ETV Bharat / bharat

ପାର୍ବଣରେ ଟ୍ରାକରେ ଗଡ଼ିବ ୬୦୦୦ ସ୍ପେଶାଲ ଟ୍ରେନ, ଟ୍ରେନ ଯାତ୍ରୀଙ୍କୁ ଭାରତୀୟ ରେଳବାଇର ବଡ଼ ଭେଟି - Special Train For Festive Season

author img

By ETV Bharat Odisha Team

Published : 3 hours ago

Special Train For Festive Season : ଆରମ୍ଭ ହୋଇଛି ପାର୍ବଣ ଋତୁ । ଗଣେଶ ପୂଜା ପରେ ଦୁର୍ଗାପୂଜା, କାଳିପୂଜା ଏବଂ ଛଟ୍ ପୂଜା । ଯାତ୍ରୀଙ୍କ ସୁବିଧା ପାଇଁ ୬୦୦୦ ସ୍ପେଶାଲ (ସ୍ବତନ୍ତ୍ର) ଟ୍ରେନ ଚଲାଇବ ଭାରତୀୟ ରେଳବାଇ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଘୋଷଣା ପରେ, କେଉଁ ସବୁ ରାଜ୍ୟରେ ଚାଲିବ ସ୍ବତନ୍ତ୍ର ଟ୍ରେନ ଆସନ୍ତୁ ଜାଣିବା,

SPECIAL TRAIN FOR FESTIVE SEASON
SPECIAL TRAIN FOR FESTIVE SEASON (ETV BHARAT ODISHA)

ନୂଆଦିଲ୍ଲୀ: ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର । ପାର୍ବଣଙ୍କୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଯେଉଁମାନେ ପାର୍ବଣରେ ନିଜ ପରିଜନଙ୍କ ଘରକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବଡ ଭେଟି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଦୁର୍ଗାପୂଜା, କାଳିପୂଜା ଓ ଛଟ୍ ପୂଜା ପାଇଁ ଚାଲିବ 6000 ସ୍ପେଶାଲ (ସ୍ବତନ୍ତ୍ର) ଟ୍ରେନ । ପ୍ରାୟ ଏକ କୋଟି ଯାତ୍ରୀ ଏଥିରେ ଉପକୃତ ହେବେ ।

ପାର୍ବଣ ପାଇଁ ଚାଲିବ ୬ ହଜାର ସ୍ପେଶାଲ ଟ୍ରେନ:

ଗଣମାଧ୍ୟମକୁ ସୂଚନା ଦେଇ ରେଳମନ୍ତ୍ରୀ କହିଛନ୍ତି,''ପାର୍ବଣରେ ଲୋକମାନେ ଟ୍ରେନରେ ଅଧିକ ଯାତ୍ରା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୁର୍ଗାପୂଜା, କାଳିପୂଜା ଓ ଛଟ୍ ପୂଜା ପାଇଁ ଚାଲିବ 6000 ସ୍ପେଶାଲ(ସ୍ବତନ୍ତ୍ର) ଟ୍ରେନ । ଏଥିସହ 108ଟି ନିୟମିତ ଟ୍ରେନରେ ଏକାଧିକ ଜେନେରାଲ କୋଚ୍ ଫିଟ କରାଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ 12,500 କୋଚ୍ ଟ୍ରେନରେ ଯୋଡିବାକୁ ଅନୁମତି ଦିଆଯାଇଛି । ''

ଏହା ମଧ୍ୟ ପଢନ୍ତୁ-ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ଗୋଟିଏ କ୍ଲିକରେ ସମସ୍ୟା ହେବ ଦୂର! - Super App Services

ଏହା ମଧ୍ୟ ପଢନ୍ତୁ-ରେଳବାଇରେ ବିପ୍ଳବ ଆଣିଛି 'ବନ୍ଦେ ଭାରତ ଏକ୍ସପ୍ରେସ', କଣ ରହିଛି ନୂଆ ଫିଚର ଓ ଫେସିଲିଟି ? - Vande Bharat Express

