ଓଡିଶା

odisha

ETV Bharat / bharat

ସନାତମ ଧର୍ମ ବିରୋଧୀ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, 'ଏହାର ପରିଣାମ ଜାଣିବା ଉଚିତ୍' - ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟଙ୍କ ଭର୍ସନା

Udhayanidhi Stalin Sanatan Dharma Remarks: ସନାତମ ଧର୍ମ ବିରୋଧୀ ମନ୍ତବ୍ୟ ମାମଲାରେ ରିଲିଫ ପାଇଁ ଦ୍ବାରସ୍ଥ ହୋଇଥିବା ସୁପ୍ରିମକୋର୍ଟରୁ ଉଦୟନିଧି ଷ୍ଟାଲିନଙ୍କୁ ଝଟକା । ଉଦୟନିଧି ଷ୍ଟାଲିନଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ କୋର୍ଟ କହିଲେ, ଆପଣ ସାଧାରଣ ନାଗରିକ ନୁହେଁ, ଆପଣ ଜଣେ ମନ୍ତ୍ରୀ । ମନ୍ତବ୍ୟ ନେଇ ପରିଣାମ ଜାଣିବା ଉଚିତ । ଅଧିକ ପଢନ୍ତୁ

Udhayanidhi Stalin Sanatan Dharma Remarks
Udhayanidhi Stalin Sanatan Dharma Remarks

By ETV Bharat Odisha Team

Published : Mar 4, 2024, 3:26 PM IST

ନୂଆଦିଲ୍ଲୀ:ସନାତନ ଧର୍ମ ବିରୋଧୀ ଟିପ୍ପଣୀ ପାଇଁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟରୁ ଝଟକା । ତାମିଲନାଡୁ କ୍ରୀଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ତାଗିଦ କରି ତାଙ୍କ ବିବୃତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଆପଣ ଜଣେ ସାଧାରଣ ବ୍ୟକ୍ତି ନୁହେଁ, ଆପଣ ଜଣେ ମନ୍ତ୍ରୀ । ଏଭଳି ମନ୍ତବ୍ୟର ପରିମାଣ ଆପଣ ଜାଣିବା ଉଚିତ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ଅନେକ ରାଜ୍ୟରେ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ତାମିଲନାଡୁ ମନ୍ତ୍ରୀ । ତାଙ୍କ ଓକିଲ ସମସ୍ତ ଦାୟର ମାମଲାର ଗୋଟିଏ ଥରେ ଶୁଣାଣି କରିବା ପାଇଁ ଆବେଦନ କରିଥିଲେ । ତେବେ ଏହି ମାମଲାରେ ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଜଷ୍ଟିସ ସଚିନ ଦତ୍ତ କହିଛନ୍ତି, "ଆପଣ ଅଭିବ୍ୟକ୍ତିର ଅଧିକାର ଏବଂ ଧାର୍ମିକ ସ୍ବତନ୍ତ୍ରତାର ଉଲ୍ଲଂଘନ କରୁଛନ୍ତି । ପରେ ଧାରା 32 ଅନୁସାରେ, ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଉଛନ୍ତି ।" କୋର୍ଟ ଏହି ମାମଲାର ଶୁଣାଣି ଆସନ୍ତା 15 ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଉଦୟାନିଧିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି ପାଇଁ ମନାକଲେ ସର୍ବୋଚ୍ଚ କୋର୍ଟ

ଷ୍ଟାଲିନଙ୍କ ଓକିଲ ଅଭିଷେକ ମନୁ ସିଂଭିଙ୍କ ବୟାନ: ତେବେ ଏହି ମାମଲା ଉପରେ ଷ୍ଟାଲିନଙ୍କ ଓକିଲ ଅଭିଷେକ ମନୁ ସିଂଭି କହିଛନ୍ତି, "ଦାୟର ହୋଇଥିବା ମାମଲା ଗୁଡିକର ସତ୍ୟତା ଉପରେ ମୁଁ କୌଣସି ମନ୍ତବ୍ୟ ଦେଉନାହିଁ । କର୍ଣ୍ଣାଟକ, ଉତ୍ତରପ୍ରଦେଶ, ବିହାର ଏବଂ ଜାମ୍ମୁରେ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ସର୍ବୋଚ୍ଚ କୋର୍ଟ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏହି ରାୟର ଶୁଣାଣି ଉପରେ ସ୍ଥଗିତ କରିଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ବଢିଲା ଉଦୟନିଧିଙ୍କ ଅଡୁଆ, ସନାତନ ଧର୍ମ ଟିପ୍ପଣୀ ପାଇଁ ନୋଟିସ୍ କଲେ ସୁପ୍ରିମକୋର୍ଟ

ଉଦୟନିଧି ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ସନା:ସୁପ୍ରିମକୋର୍ଟ ଉଦୟନିଧିଙ୍କୁ କହିଛନ୍ତି, "ଧାରା 19(1) ଏବଂ 25 ଅନୁଯାୟୀ ଆପଣ ଅଧିକାରର ଦୁରୁପଯୋଗ କରୁଛନ୍ତି । ଆପଣ ଜାଣିଛନ୍ତି କି କଣ କହୁଛନ୍ତି ? ଆପଣ ଏହାର ପରିଣାମ ଅନୁଭବ କରିବା ଉଚିତ କାରଣ ଆପଣ ଜଣେ ମନ୍ତ୍ରୀ । କାରଣ ଏଠାରେ କୌଣସି ସାଧାରଣ ଲୋକ ନୁହଁନ୍ତି । ଏହି ମାମଲାରେ ଉଦୟନିଧି ଚାହିଁଲେ ହାଇକୋର୍ଟଙ୍କ ନିକଟକୁ ଯାଇପାରିବେ ।" ତେବେ ସୁପ୍ରିମକୋର୍ଟଙ୍କ ଏଭଳି ରାୟ ପରେ ହାଇକୋର୍ଟକୁ ଯିବେ ବୋଲି କହିଛନ୍ତି ଷ୍ଟାଲିନଙ୍କ ଓକିଲ ।

କଣ ରହିଥିଲା ମାମଲା: 2023 ସେପ୍ଟେମ୍ବର ୨ରେ ସନାତନ ଧର୍ମ ବିରୋଧରେ ବୟାନ ଦେଇ ବିବାଦ ଘେରକୁ ଆସିଥିଲେ । ସେ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ସହ ତୁଳନା କରିଥିଲେ । କହିଥିଲେ, "ଯେମିତି ଡେଙ୍ଗୁ, ମ୍ୟାଲେରିଆ ଓ କୋରୋନାକୁ ବିରୋଧ କରାଯାଇ ପାରିବନି, ସେହିପରି ସନାତନ ଧର୍ମକୁ କେବଳ ବିରୋଧ କଲେ ଚଳିବନାହିଁ । ଏହାର ମୂଳତ୍ପୋଟନ କରିବାକୁ ହେବ । ସନାତନ ଶବ୍ଦ ସଂସ୍କୃତିରୁ ଆସିଛି, ଯାହା ସାମାଜିକ ନ୍ୟାୟ ଓ ସମାନତ ବିରୋଧୀ ଅଟେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details