ଓଡିଶା

odisha

By ETV Bharat Odisha Team

Published : Apr 16, 2024, 10:20 PM IST

ETV Bharat / bharat

ଜେଲରେ ବନ୍ଦୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନିକଟକୁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଖୋଲା ଚିଠି - Delhi LG Letter to Kejriwal

DELHI LG LETTER TO KEJRIWAL: ଦିଲ୍ଲୀରେ ଜଳକୁ ନେଇ ମହିଳାଙ୍କ ମୃତ୍ୟୁ ଘଟଣା । ଆତିଶୀଙ୍କ ଚିଠି ପରେ ଜେଲରେ ବନ୍ଦୀ କେଜ୍ରିୱାଲ ସରକାରଙ୍କୁ ଉପରାଜ୍ୟପାଳ ଭିକେ ସକସେନାଙ୍କ ଖୋଲା ଚିଠି । ଅଧିକ ପଢନ୍ତୁ

DELHI LG LETTER TO KEJRIWAL
DELHI LG LETTER TO KEJRIWAL

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖିଲେ ଉପରାଜ୍ୟପାଳ ଭି.କେ ସକସେନା । ପୂର୍ବ ଦିଲ୍ଲୀର ଫର୍ସ ବଜାର ନିକଟରେ ପାଣି ବିବାଦକୁ ନେଇ ମହିଳାଙ୍କ ମୃତ୍ୟୁ ଘଟଣାରେ ଆତିଶୀ ଉପରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ । ଏ ସମ୍ପର୍କରେ ସକସେନା ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ତାଙ୍କ କହିବାନୁସାରେ ଘଟଣା ପଛରେ ଜଳାଭାବକୁ ଦର୍ଶାଇଛନ୍ତି ଆପ ସାଂସଦ ଆତିଶୀ । ଏପରି କରି ସେ ନିଜ ସରକାରକୁ ଦୋଷୀ କରାଇଛନ୍ତି, ଯେଉଁ ସରକାର ଦିଲ୍ଲୀରେ 9 ବର୍ଷ ଧରି ଶାସନ କରୁଛି ।

ଉପରାଜ୍ୟପାଳ ସକସେନା ଆହୁରି କହିଛନ୍ତି, " ଦିଲ୍ଲୀ ସରକାର ରାଜଧାନୀବାସୀଙ୍କୁ ମାଗଣା ପାନୀୟ ଜଳ ପ୍ରତିଶୃତି ଦେଇ ଏକ ଭ୍ରମ ସୃଷ୍ଟି କରିଛି । ଦିଲ୍ଲୀ ସରକାରର ମନ୍ତ୍ରୀ ଆରୋପ ପ୍ରତ୍ୟାରୋପର ଖେଳ ଖେଳୁଛନ୍ତି । ଏହି ଘଟଣା ପ୍ରଥମ ନୁହେଁ, ପାଣିକୁ ନେଇ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଯାହାକି ମୁଖ୍ୟ ରୂପରେ ସରକାରଙ୍କ ବିଫଳତାକୁ ଦର୍ଶାଉଛି । ଦିଲ୍ଲୀରେ ପାଣି ସମସ୍ୟା ଗତ ଦଶନ୍ଧିରେ ଗମ୍ଭୀର ରୂପ ନେଇଛି । ଗରିବ ଓ ବସ୍ତି ବାସିନ୍ଦାଙ୍କ ଅବସ୍ଥା ବେଶ ଚିନ୍ତାଜନକ ସ୍ଥିତିରେ ରହିଛି ।"

ଏହା ବି ପଢନ୍ତୁ-ଘର ଭାଙ୍ଗିଲେ, ଏବେ ତିଆରି କରିବେ: ରାଟ୍ ହୋଲ ମାଇନରଙ୍କୁ ଆଶ୍ବାସନା ଦେଲେ ଦିଲ୍ଲୀ ଉପରାଜ୍ୟପାଳ

ସେ ଆହୁରି କହିଛନ୍ତି, "ନିକଟରେ ଦିଲ୍ଲୀ ବିଧାନସଭାରେ ଆପ୍‌ ସରକାର ଦ୍ବାରା ବଜେଟ ଆଗତ ହୋଇଥିଲା । ଏଥିରେ ଆଗତ ହୋଇଥିବା ଆର୍ଥିକ ବର୍ଷ 2023-24 କିଛି ଚମକାଇଦେବା ଭଳି ତଥ୍ୟ ସାମ୍ନାକୁ ଆଣିଛି । ଗତ 10 ବର୍ଷ ମଧ୍ୟରେ ଜଳ ଉପଚାର କ୍ଷମତା 906 ଏମଜିଡିରୁ ବୃଦ୍ଧି ପାଇ 946ରେ ପହଞ୍ଚିଛି । ଯାହାକି ମାତ୍ର 4.4 ପ୍ରତିଶତ । ଏହା ତୁଳନାରେ ସହରର ଜନସଂଖ୍ୟାରେ 15 ପ୍ରତିଶତ ବୃଦ୍ଧି ଘଟିଛି । ଜଳ ଯୋଗାଣରେ ପ୍ରାୟ 290 ଏମଜିଡି କମ ରହିଛି ।"

ଉପରାଜ୍ୟପାଳଙ୍କ ଏହି ଖୋଲା ଚିଠି ପରେ ଆତିଶୀ ପ୍ରତିକ୍ରିୟା ରଖି ତାଙ୍କ ଉପରେ ବର୍ଷିଛନ୍ତି । ଦିଲ୍ଲୀ ଜଳ ବୋର୍ଡ (ଡିଜେବି)ର କାର୍ଯ୍ୟ ପାଇଁ ଉପରାଜ୍ୟପାଳଙ୍କୁ ଦାୟୀ କରିଛନ୍ତି ଆତିଶୀ । ଉତ୍ତର-ପୂର୍ବ ଦିଲ୍ଲୀର ଜଣେ ମହିଳା କମନ ଟ୍ୟାପରୁ ପାଣି ନେବା ଲାଗି ପଡ଼ୋଶୀ ସହିତ ଝଗଡ଼ା କରିବା ଘଟଣାରେ ପ୍ରାଣ ହରାଇଥିଲା । ଏଥିଲାଗି ଦିଲ୍ଲୀ ଜଳ ମନ୍ତ୍ରୀ ଆତିଶୀ ଉପରାଜ୍ୟପାଳଙ୍କୁ କିଛି ଦିନ ପୂର୍ବରୁ ଚିଠି ଲେଖିଥିଲେ । ଦିଲ୍ଲୀ ଜଳ ବୋର୍ଡ (ଡିଜେବି)ର ସିଇଓଙ୍କୁ ନିଲମ୍ବନ କରିବାକୁ କହିଥିଲେ । ଏହାପରେ ଆଜି ଉପରାଜ୍ୟପାଳ ସକସେନା ଏଥିଲାଗି କେଜ୍ରିୱାଲ ସରକାରକୁ ଦାୟୀ କରିବା ପରେ ଆତିଶୀ ପାଲଟା ଅଭିଯୋଗ କରିଛନ୍ତି । ଦିଲ୍ଲୀ ଜଳ ବୋର୍ଡର କାର୍ଯ୍ୟ ପାଇଁ ସେ ଉପରାଜ୍ୟପାଳଙ୍କୁ ଦାୟୀ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details