ନୂଆଦିଲ୍ଲୀ:ନିର୍ବାଚନୀ ବଣ୍ଡ ପ୍ରସଙ୍ଗରେ ଆଉ ଏକ ପର୍ଯ୍ୟାୟର ତଥ୍ୟ ସାର୍ବଜନୀନ କରିଛି ନିର୍ବାଚନ କମିଶନ । ପ୍ରଥମ ପର୍ୟ୍ୟାୟରେ ଷ୍ଟେଟବ୍ୟାଙ୍କରୁ କେଉଁ ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା କେତେ ସଂଖ୍ୟକ ବଣ୍ଡ କ୍ରୟ କରିଥିଲେ, ସେନେଇ ତଥ୍ୟ ସର୍ବଜନୀନ କରାଯାଇଥିଲା । ଆଜି ରାଜନୈତିକ ଦଳମାନେ ଗ୍ରହଣ କରିଥିବା ବଣ୍ଡ ସମ୍ପର୍କରେ ତଥ୍ୟ ସାର୍ବଜନୀନ କରାଯାଇଛି । ରାଜନୈତିକ ଦଳମାନେ ଇନକ୍ୟାସ ପ୍ରକ୍ରିୟାରେ ଗ୍ରହଣ କରିଥିବା ବଣ୍ଡ ସମ୍ପର୍କରେ ତଥ୍ୟ ଦାଖଲ କରିଥିଲେ । ଏହିକ୍ରମରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ବିଭିନ୍ନ ଉତ୍ସରୁ ସର୍ବାଧିକ 6,987 କୋଟି ଟଙ୍କାର ବଣ୍ଡ ଗ୍ରହଣ କରିଛି ।
ନିର୍ବାଚନ ଆୟୋଗ ଏକ ପ୍ରେସବିଜ୍ଞପ୍ତି ଜାରି କରି କହିଛି, 'ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ରାଜନୈତିକ ଦଳମାନେ ବଣ୍ଡ ମାଧ୍ୟମରେ ସଂଗ୍ରହ କରିଥିବା ଦାନ ରାଶି ସମ୍ପର୍କରେ ତଥ୍ୟ ଦାଖଲ କରିଛନ୍ତି । ହସ୍ତଗତ ହୋଇଥିବା ତଥ୍ୟର ଏକତ୍ରୀକରଣ କରାଯିବା ପରେ 15 ତାରିଖର ନିର୍ଦ୍ଦେଶ ଅନୁସାରେ, ଏହାକୁ ମୁଦ୍ଦା ଲଫାପାରେ ହାର୍ଡକପି ଓ ପେନଡ୍ରାଇଭରେ ସଫ୍ଟକପି ଆକାରରେ ସର୍ବୋଚ୍ଚ କୋର୍ଟରେ ଦାଖଲ କରାଯାଇସାରିଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ସୁପ୍ରିମକୋର୍ଟ ରେଜିଷ୍ଟ୍ରିରୁ ଡିଜିଟାଲ ଫର୍ମରେ ପାଇଥିବା ତଥ୍ୟକୁ ନିଜ ଅଫିସିଆଲ ୱେବ-ସାଇଟରେ ଅପଲୋଡ୍ ମଧ୍ୟ କରାଯାଇଛି ।'
ଏହା ମଧ୍ୟ ପଢନ୍ତୁ :-ଗୁଜରାଟ ବିଶ୍ବବିଦ୍ୟାଳୟରେ ନମାଜପାଠକୁ ନେଇ ହିଂସାକାଣ୍ଡ, 5 ବିଦେଶୀ ଛାତ୍ର ଆହତ