ଓଡିଶା

odisha

ବିଶିଷ୍ଟ ହୀରା ବ୍ୟବସାୟୀ ଗୋବିନ୍ଦ ଢୋଲକିୟାଙ୍କୁ ରାଜ୍ୟସଭା ପଠାଇବ ବିଜେପି, କଣ ରହିଛି କାରଣ?

By ETV Bharat Odisha Team

Published : Feb 14, 2024, 10:59 PM IST

Diamond Tycoon Govind Dholakia: ରାଜ୍ୟସଭା ଯିବେ ରାମ ମନ୍ଦିର ନିର୍ମାଣ ପାଇଁ 11 କୋଟି ଦାନ ଦେଇଥିବା ପ୍ରଖ୍ୟାତ ହୀରା ବ୍ୟବସାୟୀ ଗୋବିନ୍ଦ ଭାଇ ଢୋଲକିୟା । ଆଜି ଗୋବିନ୍ଦଙ୍କୁ ଭାରତୀୟ ଜନତା ପାର୍ଟି(ବିଜେପି) ରାଜ୍ୟସଭା ସଦସ୍ୟ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବିଜେପିର ଘୋଷଣା ପରେ ଗୋବିନ୍ଦ ଭାଇ ଢୋଲକିୟାଙ୍କୁ ନେଇ ବଢିଲା ଚର୍ଚ୍ଚା । ଅଧିକ ପଢନ୍ତୁ

Govind Dholakia
Govind Dholakia

ଅହମ୍ମଦାବାଦ: ରାଜ୍ୟସଭା ଯିବେ ରାମ ମନ୍ଦିର ନିର୍ମାଣ ପାଇଁ 11 କୋଟି ଦାନ ଦେଇଥିବା ପ୍ରଖ୍ୟାତ ହୀରା ବ୍ୟବସାୟୀ ଗୋବିନ୍ଦ ଭାଇ ଢୋଲକିୟା । ଆଜି ଗୋବିନ୍ଦଙ୍କୁ ଭାରତୀୟ ଜନତା ପାର୍ଟି(ବିଜେପି) ରାଜ୍ୟସଭା ସଦସ୍ୟ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଜଣେ ହୀରା ବ୍ୟବସାୟୀଙ୍କୁ ବିଜେପି ରାଜ୍ୟସଭା ପାଇଁ ମନୋନୀତ କରିବା ପରେ ଏବେ ଆହୁରି ଚର୍ଚ୍ଚାରେ ଗୋବିନ୍ଦ ଭାଇ ଢୋଲକିୟା ।

ଗୁଜୁରାଟର ସୁରଟ ସହର । ହୀରା ବ୍ୟବସାୟକୁ ନେଇ ଦେଶ ବିଦେଶରେ ପ୍ରଖ୍ୟାତ ଏହି ସହର । ସୁରଟର ହୀରା ଦୁନିଆରେ ବିଖ୍ୟାତ ଲାଭ କରିଛି । ଏହି ଡାଇମଣ୍ଡ ନଗରୀରୁ ଆସୁଛନ୍ତି ପ୍ରଖ୍ୟାତ ହୀରା ବ୍ୟବସାୟୀ ଗୋବିନ୍ଦ ଭାଇ ଢୋଲକିୟା । ହୀରା ବ୍ୟବସାୟ କରୁଥିବା ଗୋବିନ୍ଦ ଭାଇଙ୍କ କମ୍ପାନୀ ବିଶ୍ବର ଏକାଧିକ ରାଷ୍ଟ୍ରରେ ବ୍ୟବସାୟ କରୁଛି । ମାତ୍ର ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଗୋବିନ୍ଦ ଭାଇ ଢୋଲକିୟା ଆଜି ହଜାର ହଜାର କୋଟିର ମାଲିକ । ନିକଟରେ ଗୋବିନ୍ଦ ଭାଇ ରାମ ମନ୍ଦିର ନିର୍ମାଣ ପାଇଁ 11 କୋଟି ଦାନ କରି ଚର୍ଚ୍ଚାରେ ଥିଲେ । ଆଜି ଗୋବିନ୍ଦ ଭାଇଙ୍କୁ ବିଜେପି ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଛି ।

ଅଧିକ ପଢନ୍ତୁ- ରାଜ୍ୟସଭା ନିର୍ବାଚନ: ଗୁଜୁରାଟରୁ ନଡ୍ଡା, ମହାରାଷ୍ଟ୍ରରୁ ଅଶୋକ ଚୌହାନଙ୍କୁ ବିଜେପି ଟିକେଟ

