ଓଡିଶା

odisha

ETV Bharat / bharat

ଘର ଭାଙ୍ଗିଲେ, ଏବେ ତିଆରି କରିବେ: ରାଟ୍ ହୋଲ ମାଇନରଙ୍କୁ ଆଶ୍ବାସନା ଦେଲେ ଦିଲ୍ଲୀ ଉପରାଜ୍ୟପାଳ - Delhi Bulldozer Row

Bulldozer Against Rat Hole Miner: ଦିଲ୍ଲୀ ରାଟ୍ ହୋଲ ମାଇନର ବକିଲ ହସନଙ୍କୁ ମିଳିବ ଘର । ଆଶ୍ବାସନା ଦେଲେ ଦିଲ୍ଲୀ ରାଜ୍ୟପାଳ ଭିକେ ସକ୍ସେନା । ଅଧିକ ପଢନ୍ତୁ

ଦିଲ୍ଲୀ ରାଟ୍ ହୋଲ ମାଇନରଙ୍କୁ ମିଳିବ ଘର
ଦିଲ୍ଲୀ ରାଟ୍ ହୋଲ ମାଇନରଙ୍କୁ ମିଳିବ ଘର

By ETV Bharat Odisha Team

Published : Mar 1, 2024, 10:40 AM IST

ନୂଆଦିଲ୍ଲୀ:ଉତ୍ତରକାଶୀ ସିଲ୍କିୟାରା ଟନେଲରୁ ୪୧ ଶ୍ରମିକଙ୍କ ଜୀବନ ବଞ୍ଚାଇଥିବା ଦିଲ୍ଲୀର ରାଟ୍ ହୋଲ ମାଇନର ୱକିଲ ହସନଙ୍କ ଘର ସରକାରୀ ଜାଗାରେ ଥିବା କହି ଦିଲ୍ଲୀ ବିକାଶ ପ୍ରାଧିକରଣ (DDA) ଭାଙ୍ଗି ଦେଇଥିଲା । ଏହାକୁ ନେଇ ହସନ ଖୁବ୍ ମର୍ମାହତ ହୋଇଥିବା ବେଳେ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା । ଏହି ଖବର ପ୍ରଘଟ ପରେ ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ନିଜ ଆଡୁ ଘଟଣାର ଅନୁଧ୍ୟାନ କରି ସଂମ୍ପୃକ୍ତ ରାଟ୍ ହୋଲ ମାଇନରଙ୍କୁ କ୍ଷତିପୂରଣ ଭାବେ ଘର ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଉତ୍ତର ପୂର୍ବ ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଜ୍ୟପାଳ ଏହି ଘୋଷଣା କରିଛନ୍ତି ।

କହିରଖୁଛୁ କି, ଦିଲ୍ଲୀ ବିକାଶ ପ୍ରାଧିକରଣ(DDA) ରାଟ୍ ହୋଲ ମାଇନର ୱକିଲ ହସନଙ୍କ ଖଜୁରୀ ଖାସ ସ୍ଥିତ ଘରକୁ ଅବୈଧ ନିର୍ମାଣ ଦର୍ଶାଇ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦେଇଥିଲେ । ଏହି ସମୟରେ ବିକଲ ହସଲ ଓ ତାଙ୍କ ପତ୍ନୀ ଘର ନଥିଲେ । ଘରେ କେବଳ ତାଙ୍କର ଛୋଟ ଛୁଆ ଥିବାବେଳେ ଡିଡିଏ ଘରକୁ ଭାଙ୍ଗି ଦେଇଥିଲା । ଏହାକୁ ନେଇ ହସନ ଗଭୀର ଦୁଃଖ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଶେଖ ଶାହଜାହନ 6 ବର୍ଷ ପାଇଁ TMCରୁ ନିଲମ୍ବିତ

ହସନ ଦୁଃଖ ପ୍ରକାଶ କରି କହିଥିଲେ, ମୁଁ ଓ ମୋର ରାଟ୍ ହୋଲ ମାଇନିଂ ଟିମ୍ ସିଲ୍କିୟାରା ଟନେଲରୁ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲୁ । ସେତେବେଳେ ମୁଁ ମୋର ଘରକୁ ନ ଭାଙ୍ଗିବାକୁ ସରକାରଙ୍କୁ ଅପିଲ କରିଥିଲେ । ସାଂସଦ ମନୋଜ ତିୱାରୀ ମୋ ଘରକୁ କେହି ଛୁଇଁ ପାରିବେ ନାହିଁ ବୋଲି ଆଶ୍ୱସନା ଦେଇଥିଲେ । ତଥାପି ମୋ ଘର ଉପରେ ବୁଲଡୋଜର ଚଳାଇ ଭାଙ୍ଗି ଦିଆଯାଇଛି । ତେବେ ବିନା ନୋଟିସରେ DDA ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବକିଲ ହସନ ଅଭିଯୋଗ କରିଛନ୍ତି ।

ସେପଟେ DDA ଅଧିକାରୀ କହିଛନ୍ତି ଯେ, ଯେଉଁ ଜାଗା ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି, ତାହା ସରକାରୀ ଜାଗା ଥିଲା । ୱକିଲ ହସନଙ୍କ ଘର ସରକାରୀ ଜାଗାରେ ଅବୈଧ ଭାବେ ନିର୍ମାଣ ହୋଇଥିଲା । ସେଥିପାଇଁ କାର୍ଯ୍ୟାନୁଷ୍ଠାନ ପୂର୍ବକ ହଟାଇ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details