ଏହା ବି ପଢନ୍ତୁ...କେମିତି ଥିଲା ବନ୍ଦେ ଭାରତ ଯାତ୍ରା ଅନୁଭୂତି, ଇଟିଭି ଭାରତ ଆଗରେ ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ - Interview With Mohan Majhi

ଉପକୃତ ହେବେ ୧ କୋଟି ଯାତ୍ରୀ:

ରେଳମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ''ବିହାର, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ରାଜ୍ୟକୁ ପାର୍ବଣରେ ରେଳରେ ଅଧିକ ଲୋକ ଯାତାୟତ କରୁଛନ୍ତି । ଚଳିତବର୍ଷ ପାର୍ବଣ ପାଇଁ ବର୍ତ୍ତମାନ ସୁଦ୍ଧା ସମୁଦାୟ 5,975 ଟି ସ୍ୱତନ୍ତ୍ର ଟ୍ରେନକୁ ଅଧିସୂଚିତ କରାଯାଇଛି, ଯାହା ଗତବର୍ଷ 4,429 ଥିଲା । ପୂଜା ସମୟରେ ଏକ କୋଟିରୁ ଅଧିକ ଯାତ୍ରୀ ଯାତ୍ରା କରିବାର ସୁବିଧା ପାଇବେ । ଦୁର୍ଗାପୂଜା ଅକ୍ଟୋବର ୯ରୁ ଆରମ୍ଭ ହେବ, ଅକ୍ଟୋବର 31 ରେ ଦୀପାବଳି ପାଳନ ହେବ । ଛଟ୍ ପୂଜା ଚଳିତ ବର୍ଷ ନଭେମ୍ବର ୭ ଏବଂ ୮ ତାରିଖରେ ଅନୁଷ୍ଠିତ ହେବ । ''

ଆରମ୍ଭ ହେବ ସ୍ବତନ୍ତ୍ର ଟିକେଟ ଯାଞ୍ଚ ଡ୍ରାଇଭ୍:

ପାର୍ବଣ ସମୟରେ ଯେଉଁ ମାନେ ବିନା ଟିକେଟରେ ଟ୍ରେନ ଯାତ୍ରା କରିବାକୁ ଭାବୁଛନ୍ତି ସେମାନେ ସାବଧାନ ହୋଇଯାଆନ୍ତୁ । ବିନା ଟିକେଟରେ ଟ୍ରେନରେ ଯାଉଥିବା ଯାତ୍ରୀଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିକେଟ୍ ଯାଞ୍ଚ ଡ୍ରାଇଭ୍ ଆରମ୍ଭ କରିବାକୁ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରେଳ ମନ୍ତ୍ରଣାଳୟ, ସେପ୍ଟେମ୍ବର ୨୦ରେ ୧୭ଟି ଜୋନର ଜେନେରାଲ ମ୍ୟାନେଜରଙ୍କୁ ଏକ ଚିଠି ଲେଖି ଅକ୍ଟୋବର ୧ ରୁ ୧୫ ଏବଂ ଅକ୍ଟୋବର ୨୫ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ବିନା ଟିକେଟରେ ଯାତ୍ରୀ କରୁଥିବା ଲୋକଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଯିବା ନେଇ ରେଳବାଇ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ:ରେଳବାଇରେ ବିପ୍ଳବ ଆଣିଛି 'ବନ୍ଦେ ଭାରତ ଏକ୍ସପ୍ରେସ', କଣ ରହିଛି ନୂଆ ଫିଚର ଓ ଫେସିଲିଟି ? - Vande Bharat Express

ଏହା ମଧ୍ୟ ପଢ଼ନ୍ତୁ:ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବା ପରେ କେତେ ଖୁସି ରେଳ ଯାତ୍ରୀ, ଇଟିଭି ଭାରତର ରିୟଲିଟି ଚେକ୍ - Vande Bharat Express

ଏହା ମଧ୍ୟ ପଢ଼ନ୍ତୁ:ରାଜ୍ୟ ପାଇଁ ଖୁସି ଖବର, 15ରେ ଗଡ଼ିବ ଆଉ 3 ବନ୍ଦେ ଭାରତ ଏକ୍ସପ୍ରେସ - New Vande Bharat

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.