ଓଡିଶା

odisha

ETV Bharat / bharat

24 ଘଣ୍ଟାରେ ପୁଣି ବଦଳିଲେ ପଶ୍ଚିମବଙ୍ଗ DGP, ସଞ୍ଜୟ ମୁଖାର୍ଜୀ ନୂଆ ପୋଲିସ ମୁଖ୍ୟ - ECI Replaces Bengal DGP Again

Sanjay Mukherjee new West Bengal DGP: ପଶ୍ଚିମବଙ୍ଗ ସରକାରଙ୍କ ପିଚ୍ଛା ଛାଡୁନାହାନ୍ତି ନିର୍ବାଚନ ଆୟୋଗ । 24 ଘଣ୍ଟାରେ ବଦଳିଲେଣି 2 ପୋଲିସ ଡିଜି । ସଞ୍ଜୟ ମୁଖାର୍ଜୀଙ୍କୁ ଡିଜି ଦାୟିତ୍ବ । ଅଧିକ ପଢନ୍ତୁ

24 ଘଣ୍ଟାରେ ପୁଣି ପଶ୍ଚିମବଙ୍ଗ ଡିଜିପିଙ୍କୁ ବଦଳାଇଲେ ନିର୍ବାଚନ ଆୟୋଗ, ସଞ୍ଜୟ ମୁଖାର୍ଜୀ ନୂଆ ପୋଲିସ ମୁଖ୍ୟ
24 ଘଣ୍ଟାରେ ପୁଣି ପଶ୍ଚିମବଙ୍ଗ ଡିଜିପିଙ୍କୁ ବଦଳାଇଲେ ନିର୍ବାଚନ ଆୟୋଗ, ସଞ୍ଜୟ ମୁଖାର୍ଜୀ ନୂଆ ପୋଲିସ ମୁଖ୍ୟ

By ETV Bharat Odisha Team

Published : Mar 19, 2024, 5:17 PM IST

କୋଲକାତା:ଦାୟିତ୍ବ ଗ୍ରହଣ କରିବାର ମାତ୍ର 24 ଘଣ୍ଟା ମଧ୍ୟରେ ପୁଣିଥରେ ପଶ୍ଚିମବଙ୍ଗ ପୋଲିସ ଡିଜିପିକୁ ନିର୍ବାଚନ କମିଶନ ପରିବର୍ତ୍ତନ କରିଛନ୍ତି । ଗତକାଲି ରାଜୀବ କୁମାରଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିଥିବା ବରିଷ୍ଠ ଆଇପିଏସ ବିବେକ ସହାୟଙ୍କୁ ପରିବର୍ତ୍ତନ କରାଯାଇଛି । ତାଙ୍କ ସ୍ଥାନରେ ଅନ୍ୟ ଜଣେ ବରିଷ୍ଠ ଆଇପିଏସ ସଞ୍ଜୟ ମୁଖାର୍ଜୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ଗତକାଲି ନିର୍ବାଚନ କମିଶନ ପ୍ରଥମେ ରାଜୀବ କୁମାରଙ୍କୁ ପୋଲିସ ମହାନିର୍ଦ୍ଦେଶକ ପଦରୁ ହଟାଇଥିଲେ । ଏହାର ମାତ୍ର କିଛି ସମୟ ମଧ୍ୟରେ ମମତା ସରକାର ବିବେକ ସହାୟଙ୍କୁ ନୂତନ ଡିଜି ଭାବେ ନିଯୁକ୍ତ କରିଥିଲେ । ଏହାର ମାତ୍ର 24ଘଣ୍ଟା ନପୂରୁଣ ପୁଣିଥରେ ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରିଛନ୍ତି । ଫଳରେ ବିବେକଙ୍କୁ ଅପସାରିତ କରି ନିର୍ବାଚନ କମିଶନଙ୍କ ସୁପାରିଶ ଅନୁସାରେ ସଞ୍ଜୟ ମୁଖାର୍ଜୀଙ୍କୁ ପୋଲିସ ଡିଜି ଭାବେ ନିଯୁକ୍ତ କରାଯାଇଛି ।

ବିବେକ ସହାୟଙ୍କୁ ବରିଷ୍ଠତା ଭିତ୍ତିରେ ନିଯୁକ୍ତି କରାଯାଇଥିଲା । ମାତ୍ର ଲୋକସଭା ନିର୍ବାଚନ ଶେଷ ହେବା ପୂର୍ବରୁ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ତାଙ୍କ ସ୍ଥାନରେ ଆଉ ଜଣେ ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁ ଆୟୋଗ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ମମତା ସରକାର 3 ବରିଷ୍ଠ ପୋଲିସ ଅଧିକାରୀଙ୍କ ନାମ ପ୍ରସ୍ତାବ ରଖିଥିଲେ । ତାଲିକାର ଦ୍ବିତୀୟ ସ୍ଥାନରେ ଥିବା ଭାରତୀୟ ପୋଲିସ ସେବାର 1989 ବ୍ୟାଚର ବରିଷ୍ଠ ଅଧିକାରୀ ସଞ୍ଜୟ ମୁଖାର୍ଜୀଙ୍କ ନାମରେ ମୋହର ମାରିଥିଲେ ଆୟୋଗ । ଆଜି ସଂଧ୍ୟା ସୁଦ୍ଧା ତାଙ୍କ ନିଯୁକ୍ତି ସମ୍ପର୍କିତ ସମସ୍ତ ପ୍ରକ୍ରିୟା ଶେଷ କରି ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ମଧ୍ୟ ଆୟୋଗ ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- CAA ଉପରେ ସ୍ଥଗିତାଦେଶ ପାଇଁ ମନା କଲେ SC, କେନ୍ଦ୍ରକୁ ମାଗିଲେ ଜବାବ

ଗତକାଲି ନିର୍ବାଚନ କମିଶନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବେଶ ନିକଟତର କୁହାଯାଉଥିବା ରାଜୀବ କୁମାରଙ୍କୁ ପୋଲିସ ମହାନିର୍ଦ୍ଦେଶକ ପଦରୁ ହଟାଇଥିଲେ । ଏହା ସହ 6 ରାଜ୍ୟର ଗୃହସଚିବଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ଗୋଟିଏ ପଦବୀରେ ଗତ 3ବର୍ଷରୁ ଅଧିକ, କିମ୍ବା ନିଜ ଗୃହଜିଲ୍ଲାରେ କାର୍ଯ୍ୟରତ ଥିବା ଅଧିକାରୀଙ୍କୁ ଅନ୍ୟତ୍ର କିମ୍ବା ଅନ୍ୟ ବିଭାଗକୁ ବଦଳି କରିବା ପାଇଁ ନିର୍ବାଚନ ଆଚରଣ ବିଧିରେ ନିୟମ ରହିଛି । କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାରଙ୍କ ଦ୍ବାରା ଏହାର ଉଲ୍ଲଙ୍ଘନ ସ୍ଥଳେ ନିର୍ବାଚନ ଆୟୋଗ ହସ୍ତକ୍ଷେପ କରିବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରିବେ । ଯାହା ପଶ୍ଚିମବଙ୍ଗ କ୍ଷେତ୍ରରେ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details