ଡେରାଡୁନ: ଦେବଭୂମିରେ ଆରମ୍ଭ ହୋଇଯାଇଛି ଚାରିଧାମ ଯାତ୍ରା । ବାବା କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିର କବାଟ ଖୋଲିବା ପରେ ଆଜି ବଦ୍ରିନାଥଙ୍କ ମନ୍ଦିର କବାଟ ଖୋଲିଛି । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଗତ ୧୦ ମେ ରୁ ଆରମ୍ଭ ହୋଇଥିବା ଚାରି ଧାମ ଯାତ୍ରାରେ ସାମିଲ ହେବା ପାଇଁ ଦୂର ଦୂରାନ୍ତରୁ ଭକ୍ତଙ୍କୁ ସୁଅ ଛୁଟିଛି । ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜାରି ହୋଇଥିବା ଆକଳନ ଅନୁସାରେ ଏଥର ଚାରି ଧାମ ଯାତ୍ରା ପାଇଁ ରେକର୍ଡ ସଂଖ୍ୟକ ଭକ୍ତଙ୍କ ଆଗମନ ହେବା ନେଇ ସ୍ପଷ୍ଟ ହେଉଛି ।
କେଦାରନାଥ: ହିନ୍ଦୁ ଧର୍ମର ମାନ୍ଯତା ମୁତାବକ ଦେଶରେ ଥିବା ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ କେଦାରନାଥ ଧାମକୁ ବଢୁଥିବା ସଂଖ୍ୟକ ଭକ୍ତ ମାନଙ୍କର ଆଗମନ ହେଉଛି । ଆଜି (ରବିବାର) କେଦାରନାଥରେ ୭୫୧୩୯ ଜଣ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ଯେଉଁଥିରେ ୧୫୨୩୭ ଜଣ ପୁରୁଷ ଓ ୭୯୫୩ ଜଣ ମହିଳା ସମେତ ୩୨୦ ଶିଶୁ ସାମିଲ ଅଛନ୍ତି ।
ଏହା ମଧ୍ୟ ପଢନ୍ତୁ ...ଖୋଲିଲା ବଦ୍ରିନାଥ ମନ୍ଦିର କବାଟ, 6 ମାସ ଯାଏଁ ଦର୍ଶନ କରିପାରିବେ ଭକ୍ତ - BADRINATH
ବଦ୍ରିନାଥ: ଆଜି ବଦ୍ରିନାଥ ମନ୍ଦିରର କବାଟ ସକାଳ ୬ ଟା ବେଳେ ଖୋଲିଥିଲା । ଆଜି ପ୍ରଥମ ଦିନରେ ୨୨୬୯୦ ଜଣ ଶ୍ରଦ୍ଧାଳୁ ଭଗବାନ ବଦ୍ରିନାଥଙ୍କ ଦର୍ଶନ କରିଛନ୍ତି । ଏଥିରେ ୧୪୦୬୮ ଜଣ ପୁରୁଷ , ୭୦୩୩ ଜଣ ମହିଳା ଓ ୧୫୮୯ ଜଣ ଶିଶୁ ସାମିଲ ଅଛନ୍ତି ।