାକର୍ମୀଙ୍କୁ ପୁଣି ବଡ଼ ଧରଣର ସଫଳତା ମିଳିଛି । ମିଳିତ ଅପରେସନରେ ପ୍ରାୟ 12 ଜଣ ନକ୍ସଲ ନିହତ ହୋଇଛନ୍ତି । ବିଜାପୁର ଏସପି ଏବଂ ସକାଳ 6 ଟାରୁ ପିଡିଆ ଜଙ୍ଗଲରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । 12 ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରରେ 12 ନକ୍ସଲ ନିହତ ହୋଇଛନ୍ତି । ଏନକାଉଣ୍ଟର ଶେଷ ହେବା ପରେ ଯାଞ୍ଚ ସମୟରେ 12 ଜଣ ନକ୍ସଲଙ୍କ ମୃତଦେହ ମିଳିଛି । ସମସ୍ତ ମୃତ ନକ୍ସଲମାନେ ହାର୍ଡକୋର ନକ୍ସଲ ଥିବା ନେଇ କହିଛନ୍ତି ଦନ୍ତେୱାଡା ଡିଜି କମଳ ଲୋଚନ କଶ୍ୟପ । ସେପଟେ ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି ।
ଏନେଇ ବିଜାପୁର ଏସପି ଜିତେନ୍ଦ୍ର ଯାଦବ କହିଛନ୍ତି, "ପିଡିଆ ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ନେଇ ଖବର ମିଳିଥିଲା । ଏହି ସୂଚନା ମିଳିବା ପରେ ଦନ୍ତେୱାଡା ଓ ବିଜାପୁର ଜିଲ୍ଲାରେ ନିୟୋଜିତ ଯବାନମାନେ ମିଳିତ ଅପେରସନ ଆରମ୍ଭ କରିଥିଲେ । ଜଙ୍ଗଲରେ ହାର୍ଡକୋର ନକ୍ସଲ ଲିଙ୍ଗା ଓ ପାପାରାୱର ଉପସ୍ଥିତି ନେଇ ମଧ୍ୟ ଖବର ମିଳିଥିଲା । ଏହାପରେ ଡିଆରଜି, ଏସଟିଏଫ ଟିମ ସହିତ ମିଶି ସିଆରପିଏଫ ଯବାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ସୁଫଳ ମିଳିଛି । ପ୍ରମୁଖ ନକ୍ସଲ ନେତାଙ୍କ ସହିତ ଅନ୍ୟ କିଛି ଘାତକ ନକ୍ସଲ ଥିବା ନେଇ ସୂଚନା ରହିଛି ।"
ଏହା ବି ପଢନ୍ତୁ- ସୁକମାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରୁ ଗୁଳି ବିନିମୟ ଜାରି