ଓଡିଶା

odisha

ETV Bharat / bharat

ଫେବୃଆରୀ 27ରେ ରାଜ୍ୟସଭା ନିର୍ବାଚନ: ଓଡ଼ିଶାରୁ 3 ଆସନ, ସରୁଛି ଅଶ୍ବିନୀ-ଅମର-ପ୍ରଶାନ୍ତଙ୍କ କାର୍ଯ୍ୟକାଳ - ରାଜ୍ୟସଭା ନିର୍ବାଚନ

Rajya Sabha elections: ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ନିର୍ବାଚନ କମିଶନ । ଆସନ୍ତା ଫେବୃଆରୀ 27ରେ 15ଟି ରାଜ୍ୟରେ ହେବ ରାଜ୍ୟସଭା ନିର୍ବାଚନ । ଅଧିକ ପଢନ୍ତୁ

Rajya Sabha election
Rajya Sabha election

By ETV Bharat Odisha Team

Published : Jan 29, 2024, 1:47 PM IST

Updated : Jan 29, 2024, 2:30 PM IST

ନୂଆଦିଲ୍ଲୀ:ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ। ଆସନ୍ତା ଫେବୃଆରୀ 27ରେ ହେବ ରାଜ୍ୟସଭା ନିର୍ବାଚନ । 15ଟି ରାଜ୍ୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଓଡ଼ିଶାର 3 ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଏନେଇ ଫେବୃଆରୀ 8 ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । 15ରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଥିବା ବେଳେ 16ରେ ହେବ ଯାଞ୍ଚ ପ୍ରକ୍ରିୟା । 20 ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର । 56ଟି ଆସନରେ ହେବ ନିର୍ବାଚନ ।

ଫେବୃଆରୀ 27ରେ ରାଜ୍ୟସଭା ନିର୍ବାଚନ: ଓଡ଼ିଶାରୁ 3 ଆସନ

ଏହା ମଧ୍ୟ ପଢନ୍ତୁ-ହରିୟାଣାରେ ‘ଇଣ୍ଡିଆ’ ମେଣ୍ଟ ଶହ ଆସନ ବୁଝାମଣାରେ ଲୋକସଭା ନିର୍ବାଚନ ଲଢିବ AAP

ଓଡିଶାର ତିନି ଆସନରେ ନିର୍ବାଚନ:ରାଜ୍ୟରେ ଖାଲି ପଡୁଥିବା ତିନି ଆସନ ପାଇଁ ହେବ ନିର୍ବାଚନ । ଅଶ୍ବିନୀ ବୈଷ୍ଣବ, ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦଙ୍କର କାର୍ଯ୍ୟକାଳ ଏପ୍ରିଲ 3ରେ ସରିବାକୁ ଯାଉଛି । 13ଟି ରାଜ୍ୟରେ ଏପ୍ରିଲ 2 ତାରିଖ ଓ 2ଟି ରାଜ୍ୟରେ ସରିବ ପୂର୍ବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲା ନେତାଙ୍କ କାର୍ଯ୍ୟକାଳ । ଏହା ପୂର୍ବରୁ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଫେବୃଆରୀ 27 ତାରିଖରେ ହେବ ଭୋଟ ଗ୍ରହଣ ଓ ଫଳାଫଳ ମଧ୍ୟ ପ୍ରକାଶ ପାଇବ । ସକାଳ 9ଟାରୁ 4ଟା ମଧ୍ୟରେ ହେବ ନିର୍ବାଚନ ।

ଏହା ମଧ୍ୟ ପଢନ୍ତୁ-ଏପ୍ରିଲ ୧୬ରେ ହେବ କି ଲୋକସଭା ନିର୍ବାଚନ ? ଜବାବ ରଖିଲେ ଦିଲ୍ଲୀ CEO

15 ରାଜ୍ୟରେ ରାଜ୍ୟସଭା ନିର୍ବାଚନ:ଓଡିଶା ସମେତ 15 ଟି ରାଜ୍ୟର 56ଟି ଆସନରେ ହେବ ନିର୍ବାଚନ । ଆନ୍ଧ୍ରପ୍ରଦେଶରେ 3ଟି, ବିହାରରେ 6, ଛତିଶଗଡରେ 1, ଗୁଜୁରାଟରେ 4, ହରିଯାଣାରେ 1, ହିମାଚଳ ପ୍ରଦେଶରେ 1, କର୍ଣ୍ଣାଟକରେ 4, ମଧ୍ୟପ୍ରଦେଶରେ 5, ତେଲେଙ୍ଗାନାରେ 3, ଉତ୍ତରପ୍ରଦେଶେର 10, ଉତ୍ତରାଖଣ୍ଡରେ 1, ପଶ୍ଚିମବଙ୍ଗରେ 5, ଓଡିଶାରେ 3 ଓ ରାଜସ୍ଥାନରେ 3 ଆସନ ପାଇଁ ହେବ ନିର୍ବାଚନ ।

ଏହା ମଧ୍ୟ ପଢନ୍ତୁ-ଲତା ଉସେଣ୍ଡି କିଏ ? ଛତିଶଗଡ ବିଜେପି ବିଜୟ ପଛରେ ଥିଲା ବଡ ଭୂମିକା, ଓଡିଶାରେ ବଦଳାଇ ପାରିବେ କି ଅଙ୍କ

ରାଜ୍ୟର 15 ଟି ରାଜ୍ୟର 56ଟି ରାଜ୍ୟସଭା ଆସନ ଆଗକୁ ଖାଲି ପଡିବାକୁ ଯାଉଛି । ଏହି ଆସନରେ ଥିବା ନେତାଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେବାକୁ ଯାଉଛି । ତେଣୁ ଏହା ପୂର୍ବରୁ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ ।

Last Updated : Jan 29, 2024, 2:30 PM IST

ABOUT THE AUTHOR

...view details