ଭୁବନେଶ୍ବର:ଆଜିଠାରୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନ ଓ ଟିମ୍ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନ ସଦସ୍ୟ ଅରୁଣ ଗୋୟଲ, ନିର୍ବାଚନ କମିଶନ ସଦସ୍ୟ ଅନୁପ ଚନ୍ଦ୍ର ପାଣ୍ଡେ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ । ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ନିର୍ବାଚନ କମିଶନ ଏବଂ ତାଙ୍କ ଟିମ୍ ଆସୁଛନ୍ତି । ୧୭ ତାରିଖ ଯାଏଁ ଓଡି଼ଶାରେ ରହି ବିଭାଗ ସ୍ତରର ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧନ କରିବେ ନିର୍ବାଚନ କମିଶନ ।
ଖୁବଶୀଘ୍ର ହେବାକୁ ଯାଉଛି ସାଧାରଣ ନିର୍ବାଚନ ୨୦୨୪ । ବିଧିବଦ୍ଧ ନହେଲେ ବି ଅନଔପଚାରିକ ଭାବେ ନିର୍ବାଚନ ବିଗୁଲ ବାଜି ସାରିଛି । ଓଡ଼ିଶା ସମତେ କିଛି ରାଜ୍ୟରେ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ ହେବାର ଅଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ଭାରତୀୟ ନିର୍ବାଚନ କମିଶନ । ବିଭିନ୍ନ ରାଜ୍ୟକୁ ଯାଇ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଭାରତୀୟ ନିର୍ବାଚନ କମିଶନ । ଏହି କ୍ରମରେ ମୁଖ୍ୟ ନିର୍ବାଚନ କମିଶନ ଓ ଟିମ ଆଜିଠାରୁ ଓଡିଶା ଗସ୍ତରେ ଆସୁଛନ୍ତି । ୧୭ ତାରିଖ ଯାଏଁ ସେମାନେ ଓଡି଼ଶାରେ ରହିବାକୁ ଥିବାବେଳେ ବିଭିନ୍ନ କାର୍ୟ୍ୟକ୍ରମ ରହିଛି । ଯେଉଁଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ତେବେ ୩ ଦିନ ଧରି ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ନିର୍ବାଚନ କମିଶନ।