ETV Bharat / bharat

ବାପା ଦେଖିପାରିଲେନି ଝିଅଙ୍କ କଷ୍ଟ ! ବନ୍ଦ ଘରୁ ମିଳିଲା 5 ମୃତଦେହ - Delhi Suicide Case

author img

By ETV Bharat Odisha Team

Published : 2 hours ago

Updated : 1 hours ago

Delhi 5 Member Found Dead: ଝିଅଙ୍କ କଷ୍ଟ ଦେଖି ପାରୁନଥିଲେ ବାପା । 4 ଝିଅଙ୍କ ସହ ନେଲେ ଚରମ ନିଷ୍ପତ୍ତି । ଦିଲ୍ଲୀରେ ଗୋଟିଏ ପରିବାରର 5 ଜଣଙ୍କ ମୃତଦେହ ଉଦ୍ଧାର । ପଢନ୍ତୁ ପୂରା ଖବର

Delhi 5 Member Found Dead
Delhi 5 Member Found Dead (ETV Bharat)

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରଙ୍ଗପୁରୀ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଘରୁ ମିଳିଛି 5ଟି ମୃତଦେହ । 4 ଦିବ୍ୟାଙ୍ଗ ଝିଅ ସହ ଜୀବନ ହାରିଦେଇଛନ୍ତି ବାପା । ମୃତକ ସମସ୍ତେ ବିହାର ରାଜ୍ୟର ଛପରା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ଯାହାକୁ ନେଇ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ସୂଚନା ଅନୁସାରେ, ମୃତ ବ୍ୟକ୍ତି ହେଲେ ହିରାଲାଲ ଶର୍ମା ବୟସ 46 ବର୍ଷ ହେବ । ସେ 4 ଝିଅଙ୍କୁ ନେଇ ରଙ୍ଗପୁରୀ ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ । ତାଙ୍କ 4 ଝିଅ ଅଛନ୍ତି ସମସ୍ତେ ଦିବ୍ୟାଙ୍ଗ । ମୃତ ବ୍ୟକ୍ତି ବସନ୍ତକୁଞ୍ଜ ଅଞ୍ଚଳରେ ବଢେଇ ଭାବେ କାମ କରୁଥିଲେ । ପୂର୍ବରୁ ତାଙ୍କ ପତ୍ନୀ କ୍ୟାନ୍ସରରେ ପ୍ରାଣ ହରାଇଥିଲେ । ତେବେ ଶୁକ୍ରବାର ରାତିରେ ବନ୍ଦ ଘରୁ ଦୁର୍ଗନ୍ଧ ଆସିବାରୁ ପାଖ ପଡୋଶୀ ଘର ମାଲିକ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଦେଖିବା ପରେ ବନ୍ଦ ଘରୁ 5ଟି ମୃତଦେହ ଉଦ୍ଧାର କରିଥିଲା ।

ମୃତ ହିରାଲାଲ
ମୃତ ହିରାଲାଲ (ETV Bharat)

ଝିଅଙ୍କ କଷ୍ଟ ଦେଖିପାରୁନଥିଲେ ବାପା:

ମୃତକ ହେଲେ ହିରାଲାଲ ଶର୍ମା ଓ ତାଙ୍କ 4 ଝିଅଙ୍କ ବୟସ ଯଥାକ୍ରମେ 26, 24, 23 ଓ 20 ବର୍ଷ ହେବ । ହିରାଲାଲ ଗତ 28 ବର୍ଷ ଧରି ବସନ୍ତକୁଞ୍ଜ ଅଞ୍ଚଳରେ ଏକ ସେଣ୍ଟରରେ ବଢେଇ ଭାବେ କାମ କରୁଥିଲା । କିନ୍ତୁ ଗତ ଜାନୁଆରୀ ମାସରୁ କାମକୁ ଯାଉନଥିଲେ । 4 ଝିଅଙ୍କୁ ମଧ୍ୟରୁ 2 ଜଣ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ଥିବା ବେଳେ 2 ଜଣ ଆଶିଂକ ଦିବ୍ୟାଙ୍ଗ ଥିଲେ । ଯାହାକୁ ନେଇ ସବୁବେଳେ ଚିନ୍ତିତ ରହୁଥିଲେ ହିରାଲାଲ । ଝିଅଙ୍କୁ ଭଲ କରିବାକୁ ପ୍ରାୟ ସମୟ ସେ ଏ ହସ୍ପିଟାଲରୁ ସେ ହସ୍ପିଟାଲ ଧାଉଁଥିଲେ । ଏଥିପାଇଁ ପୂରା ପରିବାର ଏପରି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି ।

ସେହି ବନ୍ଦ ଘର
ସେହି ବନ୍ଦ ଘର (ANI)

ଘରୁ ବାହାରୁଥିଲା ଦୁର୍ଗନ୍ଧ:

ପୋଲିସ ସନ୍ଦେହ କରୁଛି ସମସ୍ତଙ୍କ ମୃତ୍ୟୁ 2ରୁ 3 ଦିନ ତଳେ ହୋଇଯାଇଛି । ଲୋକଙ୍କ ଠାରୁ ଖବର ପାଇବା ପରେ ଘରେ ପହଞ୍ଚିଥିଲା ପୋଲିସ । ତେବେ ଘରୁ କିଛି ତରଳ ପଦାର୍ଥ ମଧ୍ୟ ଜବତ କରିଛି ପୋଲିସ । ପଡୋଶୀଙ୍କ କହିବା ଅନୁଯାୟୀ, ମୃତକ ସମସ୍ତେ ଗତ 3ରୁ 4 ଦିନ ହେବ ବାହାରକୁ ଆସୁନଥିଲେ । ତେବେ ପୋଲିସ ମୃତଦେହ ଗୁଡିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ:

ବଢୁଛି ଆତ୍ମହତ୍ୟା ପ୍ରବଣତା; ବର୍ଷକୁ ଜୀବନ ହାରୁଛନ୍ତି 7 ଲକ୍ଷ, ପ୍ରେମରେ ବିଫଳ କାରଣ !

ଥମୁନି ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ; ସୁସାଇଡ୍ ନୋଟ ଲେଖି ଜୀବନ ହାରିଲେ ଏମ୍ସ ଡାକ୍ତର

କାହିଁକି ବଢୁଛି ଆତ୍ମହତ୍ୟା ପ୍ରବଣତା; ଏହା ପଛର କାରଣ କଣ ? କେଉଁ ସବୁ ଲକ୍ଷଣ ଦେଖିଲେ ରହିବେ ସତର୍କ

ଅନଲାଇନ ଗେମ ହେଲା କାଳ, 5 ଲକ୍ଷ ହରାଇ ଜୀବନ ହାରିଲେ ଯୁବକ

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.