ଓଡିଶା

odisha

ETV Bharat / bharat

୨୦ ବର୍ଷ ପରେ ତେଲେଙ୍ଗାନାରେ ଭୂମିକମ୍ପ, ମାଲକାନଗିରିରେ ଅନୁଭୂତ - HYDERBAD EARTHQUAKE

ସକାଳୁ ସକାଳୁ ଭୂମିକମ୍ପ ଝଟକାରେ ଥରିଲା ହାଇଦ୍ରାବାଦ ସମେତ ତେଲେଙ୍ଗାନା । ତିବ୍ରତା 5.3 ମାଗ୍ନିଚ୍ୟୁଟ । ଓଡ଼ିଶାର ମାଲକାନଗିରିରେ ଝଟ୍‌କା ଅନୁଭୂତ ।

EARTHQUAKE IN TELANGANA  HYDERBAD
EARTHQUAKE IN TELANGANA HYDERBAD (ETV Bharat)

By ETV Bharat Odisha Team

Published : Dec 4, 2024, 10:31 AM IST

ହାଇଦ୍ରାବାଦ: ଭୂମିକମ୍ପରେ ଥରିଲା ତେଲେଙ୍ଗାନା । ଆଜି(ବୁଧବାର) ସକାଳୁ ତେଲେଙ୍ଗାନାର ମୁଗୁଲୁରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା 5.3 ମାଗ୍ନିଚ୍ୟୁଟ । ଆଜି ସକାଳ 7.27 ମିନିଟରେ ସମୟରେ ଭୂମିକମ୍ପ ହୋଇଥିବା ସୂଚନା ଦେଇଛି ଜାତୀୟ ସେଣ୍ଟର ଫର୍‌ ସେସମୋଲୋଜି । 20 ବର୍ଷ ପରେ ପ୍ରଥମ ଥର ପାଇଁ ଏତେ ତୀବ୍ରତାରେ ଭୂମିକମ୍ପ ଅନୁଭୂତ ହୋଇଛି ରାଜ୍ୟରେ । ଓଡ଼ିଶାର ମାଲକାନଗିରିରେ ବି ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି ।

EARTHQUAKE IN TELANGANA HYDERBAD (ETV Bharat)

କେଉଁଠି ଅବସ୍ଥିତ ମୁଗୁଲୁ:

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦଠାରୁ 200 କିଲୋମିଟର ଦୂରରେ ଅବସ୍ଥିତ ମୁଗୁଲୁ । ସକାଳୁ ସକାଳୁ ଲୋକେ ଭୂକମ୍ପ ଝଟକା ଅନୁଭବ କରିଥିଲେ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ଓ ଜୀବନହାନିର ଖବର ସାମ୍ନାକୁ ଆସିନାହିଁ । ଭାରତୀୟ ସେସମୋଲୋଜି ସେଣ୍ଟର ପକ୍ଷରୁ ଭୂକମ୍ପର କେନ୍ଦ୍ରସ୍ଥଳ ଇଟୁରନଗରମ ଚିହ୍ନଟ କରାଯାଇଥିବା ବେଳେ ୟୁଏସ ଜିଓଲୋଜିକାଲ ସର୍ଭେ ମନିଂଟରିଂ ଷ୍ଟେସନ ପକ୍ଷରୁ ଏହାର କେନ୍ଦ୍ରସ୍ଥଳ ଗୋଦାବରୀ ନଦୀରେ ଥିବା କୁହାଯାଇଛି ।

EARTHQUAKE IN TELANGANA HYDERBAD (ETV Bharat)

କେଉଁଠି କେଉଁଠି ଅନୁଭୂତ ହେଲା ଭୂମିକମ୍ପ ?

ଭୂକମ୍ପର ଝଟକା କୋଥାଗୁଡେମ, ମନଗୁରୁ, ଭଦ୍ରାଚଳମ, ଚାର୍ଲା, ଚିନ୍ତାକାନି ଓ ନାଗୁଲଭନଛା, ଖମାମ ସହ ଆନ୍ଦ୍ର ପ୍ରଦେଶର ବିଜୟୱାଡା, ଜଗାପେଟ୍ଟ ସହର ମଧ୍ୟ ଅନୁଭୂତ ହୋଇଛିଏଥିସହ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ମଧ୍ୟ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି । ମାତ୍ର 2 ସେକେଣ୍ଡ ପାଇଁ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାକୁ ନେଇ ଲୋକେ ଭୟଭୀତ ହୋଇଯାଇଥିଲେ ।

ଶେଷଥର ପାଇଁ ତୀବ୍ର ଭୂମିକମ୍ପ କେବେ ଅନୁଭୂତ ହୋଇଥିଲା ?

ତେଲେଙ୍ଗାନାରେ ପୂର୍ବରୁ 1993 ସେପ୍ଟେମ୍ବର 30ରେ 6.2 ତିବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:

ରାଜ୍ୟର କେଉଁ ଜିଲ୍ଲାକୁ ରହିଛି ଭୂମିକମ୍ପ ଭୟ; ଭୂସ୍ଖଳନ ପ୍ରବଣ ଅଞ୍ଚଳ କେଉଁ ସ୍ଥାନ, ଆପଣଙ୍କ ଜିଲ୍ଲା ସୁରକ୍ଷିତ ତ ? - Gajapati Prone To Landslides

ହୀରାକୁଦ ଡ୍ୟାମର ଭୂକମ୍ପ ନିରୋଧ ଶକ୍ତି କେତେ ଅଛି ? ଆସନ୍ତା 21ରେ ବିଶେଷଜ୍ଞ ଦଳର ପାଇଲଟ୍ ଷ୍ଟଡି - HIRAKUD DAM earthquake safety

୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ଫାଟିଲା ଜ୍ବାଳାମୁଖୀ; ଘର ଛାଡି ପଳାଇଲେ ଲୋକେ - Volcano erupts after earthquake

ଓଡ଼ିଶାର 14 ଜିଲ୍ଲାକୁ ଭୂମିକମ୍ପ ଭୟ:

ସୂଚନା ଥାଉକି, ଆମ ରାଜ୍ୟ ଓଡ଼ିଶାରେ 14ଟି ଜିଲ୍ଲାକୁ ଭୂମିକମ୍ପ ଭୟ ରହିଛି । ସେ ମଧ୍ୟରୁ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଅଟେ ଗଜପତି ଜିଲ୍ଲା । 14ଟି ଜିଲ୍ଲା ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଅନୁଗୋଳ, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼ । ଏନେଇ ଗତ ବିଧାନସଭାରେ ଗୃହରେ ଉତ୍ତର ରଖିଥିଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

EARTHQUAKE IN TELANGANA HYDERBAD (ETV Bharat)
  • କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଅନୁଗୋଳ, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବାଲେଶ୍ବର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଭୂକମ୍ପ ଭୟ ରହିଛି ।

ABOUT THE AUTHOR

...view details