ନୂଆଦିଲ୍ଲୀ:ଲୋକେ କଳାଟଙ୍କା ଲୁଚାଇବାକୁ ବିଭିନ୍ନ କୌଶଳ ଆପଣାଇଥାନ୍ତି । କେତେବେଳେ ମାଟି ତଳୁ ତ ଆଉ କେତେବେଳେ କାନ୍ଥ ତାଡି ଟଙ୍କା ବାହାର କରାଯାଉଥିବା ଦେଖିବାକୁ ମିଳେ । ଏବେ ଠିକ୍ ଏମିତି କିଛି ଘଟଣା ସାମ୍ନାକୁ ଆସିଛି । ବୈଦେଶିକ ମୁଦ୍ରା ବିନିମୟ ଆଇନ ଉଲ୍ଲଘଂନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର (ଇଡି) ରେଡ୍ ବେଳେ ୱାସିଂ ମେସିନ ଭିତରୁ ମିଳିଛି କୋଟି କୋଟି ଟଙ୍କା । ୱାସିଂ ମେସିନ ଭିତରେ ପ୍ରାୟ ଅଢେଇ କୋଟି ଟଙ୍କା ଲୁଚା ଯାଇଥିବା ବେଳେ ଇଡି ଅଧିକାରୀ ଚଢାଉ କରି ଏହାକୁ ଜବତ କରିଛନ୍ତି ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏହାର ଫଟୋ ପୋଷ୍ଟ ହୋଇଛି । ଫଟୋରେ ଏକ ୱାସିଂ ମେସିନ ଭିତରେ ବିଡା ବିଡା ନୋଟ ପଶିଥିବାର ଦେଖିବାକୁ ମିଳୁଛି । ଏନେଇ ଏଜେନ୍ସି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, କାପ୍ରିକୋରନିଆନ ସିପିଂ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ଓ ଏହାର ନିର୍ଦ୍ଦେଶକ ବିଜୟ କୁମାର ଶୁକ୍ଲା, ସଞ୍ଜୟ ଗୋସ୍ବାମୀ ଏବଂ ସହଯୋଗୀ ସଂସ୍ଥା ଲକ୍ଷ୍ମୀଟନ ମାରିଟାଇମ, ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ, ରାଜନନ୍ଦିନୀ ମେଟାଲ୍ସ ଲିମିଟେଡ, ଷ୍ଟୱାର୍ଟ ଆଲୋଇଜ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଭାଗ୍ୟନଗର ଲିମିଟେଡ, ବିନାୟକ ଷ୍ଟିଲ୍ସ ଲିମିଟେଡ, ବଶିଷ୍ଟ କନଷ୍ଟ୍ରକସନ ଏବଂ ଏହାର ନିର୍ଦ୍ଦେଶକ ଓ ପାର୍ଟନର ସନ୍ଦୀପ ଗର୍ଗ, ବିନୋଦି କେଡିଆଙ୍କ ସମେତ ଅନ୍ୟମାନଙ୍କ ଘରେ ରେଡ୍ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ଆଉ ଜଣେ ଆପ୍ ବିଧାୟକଙ୍କ ଘରେ ED ରେଡ୍ - ED Raids AAP MLA