ଗୋବିନ୍ଦ ଭାଇ ଢୋଲକିୟା ସୁରଟ ସମେତ ସାରା ଗୁଜୁରାଟର ଜଣେ ବିଶିଷ୍ଟ ହୀରା ବ୍ୟବସାୟୀ । ବ୍ୟବସାୟ ସହିତ ଗୋବିନ୍ଦ ରାଜ୍ୟର ଅନେକ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ସହିତ ଜଡିତ ଅଛନ୍ତି । ସମାଜ ସେବା, ଧାର୍ମିକ କାର୍ଯ୍ୟ ସହ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଜଡିତ ଅଛନ୍ତି ଗୋବିନ୍ଦ । ଗୋବିନ୍ଦ ଭାଇ ଢୋଲକିୟା SRK ତଥା ଶ୍ରୀରାମ କୃଷ୍ଣ ଏକ୍ସପୋର୍ଟ ନାରେ ଡାଇମଣ୍ଡ ବ୍ୟବସାୟ କରିଥାନ୍ତି ।

ରାଜ୍ୟସଭା ସଦସ୍ୟ ପାଇଁ ନା ଘୋଷଣା ହେବା ପରେ ଗୋବିନ୍ଦ ଭାଇ କହିଛନ୍ତି ‘‘ମୁଁ ବ୍ୟବସାୟ ସହ ସାମାଜିକ ଧାର୍ମିକ କାମ କରୁଛି । କେବେ ଚିନ୍ତା କରିନଥିଲି ରାଜ୍ୟସଭା ଯିବି ବୋଲି । କେବେ ଭାବିନଥିଲି ରାଜନୀତି ସହ ଜଡିତ ହେବି ବୋଲି । ଗତକାଲି ଯାଏଁ ମଧ୍ୟ ରାଜ୍ୟସଭା ପାଇଁ କୌଣସି ସୂଚନା ନଥିଲା । ଆଜି ସକାଳ 10 ଟାରେ ଗୃହମନ୍ତ୍ରୀ ଅମିତ ଭାଇ ଶାହଙ୍କ ଫୋନ ଆସିଥିଲା । ଅମିତ ଭାଇ ମତେ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ଚାହୁଁଛନ୍ତି ଆପଣ ରାଜ୍ୟସଭାକୁ ଆସନ୍ତୁ । ଆପଣଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଷ୍ପତି ନେଇଛନ୍ତି । ’’

ଅଧିକ ପଢନ୍ତୁ- ରାଜ୍ୟସଭା ନିର୍ବାଚନ: ରାଜସ୍ଥାନରୁ ନାମାଙ୍କନ ଭରିଲେ ସୋନିଆ ଗାନ୍ଧୀ

ଗୋବିନ୍ଦ ଭାଇ ଢୋଲକିୟା ମାତ୍ର ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢିଥିବା ବେଳେ 15 ବର୍ଷ ବୟସରୁ ସୁରଟ ପଲାଇ ଆସିଥିଲେ । ବର୍ତ୍ତମାନ 74 ବର୍ଷ ବୟସରେ ପଦାର୍ପଣ କରିଥିବା ଗୋବିନ୍ଦଙ୍କ ମୋଟ ସମ୍ପତ୍ତି ମୂଲ୍ୟ 4 ହଜାର 800 କୋଟି । ତାଙ୍କର ହୀରା ବ୍ୟବସାୟ କମ୍ପାନୀ ଆମେରିକା, ହଂକଂ, ଥାଇଲାଣ୍ଡ, ଜାପାନ ଭଳି ଦେଶରେ ବ୍ୟବସାୟ କରୁଛି । ଆର୍ଥିକ ବର୍ଷ 2021-22ରେ କମ୍ପାନୀର ବାର୍ଷିକ ଟନ ଅଭର 16 ହଜାର କୋଟି ଥିଲା । ଗୋବିନ୍ଦଙ୍କ କମ୍ପାନୀରେ 6 ହଜାରରୁ ଅଧିକ ଲୋକ କାମ କରୁଛନ୍ତି । ଗୋବିନ୍ଦ ଶ୍ରୀରାମ କୃଷ୍ଣ ଏକ୍ସପୋର୍ଟ କମ୍ପାନୀର ପ୍ରମୁଖ ଗ୍ରାହକ ହେଉଛନ୍ତି ତନିସ୍କ ଓ ଡି ବିୟର୍ସ ଭଳି କମ୍ପାନୀ ।

ABOUT THE AUTHOR

...view details