ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଲଶ୍କର-ଏ-ତାଇବା ମଡ୍ୟୁଲର ଜଣେ ସଦସ୍ୟକୁ ଜାମ୍ମୁ କାଶ୍ମୀରରୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଜାମ୍ମୁ କାଶ୍ମୀରର କୁପୱାରା ଠାରେ କାର୍ଯ୍ୟ କରୁଥିଲା । ଏଲଓସି (LOC)ର ବିଭିନ୍ନ ସ୍ଥାନରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଆଣିବାରେ ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ଅଭିଯୁକ୍ତ ଜଣକ ରିୟାଜ ଅହମ୍ମଦ ବୋଲି ଜଣାପଡିଛି। ତାଙ୍କ ନିକଟରୁ ଏକ ମୋବାଇଲ ଫୋନ ଏବଂ ଏକ ସିମ କାର୍ଡ ଉଦ୍ଧାର କରାଯାଇଛି।
ଅଭିଯୁକ୍ତ ରିୟାଜ ଅହମ୍ମଦଙ୍କୁ ଆଇନ ଅନୁଯାୟୀ ଗିରଫ କରାଯାଇଛି। ସେଏବେ ଜାମ୍ମୁ କାଶ୍ମୀରର ଏକ ପୋଲିସ ଷ୍ଟେସନରେ ଆଛନ୍ତି । ତେବେ ସମ୍ପୃକ୍ତ ପୋଲିସ ଷ୍ଟେସନର ପୋଲିସ ଅଧିକାରୀଙ୍କୁ ଅଭିଯୁକ୍ତ ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୁହାଯାଇଛି । ଜାମ୍ମୁ-କାଶ୍ମୀର କୁପୱାରାଠାରେ ବିସ୍ଫୋରଣ ହୋଇଥିଲା । ହୋଇଥିବା ବିସ୍ଫୋରଣରେ ଆତଙ୍କବାଦୀ ମଡ୍ୟୁଲର ଜଣେ ପ୍ରମୁଖ ଷଡ଼ଯନ୍ତ୍ରକାରୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଗତ 1 ଫେବୃଆରୀରେ ତାଙ୍କୁ ଗିରଫ କରାଯାଇଥିଲା। ଖୁରସିଦ ଅହମ୍ମଦ ଏବଂ ଗୁଲାମ ସରୱାର ସହିତ ମିଶି ଅଭିଯୁକ୍ତ ରିୟାଜ ଏଲଓସି (LOC)ରେ ଥିବା ଆତଙ୍କବାଦୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଆଣିବା ପାଇଁ ଯୋଜନା କରିଥିଲା । ଏହି ପରିପ୍ରେକ୍ଷୀରେ ଧାରା 120 ବି ଆଇପିସି, 7/25 ଭାରତୀୟ ଅସ୍ତ୍ରଶସ୍ତ୍ର ଆଇନ, 13, 18, 20, 23, 38, 39 ୟୁଏ (ପି) ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ତେବେ ଏହି ମାମଲାକୁ ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି।