ନୂଆଦିଲ୍ଲୀ:ନୃଂଶସ, ଅମାନୁଷିକ, ବର୍ବର । ଦିଲ୍ଲୀରେ ବୀଭତ୍ସ ହତ୍ୟାକାଣ୍ଡ । ସନ୍ତାନ କରିଦେଲା ସତ୍ୟାନାଶ । ପିତା, ମାତାଙ୍କ ପାଇଁ ଅଭିଶାପ ପାଲଟିଲା ପୁଅ । ଉଭଣୀ ପାଇଁ ରକ୍ଷକ ବଦଳରେ ରାକ୍ଷସ ସାଜିଲା ଭାଇ । କୂଳ ରକ୍ଷା କରିବା ବଦଳରେ ସଂସାର ଉଜାଡ଼ି ଦେଲା ସନ୍ତାନ । ବାପା ମାଆଙ୍କ ବିବାହ ବାର୍ଷିକରେ ରକ୍ତରେ ହୋଲି ଖେଳି ଉଭଣୀ, ବାପା ପରେ ଜନ୍ମଦାତ୍ରୀଙ୍କୁ ନୃଶଂସ ଭାବେ ହତ୍ୟା କଲେ ଯୁବକ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଦକ୍ଷିଣ ଦିଲ୍ଲୀର ନବ ସରାଇ ଅଞ୍ଚଳରେ । ହତ୍ୟାକାଣ୍ଡକୁ ଲୁଚାଇବାକୁ ଉଦ୍ୟମ କରୁଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ଘରେ ପୁଅଟିଏ ଜନ୍ମ ପାଇଁ ବାପା ମାଆ କେତେ କଣ କରିଥାନ୍ତି । ପୁଅ ଜନ୍ମ ହେଲେ ପରିବାର ବୋଝ ମୁଣ୍ଡାଇବ ପ୍ରାପ୍ତ ବୟସରେ ବାପା ମାଆଙ୍କୁ ସାହା ହେବ । କିନ୍ତୁ ଆଜି ସେହି ପୁଅ ସାହାର ଦେବା ବଦଳରେ ଜୀବନ ନେବାକୁ ବି ପଛାଇଲା ନାହିଁ । ବୁଧବାର ସକାଳ ସମୟରେ ଦିଲ୍ଲୀରେ ଘଟିଥିବା ତ୍ରିପଲ ମର୍ଡର ଘଟଣାର ତଦନ୍ତ କରି ଅଭିଯୁକ୍ତ ଅର୍ଜୁନକୁ ଗିରଫ କରିଛି ପୋଲିସ ।
କାହିଁକି ବାପା, ମାଆ ଓ ଭଉଣୀକୁ ହତ୍ୟା କଲା ?
ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଅର୍ଜୁନ ବିବାହ ବାର୍ଷିକରେ ତାଙ୍କ ପିତାମାତାଙ୍କୁ ହତ୍ୟା କରି ପୋଲିସକୁ ଆଗରେ ଏକ ମିଥ୍ୟା କାହାଣୀ କହିଥିଲେ । ଅର୍ଜୁନ କ୍ରୀଡାକୁ ପସନ୍ଦ କରୁଥିଲେ ଏବଂ ପାଠ ପଢା ପ୍ରତି ଏତେ ମନ ଦେଉନଥିଲେ । ଏହି କାରଣରୁ ତାଙ୍କ ପିତା ତାଙ୍କୁ ସବୁବେଳେ ଗାଳି ଗୁଲଜ କରୁଥିଲେ। କିଛି ଦିନ ପୂର୍ବରୁ ଅନେକ ଲୋକଙ୍କ ସାମ୍ନାରେ ଅର୍ଜୁନଙ୍କୁ ପିଟିଥିଲେ ପରିବାର ଲୋକେ । ଏହି ରାଗ ମନରେ ରଖିଥିଲା ଅର୍ଜୁନ । ସେ ମନେ ମନେ ଭାବି ନେଇଥିଲା ଯେ, ବାପା ମାଆ ଉଭଣୀକୁ ଅଧିକ ଭଲ ପାଉଛନ୍ତି ତାକୁ ଗୁରୁତ୍ବ ଦେଉନାହାନ୍ତି ।
ଏହା ମଧ୍ୟ ପଢନ୍ତୁ-ସ୍ତ୍ରୀର ହତ୍ୟା ଷଡଯନ୍ତ୍ର ରଚିଥିଲା ସ୍ବାମୀ, ଲୁଟର ରୂପ ଦେଇ ଖସିଯିବାକୁ କରିଥିଲା ଉଦ୍ୟମ